ଶୀତରେ ଆହୁରି ଆତଙ୍କ ଖେଳାଇବ ମହାମାରୀ! ଆସିବ କରୋନାର ଆଉ ୩ ଲହର

ଚୀନ୍: ଚୀନରେ କରୋନା ସ୍ଥିତି ସଙ୍ଗୀନ । ଶୀତରେ ଆହୁରି ଆତଙ୍କ ଖେଳାଇବ ମହାମାରୀ । ଆସିବ କରୋନାର ଆଉ ୩ ଲହର । ଏ ନେଇ ମହାମାରୀ ବିଶେଷଜ୍ଞ ମାନେ ସତର୍କ କରି ଦେଇଛନ୍ତି । ଆସନ୍ତା ମାସରେ କୋଭିଡ ସ୍ଥିତି ଅଣାୟତ୍ତ ହେବ ବୋଲି କୁହାଯାଇଛି ।

ଚୀନର ମହାମାରୀ ବିଶେଷଜ୍ଞ ଉ-ଜୁନ୍‌ୟୁଙ୍କ ସୂଚନା ଅନୁସାରେ ଆସନ୍ତା ୩ ମାସ ମଧ୍ୟରେ ୩ଟି ଲହର ଆସିବ । ପ୍ରଥମ ଲହର ଜାନୁଆରୀ ମଧ୍ୟ ଭାଗ ପର୍ଯ୍ୟନ୍ତ ରହିବ । ଜାନୁଆରୀ ୨୧ ତାରିଖ ଚୀନର ନୂଆବର୍ଷ ପରଠୁ ଦ୍ୱିତୀୟ ପର୍ଯ୍ୟାୟ ଲହର ଆତଙ୍କ ସୃଷ୍ଟି କରିବ। ଫେବ୍ରୁଆରୀ ଶେଷରୁ ମାର୍ଚ୍ଚ ମଧ୍ୟ ଭାଗ ପର୍ଯ୍ୟନ୍ତ ତୃତୀୟ ଲହର ଜାରି ରହିବ । ପ୍ରବଳ ଥଣ୍ଡା ଯୋଗୁ ଚୀନରେ କରୋନା ଅଣାୟତ୍ତ ହୋଇପଡିଛି । ସେହିପରି ୨୦୨୩ରେ ଚୀନ୍‌ରେ କରୋନାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ନେଇ ଆକଳନ କରିଛି ଆମେରିକାର ଆଇଏଚଏମଇ ସଂସ୍ଥା ।

ଚୀନରେ ପ୍ରଥମରୁ ଏପର୍ଯ୍ୟନ୍ତ କରୋନା ମୃତ୍ୟୁ ୫ହଜାର ୨୩୫ ରହିଛି। ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ଲୁଚାଉଛି ଡ୍ରାଗନ୍‌ । ଦୁଇ ସପ୍ତାହ ହେଲା ଚୀନ୍‌ ସରକାରୀ ଖାତାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇନି । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୭ ରେ ହୋଇଥିଲା। ଏପଟେ ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.