Below header

କୋରାପୁଟ: ମହଙ୍ଗା ପଡ଼ିଲା ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା, ବୈପାରୀଗୁଡା ସିଡିପିଓ ସସପେଣ୍ଡ

କୋରାପୁଟ(କେନ୍ୟୁଜ୍): ମହଙ୍ଗା ପଡ଼ିଲା ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା। କୋରାପୁଟ ଜିଲ୍ଲା ବୈପାରୀଗୁଡା ସିଡିପିଓ ସସପେଣ୍ଡ ହୋଇଛନ୍ତି। ତାଙ୍କ ନାଁ ସୁରମା ମହାପାତ୍ର। ଦୁର୍ନୀତିରେ ସମ୍ପୃକ୍ତି ଓ ଅନିୟମିତତା ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛି ଜିଲ୍ଲା ପ୍ରଶାସନ। ଛତୁଆ କିଣା ଓ ପ୍ରି ସ୍କୁଲ କିଟ୍‌ କିଣାରେ ଅନିୟମିତତା ଏବଂ ପିସି ମାଗିବା ନେଇ ସିଡିପିଓଙ୍କ ନାଁରେ ଅଭିଯୋଗ ହୋଇଥିଲା। ସେହିପରି ଗତ ଜୁନ୍‌ ମାସରେ ଜଣେ ସୁପରଭାଇଜର୍‌ ନିହାର ବାଲା ସାହୁଙ୍କୁ ନିର୍ଯାତନା ଦେବା ନେଇ ଲିଖିତ ଅଭିଯୋଗ ବି ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୂର୍ବରୁ ବାରମ୍ବାର ସୁରମା ମହାପାତ୍ରଙ୍କ ନାଁରେ ଅଭିଯୋଗ ହେଉଥିଲା। ୨୦୦୮ରେ ମଧ୍ୟ ସୁରମା ମହାପାତ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.