ବହୁଛି ଉତ୍ତରାପବନ, ଖସୁଛି ତାପମାତ୍ରା: ୫ ଡିଗ୍ରୀକୁ ଖସିଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍): ମାଡ଼ି ଆସିଲା ଜା଼ଡ। ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା। ଗୋଟିଏ ଦିନ ଭିତରେ ପାରଦ ୨ରୁ ୪.୬ ଡିଗ୍ରୀ ସେଲ୍‌ସିୟସକୁ ଖସିଛି। ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସେମିଳିଗୁଡ଼ାରେ ୭, କେନ୍ଦୁଝରରେ ୭.୬ ଓ ଫୁଲବାଣୀରେ ୮ ଡିଗ୍ରୀ ରେକର୍ଡ କରାଯାଇଛି।

ଟୁଇନ ସିଟି ଭୁବନେଶ୍ୱରରେ ରାତି ତାପମାତ୍ରା ୧୩ ଡିଗ୍ରି ଓ କଟକରେ ୧୩.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଉତ୍ତର ଭାରତ ପଟୁ କାଲୁଆ ପବନ ପ୍ରବାହିତ ହେଉଛି। ଫଳରେ ତାପମାତ୍ରା କମୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଶୀତ ଜାରି ରହିବ। ତାପମାତ୍ରା ବୃଦ୍ଧି କିମ୍ବା ଶୀତ କମିବାର ଏବେ କୌଣସି ସମ୍ଭାବନା ନାହିଁ।

ଏପଟେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଓ ରାଇକିଆରେ ବି ପ୍ରବଳ ଶୀତ । ଜି. ଉଦୟଗିରି, ରାଇକିଆ, ଟିକାବାଲି., ଦାରିଙ୍ଗବାଡି ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଥଣ୍ଡା ବଢିଛି । ଏହାସହ ଘନ କୁହୁଡି ଲାଗି ରହୁଥିବାରୁ ଯାତାୟାତରେ ବାଧା ଉପୁଜୁଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକ ନିଆଁ ପୁଇଁ ହେଉଛନ୍ତି । ଶୀତ ଦିନରେ ନିଜକୁ ଫିଟ୍‌ ରଖିବାକୁ ପାର୍କରେ ଭିଡ ଜମାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.