Below header

ନିଜ ପତ୍ନୀକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମୃତ ବ୍ୟକ୍ତି, ଜାଣନ୍ତୁ ଘଟଣାଟି କଣ ଥିଲା

ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ବି ଭୂତ ପ୍ରେତକୁ ନେଇ ଚାଲିଛି ବିବାଦ । ଭୂତ ଅଛନ୍ତି କି ନାହିଁ ତାକୁ ନେଇ ଚାଲିଛି ଆଲୋଚନା ସମାଲୋଚନା । ହେଲେ ଏହା ଭିତରେ ଅନେକ ଅଛନ୍ତି ଭୂତ ଅଛନ୍ତି ବୋଲି ମାନିବେ ଆଉ କିଛି ଏହାକୁ ଅନ୍ଧବିଶ୍ୱାସ ବୋଲି କହିବେ । ତେବେ କିଛି ଘଟଣା ଲୋକଙ୍କୁ ବାଧ୍ୟ କରିଛି ଭୂତ କଥାକୁ ବିଶ୍ୱାସ କରିବାକୁ । ଆମେ ଆଜି ଆପଣମାନଙ୍କୁ ଏକ କାହାଣୀ କହିବୁ ଯାହା ବାସ୍ତବରେ ହୋଇଥିଲା ବୋଲି ଇତିହାସରେ ଲେଖା ହୋଇ ରହିଛି । ଘଟଣାଟି ବୋଧହୁଏ ପ୍ରଥମ ଓ ଶେଷ ଥିଲା । ଭୂତ ନିଜେ ଅଦାଲତରେ ଉପସ୍ଥିତ ହୋଇ ସାକ୍ଷୀ ଦେଇଥିଲା ।

GHOST-2

ଆପଣ ଏହାକୁ ଗପ କିମ୍ବା ଏକ ଅବାସ୍ତବ କାହାଣୀ କହି ପାରନ୍ତି ହେଲେ ଏଭଳି କାହାଣୀ ଇତିହାସରେ ଲେଖା ଯାଇଛି ଯେତେବେଳେ ଆମେ ତାକୁ ଜାଣି ଅନ୍ତତଃ ମଜା ନେଇ ପାରିବା । ଆମେ ଏ ନେଇ କାହାକୁ ବିଶ୍ୱାସ କରିବାକୁ ବାଧ୍ୟ କରୁ ନାହୁଁ କିମ୍ବା ଅନ୍ଧବିଶ୍ୱାସକୁ ସମର୍ଥନ କରୁ ନାହୁଁ । ଏବେ ଆସନ୍ତୁ ଜାଣିବା କାହାଣୀଟି କଣ ଥିଲା ।

ଏ କାହାଣୀ ୧୭ଶ ଶତାବ୍ଦୀର । ସେତେବେଳେ ଇଂଲଣ୍ଡରେ ଜଣେ ପାଦ୍ରୀ ଥିଲେ, ତାଙ୍କ ନାଁ ଥିଲା ଜେରେସି ଟେଲର । ସେ ନିଜର ବିଭିନ୍ନ ଅସ୍ୱାଭାବିକ ଓ ଭୌତିକ ଅନୁଭୂତି ସବୁକୁ ଏକ ପୁସ୍ତକରେ ପ୍ରକାଶିତ କରିଥିଲେ । ସେହି ପୁସ୍ତକରେ ସେ ପ୍ରେତାତ୍ମା ସହିତ ତାଙ୍କର ଭେଟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଫାଦର ଜେରେସି ଥରେ ନିଜ ଘୋଡ଼ା ଉପରେ ବସି ବେଟ୍‌ଫାଷ୍ଟରୁ ଡିଲ୍ସଗେରୋ ଆସୁଥିଲେ । ତାଙ୍କୁ ଲାଗିଲା କି କେହି ଜଣେ ତାଙ୍କ ପଛରେ ଘୋଡ଼ା ଉପରେ ବସିଗଲା ।

GHOST-5

ସେ ଚକିତ ହୋଇ ପଛକୁ ଚାହିଁଲେ । ତେବେ ତାଙ୍କୁ ବ୍ୟକ୍ତିଙ୍କ ମୁହଁ ଭଲ ଭାବେ ଦେଖାଗଲା ନାହିଁ । ତେଣୁ ପାଦ୍ରି ତାଙ୍କୁ ତାଙ୍କର ପରିଚୟ ପଚାରିବା ସହ ଏମିତି ବିନା ଅନୁମତିରେ କାହିଁକି ତାଙ୍କ ଘୋଡ଼ାରେ ବସିଗଲେ ବୋଲି ପଚାରିଲେ । ତୁରନ୍ତ ଲୋକଟି କହିଲା ମୋ ନାଁ ହେଡକ୍‌ଜେମ୍ସ । ଆପଣ ଟିକେ ଦୟାକରି ମୋ ବିଧବା ପତ୍ନୀ ନିକଟରେ ଗୋଟିଏ ବାର୍ତ୍ତା ପହଞ୍ଚାଇ ଦେବେ । ମୋର ମୃତ୍ୟୁ ହୋଇ ସରିଛି, ଆଉ ମୋ ପତ୍ନୀ ଅନ୍ୟ ଜଣକୁ ବିବାହ କରି ସାରିଛନ୍ତି । ତେବେ ଖୁବ୍‌ ଶୀଘ୍ର ତାଙ୍କୁ ତାଙ୍କର ନୂଆ ସ୍ୱାମୀ ହତ୍ୟା କରିବ । ତେଣୁ ଶୀଘ୍ର ସେ ତା ଠାରୁ ଦୂରେଇ ଯାଆନ୍ତୁ । ଏହାପରେ ପାଦ୍ରି ଜେରେସି ତାଙ୍କୁ ତାଙ୍କ ପତ୍ନୀ ରହୁଥିବା ଘର ଠିକଣା ମାଗିଲେ ।

GHOST-4

ଏହାପରେ ଫାଦର ଜେରେସି ପ୍ରେତାତ୍ମା ଦେଇଥିବା ଠିକଣା ଅନୁସାରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ତାଙ୍କ ସ୍ୱର୍ଗତ ସ୍ୱାମୀ ଦେଇଥିବା ବାର୍ତ୍ତା କଥା କହିଲେ । ତେବେ ମହିଳା ଜଣକ ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ । ଏହି ଘଟଣାର କିଛି ଦିନ ପରେ ମହିଳାଙ୍କ ହତ୍ୟା ହୋଇଗଲା ଏବଂ ପୋଲିସ୍‌ ତାଙ୍କ ନୂଆ ସ୍ୱାମୀକୁ ସନ୍ଦେହ କଲା । କୁହାଯାଉଥିଲା ଅଚଳାଚଳ ସମ୍ପତ୍ତି ଲୋଭରେ ଏହି ନୂଆ ସ୍ୱାମୀ ସ୍ତ୍ରୀକୁ ମାରି ଦେଇଛି ।

MURDER

ଏକଥା ଯେତେବେଳେ ଫାଦର ଜେରେସି ଜାଣିଲେ ସେ ନିଜେ ଥାନାକୁ ଯାଇ ପ୍ରେତାତ୍ମା କଥା ଜଣାଇ ଦେଲେ । ଏହାପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କଲା ସିନା ହେଲେ ମାମଲା ଯେତେବେଳେ କ୍ୟାରିକ ଫରେନ୍ସ କୋର୍ଟରେ ଚାଲିଲା ବିଚାରପତି କିନ୍ତୁ ଫାଦରଙ୍କ କଥାକୁ ମାନିବାକୁ ମନା କରିଦେଲେ । ବିଚାରପତି କହିଲେ, ଯଦି ଏକଥା ସତ ବୋଲି କହୁଛ ତେବେ ପ୍ରେତାତ୍ମାକୁ କୁହ ସେ ଆସି ସାକ୍ଷୀ ଦେଉ । ଫାଦର ବଡ଼ ସମସ୍ୟାରେ ପଡ଼ିଗଲେ । ଏକଥା ଶୁଣି କୋର୍ଟରେ ସମସ୍ତେ ଚୁପ୍‌ ହୋଇଗଲେ । ହେଲେ ଏହି ନିରବତା ଭିତରେ ଅଚାନକ ଏକ ଅଜବ ଘଟଣା ଘଟିଲା । ଘଡ଼ଘଡ଼ି ଭଳି ଭୀଷଣ ଶବ୍ଦ ଶୁଭିଲା ଏବଂ ଏକ ଅଦୃଶ୍ୟ ହାତ ଆସି ବିଚାରପତିଙ୍କ ଟେବୁଲ ଉପରେ ତିନି ଥର ଚାପୁଡ଼ା ମାରିଲା । ଏ ଦୃଶ୍ୟ ଦେଖି ଭୟରେ ସମସ୍ତେ ଚିତ୍କାର କରିବାକୁ ଲାଗିଲେ । ଏସବୁ ଭିତରେ ସେଇ ହାତଟି କିନ୍ତୁ ପୁଣି ଅଦୃଶ୍ୟ ହୋଇଗଲା ।

GHOST-1ଏପଟେ କୋର୍ଟରେ ପରିସ୍ଥିତି ଶାନ୍ତ ହେବାକୁ କିଛି ସମୟ ଲାଗିଲା । ହେଲେ ତା ପରେ ବିଚାରପତି ଆଉ କିଛି ନକହି ଅଭିଯୁକ୍ତ ସ୍ୱାମୀକୁ ମୁଖ୍ୟ ଦୋଷୀ ଭାବେ ଗ୍ରହଣ କରି ଦଣ୍ଡିତ କରିଥିଲେ । ବୋଧହୁଏ ଅଦାଲତରେ ପ୍ରଥମ ଓ ଶେଷଥର ପାଇଁ ପ୍ରେତାତ୍ମାର ସାକ୍ଷ୍ୟକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.