ମନେ ରଖନ୍ତୁ ଏହି ୧୦ଟି କୁକିଙ୍ଗ୍‌ ଟିପ୍ସ

ଖାଦ୍ୟ ପ୍ରସ୍ତୁତ କରିବାର ସଉକ ସାଧାରଣତଃ ମହିଳାଙ୍କଠାରେ ଦେଖିବାକୁ ମିଳିଥାଏ। ଆଉ ଏଥିରେ ସେମାନଙ୍କୁ ବହୁତ ଆନନ୍ଦ ଅନୁଭବ ହୁଏ। ଯେଉଁ ସ୍ୱାଦ ମାଁଙ୍କ ହାତରନ୍ଧାରେ ଥାଏ, ତାହା ଆଉ କୌଣସିଥିରେ ନ ଥାଏ। ଆମେ ବର୍ତ୍ତମାନର ଚଳଚଞ୍ଚଳ ଜୀବନଶୈଳୀରେ ଅନେକବାର ଖାଦ୍ୟ ପ୍ରସ୍ତୁତ କରିବାର ମୂଳ ଟିପ୍ସ ଭୁଲିଯାଇଥାଉ। ଏଠାରେ ଆପଣ ଏହି ୧୦ଟି ଟିପ୍ସକୁ ପଢ଼ନ୍ତୁ, ଯାହାକି ଆପଣଙ୍କୁ ରୋଷେଇ କରିବାର ଗତିକୁ କେବଳ ବଢ଼ାଇବନି, ବରଂ ଏହାଦ୍ୱାରା ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରିବାରେ ମଧ୍ୟ ସହାୟତା ମିଳିପାରିବ।

cooking

 

-ରୋଷେଇ ଘରକୁ ଯିବା ପୂର୍ବରୁ ପ୍ରଥମେ ଆଜି ପାଇଁ କ’ଣ ରାନ୍ଧିବେ, ତାହାର ଯୋଜନା ପ୍ରସ୍ତୁତ କରନ୍ତୁ।

-ଖାଦ୍ୟ ପ୍ରସ୍ତୁତିର ସମସ୍ତ ଉପକରଣ, ସର୍ଭ କରିବା ପାଇଁ ସମସ୍ତ ବାସନକୁସନ ସାମ୍ନାରେ ରଖନ୍ତୁ। ଏହାପରେ ରୋଷେଇ ଆରମ୍ଭ କରନ୍ତୁ।

-ରୋଷେଇ ଘରେ ଧାରୁଆ ଛୁରି ରଖନ୍ତୁ, ଯଦ୍ଦ୍ଵାରା ଆପଣ ପରିବା ସବୁକୁ ଜଲ୍‌ଦି ଜଲ୍‌ଦି କାଟିପାରିବେ ଏବଂ ଆପଣଙ୍କ ସମୟ ମଧ୍ୟ ବଳକା ରହିପାରିବ।

-ଯଦି ଆପଣ କୌଣସି ଜିନିଷକୁ ସିଝାଇବାକୁ ରଖିଥାଆନ୍ତି, ତା’ହେଲେ ପ୍ରେସର କୁକୁର କିମ୍ବା କୌଣସି ବଡ଼ ପାତ୍ରରେ ଘୋଡ଼େଇ କରି ସିଝାନ୍ତୁ।

ଏହାସହ ପଢ଼ନ୍ତୁ: ରିସର୍ଚ୍ଚରୁ ହେଲା ଖୁଲାସା! ଅଧିକ ଥର ବିବାହ କରୁଥିବା ମହିଳା ରୁହନ୍ତି ସର୍ବଦା ଖୁସି

-ଯଦି ଆପଣ ମାଂସ ରାନ୍ଧିବାକୁ ଯାଉଛନ୍ତି, ତା’ହେଲେ ଏହାର କିଛି ସମୟ ପୂର୍ବରୁ ଏହାକୁ ମ୍ୟାରିନେଟ୍‌ କରି ରଖି ଦିଅନ୍ତୁ। ଏହାଦ୍ୱାରା ଖାଦ୍ୟ ବହୁତ ସ୍ୱାଦିଷ୍ଟ ହୋଇଥାଏ।

-ଯଦି ବେକିଙ୍ଗ୍‌ କରିବାକୁ ଯାଉଛନ୍ତି, ତା’ହେଲେ ଆପଣଙ୍କ ଓଭାନକୁ କିଛି ସମୟ ପୂର୍ବରୁ ଗରମ କରି ରଖନ୍ତୁ ଏବଂ ଏହାପରେ ସେଥିରେ ଡିସ୍‌କୁ ଭର୍ତ୍ତି କରନ୍ତୁ।

-ଯଦି ପରିବାକୁ ସିଝେଇ ତାହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ସେହି ସିଝା ପରିବା ପାଣିକୁ ପାଖରେ ରଖନ୍ତୁ। ଏଥିରେ ଆପଣଙ୍କ କାମ ଶୀଘ୍ର ହୋଇଯିବ।

-ଆପଣଙ୍କ ସମୟକୁ ବଞ୍ଚାଇବା ପାଇଁ ସେହି ଡିସ୍‌ଗୁଡ଼ିକୁ ଆଗ ରାନ୍ଧିଦିଅନ୍ତୁ, ଯେଉଁଗୁଡ଼ିକ ରାନ୍ଧିହେବାକୁ ଅଧିକ ସମୟ ନେଇଥାଏ।

-ଠିକ୍‌ ସାମଗ୍ରୀ, ଠିକ୍‌ ଖାଦ୍ୟ ରାନ୍ଧିବାର ବିଧିକୁ ଆପଣାନ୍ତୁ, ଯଦ୍ଦ୍ଵାରା ସ୍ୱାଦ ଅତୁଟ ରୁହେ।

-ଖାଦ୍ୟ ରାନ୍ଧିସାରିବା ପରେ ଆପଣଙ୍କ ରୋଷେଇ ଘରକୁ ସଫା କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.