ପ୍ରତିଦିନ ସ୍ନାନ କରୁ ନଥିବା ବ୍ୟକ୍ତି ହୋଇଥାନ୍ତି ପାପୀ, ଗରୁଡ ପୁରାଣ ଅନୁସାରେ ଜାଣନ୍ତୁ କ’ଣ ମିଳିଥାଏ ଦଣ୍ଡ

ହିନ୍ଦୁ ଧର୍ମରେ ସ୍ନାନକୁ ମହତ୍ୱ ଦିଆଯାଇଛି । ଗରୁଡ ପୁରାଣ ଅନୁସାରେ ପ୍ରତିଦିନ ସ୍ନାନ କରୁନଥିବା ବ୍ୟକ୍ତିଙ୍କୁ ପାପୀ କୁହାଯାଇଥାଏ । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ସବୁଦିନ ସ୍ନାନ କରିନଥାନ୍ତି । ଏମିତି ଲୋକଙ୍କ ପାଇଁ ଗରୁଡ ପୁରାଣରେ କିଛି ରହସ୍ୟ ସମ୍ପର୍କରେ କୁହାଯାଇଛି ।

ଗରୁଡ ପୁରାଣରେ ସ୍ନାନର ଲାଭ

ଗରୁଡ ପୁରାଣରେ ଭଗବାନ, ପକ୍ଷୀରାଜ ଗରୁଡଙ୍କୁ ସ୍ନାନ ସହିତ ଜଡିତ ଲାଭ ସମ୍ପର୍କରେ କହିଛନ୍ତି । ଯେଉଁ ଲୋକ ପ୍ରତିଦିନ ସ୍ନାନ କରିଥାନ୍ତି, ତାଙ୍କୁ ଦିବ୍ୟ ଜ୍ଞାନ ପ୍ରାପ୍ତ ହୋଇଥାଏ । ଏହାଛଡ଼ା ଯେଉଁ ବ୍ୟକ୍ତି ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରି ଧର୍ମ ଓ ଅର୍ଥ ର ଚିନ୍ତା କରିଥାନ୍ତି,ତାଙ୍କୁ ଲୌକିକ ଓ ପରଲୌକିକ ଫଳ ପ୍ରାପ୍ତି ହୋଇଥାଏ । ପୁରାଣରେ କୁହାଯାଇଛି, ସ୍ନାନ କରିବା ପାଇଁ ସର୍ବଦା ସ୍ୱଚ୍ଛ ଜଳର ବ୍ୟବହାର କରନ୍ତୁ । ସର୍ବଦା ପ୍ରାତଃ କାଳରେ ସ୍ନାନ କରନ୍ତୁ । ଏମିତି ସ୍ନାନ ଦ୍ୱାରା ପାପ କର୍ମ ନଷ୍ଟ ହୋଇଥାଏ । ଯଦି ନିୟମିତ ସ୍ନାନ ନକରନ୍ତି ତେବେ ପାପୀ ବୋଲି କୁହାଯାଇଥାଏ । ଫଳରେ ଘରେ ଅସୁବିଧା ଲାଗି ରହିଥାଏ ।

ପ୍ରତିଦିନ ସ୍ନାନ ନ କରିବା ଲୋକଙ୍କ କାର୍ଯ୍ୟରେ ବାଧା ଦେଇଥାନ୍ତି ଅଲକ୍ଷ୍ମୀ ଓ କାଳକର୍ଣ୍ଣ

ଗରୁଡ ପୁରାଣରେ ଏହା ବି କୁହାଯାଇଛି, ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳେ ସ୍ନାନ କରି ନଥାନ୍ତି, ସେମାନଙ୍କ ଆଡକୁ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ । ଗରୁଡ ପୁରାଣରେ ଅଲକ୍ଷ୍ମୀ ଓ କାଳକର୍ଣ୍ଣଙ୍କୁ ଅନିଷ୍ଟ ଶକ୍ତି ବୋଲି କୁହାଯାଇଛି । ଗରୁଡ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ପ୍ରତିଦିନ ସ୍ନାନ କରିନଥାନ୍ତି, ତାଙ୍କ ଘରେ ଅଲକ୍ଷ୍ମୀ ବାସ କରିଥାନ୍ତି । ସେମାନଙ୍କ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.