Below header

ଯାଜପୁର: ଟ୍ରକ ଧକ୍କାରେ ଛାତ୍ରୀ ମୃତ, ଉତ୍ୟକ୍ତ ଲୋକେ କଲେ ରାସ୍ତା ଅବରୋଧ

ଯାଜପୁର(କେନ୍ୟୁଜ୍) : ଟ୍ରକ ଧକ୍କାରେ ଗଲା ଛାତ୍ରୀଙ୍କ ଜୀବନ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ଖଣ୍ଡାସ ଛକରେ। ମୃତ ଛାତ୍ରୀ ଜଣକ ହେଲେ ସ୍ଥାନୀୟ ବାଲିଗୁଡା ଗ୍ରାମର ଉତ୍ତମ ବେହେରାଙ୍କ ୧୦ବର୍ଷର ଝିଅ ରୂପାଲୀ ବେହେରା। ରୂପାଲୀ ମା ସହ ନିଜ ମାମୁଁ ଘର ଖଣ୍ଡାସକୁ ଆସିଥିଲେ। ସେଠାରୁ ରୁପାଲୀ ସ୍କୁଲକୁ ଯାଇ ସ୍କୂଲ ଭ୍ୟାନରେ ମାମୁଁଘରକୁ ଫେରୁଥିଲେ। ଖଣ୍ଡାସ ଛକରେ ଭ୍ୟାନରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ସମୟରେ ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା।ଯାହା ଫଳରେ ଘଟଣା ସ୍ଥଳରେ  ରୂପାଲୀର ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ  ଉତ୍ୟକ୍ତ ଲୋକମାନେ ବରୁହାଁ-ବାଲିଚନ୍ଦ୍ରପୁର ରାସ୍ତାର  ଖଣ୍ଡାସ ଛକ ନିକଟରେ ମୃତ ଦେହ ରଖି ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ସେହିରାସ୍ତାରେ  ଗାଡି ଚଳାଚଳ ବାଧାପ୍ରପ୍ତ ହୋଇଛି। ଖବର ପାଇ ଯାଜପୁର ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.