ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଉଡାଣ ଭରିଲେ ବୁମରା, ବିସିସିଆଇ ସେୟାର କଲା ଫଟୋ

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଉଡାଣ ଭରିଛି । ଜସପ୍ରୀତ ବୁମରାଙ୍କ ଅଧିନାୟତ୍ୱରେ ଟିମ୍‌ ବିନା କୋଚରେ ସିରିଜ ଖେଳିବ । ବିସିସିଆଇ ଫଟୋ ସେୟାର କରିଛି ।

ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଟିମ୍‌ ଇଣ୍ଡିଆ ଆୟରଲାଣ୍ଡ ଗସ୍ତ କରିଛି । ଆୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଇଣ୍ଡିଆ । ଆଉ ଏଥର ଟିମର ଦାୟିତ୍ୱ ନେଇଛନ୍ତି ଜସପ୍ରୀତ ବୁମରା । ବୁମରା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆୟରଲାଣ୍ଡ ପାଇଁ ଉଡାଣ ଭରିଛନ୍ତି । ଏଥର ବିନା କୋଚରେ ସିରିଜ ଖେଳିବ ଭାରତ ।

ଏହି ଫଟୋ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସ ଦୀର୍ଘଦିନରୁ ବୁମରାଙ୍କ କମବ୍ୟାକ୍‌କୁ ଚାହିଁ ରହିଥିଲେ । ଆଉ ବୁମରାଙ୍କ କମବ୍ୟାକ୍‌ ଟିମ୍‌ ଇଣ୍ଡିଆ ପାଇଁ ଏସିଆ କପ୍‌ ଏବଂ ବିଶ୍ୱକପ ୨୦୨୩ପାଇଁ ଆଶ୍ୱସ୍ତିକର ଖବର । ଆୟରଲାଣ୍ଡ ବିପକ୍ଷରେ ଭାରତ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ପ୍ରଥମ ମ୍ୟାଚ ୧୮ ଅଗଷ୍ଟ ଶୁକ୍ରବାର ଆରମ୍ଭ ହେବ । ଏହା ପରେ ଦ୍ୱିତୀୟ ମ୍ୟାଚ୍‌ ୨୦ ଅଗଷ୍ଟ ଏବଂ ତୃତୀୟ ମ୍ୟାଚ ୨୩ ଅଗଷ୍ଟରେ ଖେଳାଯିବ ।

ବୁମରା ନ୍ୟାସନାଲ କ୍ରିକେଟ ଏକାଡେମୀର ରିହାବରେ ରହିବା ପରେ କିଛି ଅଭ୍ୟାସ ମ୍ୟାଚ୍‌ ଖେଳିଥିଲେ । ଏଥିରେ ଭଲ ବୋଲିଂ ମଧ୍ୟ କରିଥିଲେ । ଯାହା ଏବେ ଆୟରଲାଣ୍ଡ ଏବଂ ଏସିଆ କପ୍‌ ପାଇଁ ଫଳପ୍ରଦ ହେବ । ବୁମରାଙ୍କ ସହିତ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆୟରଲାଣ୍ଡ ଟୁରରେ ଯାଇଛନ୍ତି । ସେଠାରେ ଟିମ୍‌ ଇଣ୍ଡିଆ ସହିତ ୱେଷ୍ଟଇଣ୍ଡିଜ ଗସ୍ତରୁ ଟିମ୍‌ ଆସି ଯୋଗ ଦେବ ।

 

View this post on Instagram

 

A post shared by Team India (@indiancricketteam)

ସେହିପରି ବିସିସିଆଇ ତରଫରୁ କିଛି ଫଟୋ ସେୟାର କରାଯାଇଛି । ଯେଉଁଥିରେ ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର ଏବଂ ଆଇପିଏଲ ଷ୍ଟାର ରିଙ୍ଗ ସିଂ ମଧ୍ୟ ନଜର ଆସିଛନ୍ତି । ଆୟରଲାଣ୍ଡ ବିପକ୍ଷ ସିରିଜ ସରିବା ପରେ ଏସିଆ କପ୍‌ ୨୦୨୩ ଖେଳାଯିବ ।

ସମ୍ଭାବ୍ୟ ଭାରତୀୟ ଦଳ: ଯଶପ୍ରୀତ ବୁମରା(ଅଧିନାୟକ), ଋତୁରାଜ ଗାୟକୱାଡ୍(ଉପଅଧିନାୟକ), ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ରଞ୍ଜୁ ସାମସନ(ୱିକେଟ କିପର ), ଜିତେଶ ଶର୍ମା(ୱିକେଟ କିପର), ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶେହବାଜ୍ ଅହମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର, ଆବେଶ ଖାନ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.