Below header

ଚଳିତ ବର୍ଷ କ’ଣ ରହିଛି ଗଣେଶ ପୂଜନର ଶୁଭ ମୂହୂର୍ତ୍ତ

ଦେଶ ସାରା ଗଣେଶ ପୂଜାକୁ ଖୁବ୍ ଧୂମଧାମରେ ପାଳନ କରାଯାଇଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷର ଚତୁର୍ଥି ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ଚଳିତ ବର୍ଷ ଚତୁର୍ଥି ସେପ୍ଟେମ୍ବର ୧୩ ତାରିଖରେ ପଡ଼ୁଛି। ଯଦି ଏହି ଦିନ ସଠିକ୍ ସମୟରେ ପୂଜା କରିନ୍ତି ଏହା ଦ୍ବାରା ଆପଣଙ୍କର ସମସ୍ତ ମନକାମନା ପୂର୍ଣ୍ଣ ହେବ। ଏପରି କୁହାଯାଇଥାଏ କି ତାଙ୍କର ଜନ୍ମ ମଧ୍ୟକାଳରେ ହୋଇଥିଲା ଏଣୁ ତାଙ୍କ ସ୍ଥାପନା କାଳରେ ହେବା ଉଚିତ୍।

Ganesh-Chaturthi

ଗଣେଶ ଚତୁର୍ଥିୀର ଶୁଭ ମୂହୂର୍ତ୍ତ

ଭଗବାନ ଗଣେଶଙ୍କ ଜନ୍ମ ଦ୍ବିପହରରେ ହୋଇଥିଲା, ଏଣୁ ତାଙ୍କ ପୂଜା ଦ୍ବିପହରରେ ହେବା ଉଚିତ୍। କହିବାକୁ ଗଲେ ଗଣେଶଙ୍କ ପୂଜା ପ୍ରାତଃ ସମୟ, ଦ୍ବିପହର ଏବଂ ସନ୍ଧ୍ଯା କେଉଁ ସମୟରେ ମଧ୍ୟ କରିପାରିବେ। କିନ୍ତୁ ଗଣେଶ ପୂଜନର ସବୁଠାରୁ ଶୁଭ ମୂହୂର୍ତ୍ତ ମଧ୍ୟାହ୍ନ ୧୨ଟା ରହିଥାଏ। ଏଣୁ ମଧ୍ୟାହ୍ନ ପୂଜା ସମୟକୁ ଗଣେଶ ଚତୁର୍ଥୀ ପୂଜା ମୂହୂର୍ତ୍ତ ଭାବେ ଜଣାଯାଇଥାଏ। ଶଣେଶଙ୍କ ପୂଜା କରି ଶୁଭ ଫଳ ପ୍ରାପ୍ତ କରିବା ମୂହୂର୍ତ୍ତ ହେଉଛି ମଧ୍ୟାହ୍ନ ୧୨ଟାରୁ ରାତ୍ର ୧୨। ଚତୁର୍ଥୀ ତିଥି ଗୁରୁବାର ୧୩ ସେପ୍ଟେମ୍ବରକୁ ସଂପୂର୍ଣ୍ଣ ଦିନ ରହିବ। ଏଣୁ ଚଳିତ ବର୍ଷ ଆପଣ ଯେଉଁ ସମୟରେ ମଧ୍ୟ ଗଣେଶ ସ୍ଥାପନା ଏବଂ ପୂଜା କରିପାରିବେ।

ganesh

କିପରି କରିବେ ପୂଜା

ଚତୁର୍ଥୀ ଦିନ ପ୍ରାତଃ ଉଠି ଆପଣଙ୍କ ସୁବିଧା ହିସାବରେ ସୁନା, ରୁପା, ତମ୍ବା ବା ମାଟିର ଗଣେଶଙ୍କ ପ୍ରତିମା ସ୍ଥାପନ କରିପାରିବେ। ଏହାପରେ ଷୋଡ଼ଶୋପଚାର ବିଧିରେ ତାଙ୍କର ପୂଜା ଅର୍ଚ୍ଚନା କରନ୍ତୁ। ପୂଜା ପରେ ଚନ୍ଦ୍ରଙ୍କୁ ପାଣି ଚଢ଼ାଇବା ପରେ ବ୍ରାହ୍ମଣଙ୍କୁ ଦକ୍ଷିଣା ପ୍ରଦାନ କରନ୍ତୁ। ମାନ୍ଯତା ଅନୁଯାୟୀ, ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମାଙ୍କୁ ଦେଖିବାକୁ ବାରଣ କରାଯାଇଥାଏ। ଏହି ପୂଜାରରେ ଗଣେଶଙ୍କୁ ୨୧ଟି ଲଡ଼ୁ ପୂଜା ଅପ୍ରଣ କରି ପୂଜା କରିବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.