ଟ୍ରେନରେ ବାଜିଥାଏ ୧୧ ପ୍ରକାରର ହର୍ନ, ଜାଣିଛନ୍ତି କି ଏହାର ଅର୍ଥ

ଟ୍ରେନ ବିଷୟରେ ତ ଆପଣ ଅନେକ କଥା ଜାଣିଥିବେ । ଯେପରିକି ୧୮୨୫ ମସିହା ସେପ୍ଟେମ୍ବର ୨୭ ତାରିଖରେ ଦୁନିଆରେ ପ୍ରଥମ ଥର ପାଇଁ ଲଣ୍ଡନ ଏବଂ ଡାର୍ଲିଂଟନ ମଧ୍ୟରେ ରେଳଗାଡ଼ି ଚାଲିଥିଲା । ୩୮ଟି ଡ଼ବା ବିଶିଷ୍ଟ ଏହି ରେଳଗାଡିରେ ପ୍ରାୟ ୬୦୦ ଲୋକ ଯାତ୍ରା କରିଥିଲେ । ୧୪ ମାଇଲ ପ୍ରତି ଘଣ୍ଟା ଅନୁଯାୟୀ ଏହା ସମୁଦାୟ ୩୭ ମାଇଲ ଯାତ୍ରା କରିଥିଲା । ସାଧାରଣତଃ ଟ୍ରେନର ହର୍ନ ଆପଣ ଅନେକ ଥର ଶୁଣିଥିବେ କିନ୍ତୁ କେବେ ଆପଣ ଧ୍ୟାନ ଦେଇଛନ୍ତି କି ଟ୍ରେନରେ କେତେ ପ୍ରକାରର ହର୍ନ ବାଜିଥାଏ ଏବଂ ତାର କାରଣ କଣ ହୋଇଥାଏ ? ତାହେଲେ ଆସନ୍ତୁ ଜାଣିବା ଟ୍ରେନରେ ଭିନ୍ନ ଭିନ୍ନ ପ୍ରକାରର ହର୍ନର ଭିନ୍ନ ଭିନ୍ନ ଅର୍ଥ ବିଷୟରେ ।

ଏକ ସର୍ଟ(ଛୋଟ) ହର୍ନ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ରେନରେ ଲୋକ ପାଇଲଟ ୧୧ଟି ଭିନ୍ନ ଭିନ୍ନ ପ୍ରକାରର ହର୍ନ ବଜାଇଥାନ୍ତି ଏବଂ ସବୁ ହର୍ନର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ଯଦି ଟ୍ରେନର ଡ୍ରାଇଭର ଏକ ସର୍ଟ ହର୍ନ ବଜାଇ ଥାଏ ତାହେଲେ ଏହାର ଅର୍ଥ ହେଉଛି ଟ୍ରେନ ପ୍ରାଙ୍ଗଣକୁ ଆସିଯାଇଛି ବର୍ତ୍ତମାନ ଏହାକୁ ସଫା କରିବାର ସମୟ ।

भारतीय रेल

ଦୁଇଟି ସର୍ଟ ହର୍ନ

ଯଦି ଟ୍ରେନର ଡ୍ରାଇଭର ଦୁଇଟି ଛୋଟ ହର୍ନ ବଜାଇଥାଏ ତାହେଲେ ଏହାର ଅର୍ଥ ହେଉଛି ଟ୍ରେନ ଚାଲିବା ପାଇଁ ପ୍ରସ୍ତୁତ ଏବଂ ଡ୍ରାଇଭର ଟ୍ରେନର ଗାର୍ଡକୁ ସିଗନାଲ ପାଇଁ ପଚାରୁଛନ୍ତି ।

ଏହାସହ ପଢନ୍ତୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ସତ୍ତ୍ୱେ ୮୫,୦୦୦ ଟଙ୍କା ଶସ୍ତାରେ ମିଳୁଛି ଦେଶର ସବୁଠାରୁ ସୁରକ୍ଷିତ କାର, ଜାଣନ୍ତୁ କଣ ରହିଛି ଏହାର ଦର

ତିନୋଟି ସର୍ଟ ହର୍ନ

ସାଧାରଣ ଭାବେ ଏହି ପ୍ରକାରର ହର୍ନ ବହୁତ କମ ଶୁଣିବାକୁ ମିଳିଥାଏ ଓ ତିନୋଟି ସର୍ଟ ହର୍ନ କେବଳ ଆପାତକାଳୀନ ସ୍ଥିତିରେ ବଜାଯାଇଥାଏ । ଏହାର ଅର୍ଥ ହେଉଛି ଲୋକପାଇଲଟର ଇଂଜିନ ଉପରେ ଆଉ କଣ୍ଟ୍ରୋଲ ନାହିଁ । ଏହି ହର୍ନ ଟ୍ରେନର ଗାର୍ଡ ପାଇଁ ଏକ ସଂକେତ ହୋଇଥାଏ । ଯେ ସେ ତୁରନ୍ତ ଭ୍ୟାକ୍ୟୁମ ବ୍ରେକ ଲଗାଇ ଟ୍ରେନକୁ ରୋକନ୍ତୁ ।

ଚାରୋଟି ସର୍ଟ ହର୍ନ

ଏହାର ଅର୍ଥ ହେଉଛି ତରଣରେ ଯାନ୍ତ୍ରିକ ତ୍ରୁଟି ରହିଛି ଏବଂ ଏହା ଆଗକୁ ଯାଇପାରିବ ନାହିଁ ।

ଏକ ଲମ୍ବା ଏବଂ ଏକ ଛୋଟ ହର୍ନ

ଏହି ହର୍ନର ଅର୍ଥ ହେଉଛି ଇଂଜିନ ଷ୍ଟାର୍ଟ କରିବା ପୂର୍ବରୁ ଟ୍ରେନ ଡ୍ରାଇଭର ବ୍ରେକ ପାଇପ ସିଷ୍ଟମକୁ ସେଟ କରିବା ପାଇଁ ଗାର୍ଡକୁ ସଂକେତ ଦେଉଛନ୍ତି ।

भारतीय रेल

ଦୁଇଟି ଲମ୍ବା ଏବଂ ଦୁଇଟି ଛୋଟ ହର୍ନ

ଏହାର ଅର୍ଥ ହେଉଛି ଟ୍ରେନ ଡ୍ରାଇଭର ଇଂଜିନକୁ ନିୟନ୍ତ୍ରଣରେ ନେବା ପାଇଁ ଗାର୍ଡକୁ ସଂକେତ ଦେଉଛନ୍ତି ।

ଲଗାତାର ବା ଲମ୍ବା ବାଜୁଥିବା ହର୍ନ

ଏହିପରି ହର୍ନ ପ୍ଲାଟଫର୍ମରେ ଠିଆ ହୋଇଥିବା ଯାତ୍ରୀ ମାନଙ୍କୁ ସତର୍କ କରିବା ପାଇଁ ଦିଆଯାଇଥାଏ ଯେ ଟ୍ରେନ ଅନେକ ଷ୍ଟେସନରୁ ନନଷ୍ଟପ ଚାଲୁଅଛି ଏବଂ ସେହି ଷ୍ଟେସନରେ ମଧ୍ୟ ରହିବ ନାହିଁ ।

ଦୁଇଥର ରହି ରହି ବାଜୁଥିବା ହର୍ନ

ଏହି ହର୍ନ ଯେକୌଣସି କ୍ରସିଂ ପାଖରେ ବଜାଯାଇଥାଏ ଯାହାର ଅର୍ଥ ହେଉଛି କେହିବି ରେଲୱେ କ୍ରସିଂର ଆଖପାଖକୁ ଆସନ୍ତୁ ନାହିଁ ।

भारतीय रेल

ଦୁଇଟି ଲମ୍ବା ଏବଂ ଏକ ଛୋଟ ହର୍ନ

ଏହି ହର୍ନ ସେତେବେଳେ ବାଜିଥାଏ ଯେତେବେଳେ ଟ୍ରେନ ନିଜର ଟ୍ରାକ ଚେଞ୍ଜ କରିଥାଏ ।

ଦୁଇଟି ଛୋଟ ଏବଂ ଏକ ଲମ୍ବା ହର୍ନ

ଏହିପରି ହର୍ନ କେବଳ ଦୁଇଟି ସ୍ଥିତିରେ ବଜାଯାଇଥାଏ । ପ୍ରଥମତଃ ଯଦି କେହି ଟ୍ରେନର ଚେନ ଟାଣିଥାନ୍ତି ଆଉ ଦ୍ବିତୀୟତଃ ଯଦି ଗାର୍ଡ ଭ୍ୟାକ୍ୟୁମ ବ୍ରେକ ଲଗାଇଥାନ୍ତି ।

भारतीय रेल

ଛଅ ଥର ଛୋଟ ଛୋଟ ହର୍ନ

ଏହି ହର୍ନ ସେତେବେଳେ ବାଜିଥାଏ ଯେତେବେଳେ ଡ୍ରାଇଭରକୁ କୌଣସି ବିପଦର ଆଭାସ ମିଳିଥାଏ ।