ବିଷାକ୍ତ ସାପକୁ ଘେରିଲେ ଚାରୋଟି ବିଲେଇ , ଆଉ ତାପରେ.. ଦେଖନ୍ତୁ ଭିଡିଓ
ସାଧାରଣତଃ ଆପଣ ସାପ ଏବଂ ନେଉଳର ଲଢାଇ ଦେଖିଥିବେ କିନ୍ତୁ କେବେ ଆପଣ ବିଲେଇ ଏବଂ ସାପର ଲଢାଇ ଦେଖିଛନ୍ତି କି ? ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଚାରୋଟି ବିଲେଇ ମିଶି ଏକ ବିଷାକ୍ତ ସାପ ସହିତ ଲଢେ଼ଇ କରୁଥିଲେ । ଏହି ଭିଡିଓକୁ ବଲିଉଡ ଅଭିନେତା ନୀଲ ନିତିନ ମୁକେଶ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ ।
View this post on Instagram
ଏହି ଭିଡିଓରେ ଏକ ବିଷାକ୍ତ ସାପକୁ ଚାରୋଟି ବିଲେଇ ଘେରି ରହିଛନ୍ତି । ସେଠାରେ ବିଲେଇମାନେ ସାପର ଆକ୍ରମଣକୁ ଅପେକ୍ଷା କରି ରହିଛନ୍ତି କିନ୍ତୁ ସାପଟି ଭୟଭୀତ ହୋଇ ଆକ୍ରମଣ ନକରିବାରୁ ଚାରୋଟି ବିଲେଇ ମିଶି ସାପ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପରେ ସାପଟି ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେ ଅନ୍ୟ ବିଲେଇମାନଙ୍କୁ ଦେଖି ଭୟଭୀତ ହୋଇ ପଳାଇଯାଉଛି । ଏବଂ ସେହି ସମୟରେ କଳା ବିଲେଇଟି ସାପ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେତେବେଳକୁ ସାପଟି ବୁଦା ଭିତରକୁ ପଶିଯାଇଥିଲା ।
ନୀଲ ନିତିନ ମୁକେଶ ନିଜର ନୂଆ ଫିଲ୍ମ ବାଇପାସର ସୁଟିଂ ପାଇଁ ଷ୍ଟୁଡ଼ିଓ ଯିବା ସମୟରେ ଏହାକୁ ସୁଟ କରିଥିଲେ । ତାଙ୍କ ବ୍ୟତୀତ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଏହାର ଭିଡିଓ ବନାଇଥିଲେ । ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭିରଲ ହେବାରେ ଲାଗିଛି ଏବଂ ଲୋକମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।