ନରେନ୍ଦ୍ର ମୋଦିଙ୍କ ନାମରେ ‘ଫେକ୍ ଚ୍ୟାଟ୍’ ପୋଷ୍ଟ କରି ଟ୍ରୋଲ ହେଲେ ପାକିସ୍ତାନ ମନ୍ତ୍ରୀ, ଭାରତୀୟ ୟୁଜର ନେଲେ କ୍ଲାସ୍!
ପାକିସ୍ତାନର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫବାଦ ଚୌଧୁରୀ ନିଜ କାର୍ଯ୍ୟକଳାପ ଯୋଗୁ ଲଗାତାର କିଛି ଦିନ ହେବ ସୋସିଆଲ ମିଡିଆରେ ଟ୍ରୋଲ ହୋଇ ଆସୁଛନ୍ତି। ବିଗତ ଦିନରେ ଯେତେବେଳେ ସେ ଚନ୍ଦ୍ରାୟନ ବିଷୟରେ ଲେଖିଥିଲେ, ସେତେବେଳେ ମଧ୍ୟ ଭାରତୀୟ ୟୁଜରମାନେ ତାଙ୍କୁ ଭୟଙ୍କର ଭାବେ ଆକ୍ରମଣ କରିଥିଲେ। ଏବେ ସେ ପୁଣିଥରେ ଏକ ଟୁଇଟ୍ କରି ଭାରତୀୟ ୟୁଜରଙ୍କ ଟାର୍ଗେଟ୍କୁ ଆସିଯାଇଛନ୍ତି। ଏହି ମନ୍ତ୍ରୀ ଜଣକ ରବିବାର ସନ୍ଧ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଏକ ଫେକ୍ ଚ୍ୟାଟ୍ ଟୁଇଟ୍ କରିଥିଲେ। ଆଉ ଏହାକୁ ନେଇ ୟୁଜରମାନେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି।
କଥାଟି ହେଲା, ଫବାଦ ଚୌଧୁରୀ ଏକ ଫଟୋଶପ୍ଡ ସ୍କ୍ରିନ୍ଶର୍ଟ ସେୟାର କରିଥିଲେ। ଏହି ସ୍କ୍ରିନ୍ଶର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନକଲି ଟୁଇଟର ଚ୍ୟାଟ୍ ରହିଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା କି, ଜଣେ ବ୍ୟକ୍ତି ନିଜକୁ ବେଲୁଚିସ୍ତାନର ବୋଲି କହୁଛନ୍ତି ଏବଂ ନରେନ୍ଦ୍ର ମୋଦିଙ୍କୁ ମେସେଜ୍ କରି କିଛି ସୂଚନା ଦେବାକୁ ଚାହୁଁଛନ୍ତି। ଯେତେବେଳେ ମୋଦି ତାଙ୍କୁ ପୂରା ଘଟଣା ବିଷୟରେ ପଚାରୁଛନ୍ତି, ସେତେବେଳେ ସେ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କର ସେହି ଫଟୋ ପଠାଉଛନ୍ତି, ଯେବେ ତାଙ୍କୁ ପାକିସ୍ତାନରେ ଧରାଯାଇଥିଲା। ପାକିସ୍ତାନ ମନ୍ତ୍ରୀ ଏହି ନକଲି ସ୍କ୍ରିନ୍ଶର୍ଟକୁ ସେୟାର କରି ଲେଖିଛନ୍ତି, ‘ଯାହାଙ୍କୁ ଡିଏମ୍(ଡାଇରେକ୍ଟ ମେସେଜ୍) ବନାଇବାକୁ ଭଲ ଲାଗିଥାଏ’।
ଫବାଦ ଚୌଧୁରୀଙ୍କ ଏହି ଟୁଇଟ୍ ଦେଖି ଭାରତୀୟ ୟୁଜର୍ସ ଭଡ଼କି ଯାଇଥିଲେ। ସେମାନେ ତାଙ୍କୁ କଡ଼ା ଜବାବ ଦେବା ଆରମ୍ଭ କରିଦେଲେ। ୟୁଜରମାନେ କହିଥିଲେ ଯେ ‘କିଛି ତ ଚାଲାକି କର, ନରେନ୍ଦ୍ର ମୋଦିଙ୍କ ଡିଏମ୍ ଅଫ୍ ଅଛି’। ଆଉ ଜଣେ କହିଥିଲେ, ‘ଏବେ ଏହି ପ୍ରକାର ଜିନିଷରେ ଯୁଦ୍ଧ ଆରମ୍ଭ କରିଦିଅନ୍ତୁ, ରାସ୍ତା ଉପରେ କରିବାରେ ତ ତୁମମାନଙ୍କ ପାଖରେ ସାହସ ନାହିଁ’।
ସେହିପରି କିଛି ୟୁଜର ଲେଖିଥିଲେ ଯେ ‘ସେହି ଦେଶର ପରିସ୍ଥିତି କିପରି ହେବ, ଯେଉଁଠି ଜଣେ ଦାୟିତ୍ୱବାନ୍ ମନ୍ତ୍ରୀ ଟ୍ରୋଲ୍ର ଭୂମିକା ନିଭାଉଛନ୍ତି’। ଅନ୍ୟ ଜଣେ କହିଥିଲେ, ‘ମୋଦି ବେଲୁଚିସ୍ତାନ ପାଇଁ ଭୋକିଲା ନାହାନ୍ତି। ସେ ଯେଉଁଦିନ ଠିକଣା ଲଗାଇବେ, ସେହି ଦିନ ତୁମେମାନେ କଶ୍ମୀର ମଧ୍ୟ ଭୁଲିଯିବ’। ସେପଟେ ଆଉ କେତେଜଣ କହିଥିଲେ, ‘ଫବାଦ ଚୌଧୁରୀ, ଆପଣଙ୍କ ପଦର ମର୍ଯ୍ୟାଦା ରଖିବା ଶିଖନ୍ତୁ’।
ଏହାସହ ପଢ଼ନ୍ତୁ: ବେଙ୍ଗାଲୁରୁର ଯୁବ ଇଞ୍ଜିନିୟର ଇଲେକ୍ଟ୍ରିକ୍ ଆବର୍ଜନାରେ ପ୍ରସ୍ତୁତ କଲେ ‘ଶୀତତାପ ନିୟନ୍ତ୍ରିତ ହେଲ୍ମେଟ’, ଖରାରେ ଥଣ୍ଡା ରଖେ ମୁଣ୍ଡ
Ooops:) For those who enjoy creating DM’s…. pic.twitter.com/560l97P9eT
— Ch Fawad Hussain (@fawadchaudhry) September 15, 2019