Below header

ଖୁବ୍ ଆଶ୍ଚର୍ଯ୍ୟକର ଏହି ସୁନ୍ଦରୀଙ୍କ କାହାଣୀ, ଭୟାନକ ଜୀବ ସହ ବିତିଥାନ୍ତି ସବୁ ରାତି ..

ଜୀବଜନ୍ତୁଙ୍କ ପ୍ରତି ପ୍ରେମ ଆଜିକାଲି ସମସ୍ତଙ୍କ ନିକଟରେ ଏକ ସଉକରେ ପରିବର୍ତ୍ତନ ହୋଇଗଲାଣି। ଲୋକ ଭିନ୍ନ ଭିନ୍ନ ପ୍ରକାରର ଜନ୍ତୁଙ୍କୁ ଘରେ ପୋଷାକରି ରଖିବାକୁ ଭଲ ପାଆନ୍ତି। କିଏ କୁକୁର ପାଳିଥାନ୍ତି ତ କିଏ ବିଲେଇ। କିନ୍ତୁ ଲଣ୍ଡନରେ ରହୁଥିବା ୨୧ ବର୍ଷର ଜଣେ ମହିଳା ଏପରି ଏକ ଜନ୍ତୁକୁ ପୋଷା କରି ରଖିଛନ୍ତି ଯାହା ଶୁଣିଲେ କାହାକୁ ବିଶ୍ବାସ ହେବ ନାହିଁ। ଯେଉଁ ଜନ୍ତୁକୁ ହଠାତ୍ ଦେଖି ସାଧାରଣ ଲୋକଙ୍କ ନିଶ୍ବାସ ଅଟକି ଯାଏ। ଏପରିକି ତାଙ୍କ ଆଖପାଖର ଲୋକ ସେହି ମହିଳାଙ୍କ ଘରକୁ ଯିବାକୁ ମଧ୍ୟ ଭୟ କରନ୍ତି।

snake girl

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଜି ନାମକ ଆମେରିକାରେ ରହୁଥିବା ଏହି ମହିଳା ନିଜ ଘରେ ୧୬ ଫୁଟର ଏକ ବରମିସ ଅଜଗରକୁ ପୋଷା କରି ରଖିଛନ୍ତି। ଖାଲି ତାହା ନୁହଁ, ସେ ଘରେ ସାପ ମାନଙ୍କର ଏକ କଲେକସନ୍ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ବୋଆ କୋଷ୍ଟ୍ରିକର, ଇଲଷ୍ଟ୍ରିଅସ୍ ଏବଂ ବୋଲ୍ଡ ପାଇଥନ ଆଦି ସାପ ସାମିଲ ରହିଛନ୍ତି।

snake 2

ସୂଚନା ମୁତାବକ, ୨୧ ବର୍ଷିୟ ଜି ଏବେ ଭେଟେନାରୀ ନର୍ସର ପାଠ ପଢ଼ୁଛନ୍ତି। ସେ ନିଜ ବିଷୟରେ କହିଛନ୍ତି, ୬ ବର୍ଷ ବୟସରେ ସେ ପ୍ରଥମ ଥର ସାପ ଦେଖିଥିଲେ ଏବଂ ତାଙ୍କୁ ବହୁତ ଭଲ ଲାଗିଥିଲା। ଏପରକି ସେ ତାଙ୍କର ପୋଷା ପାଇଥନ (ଅଜଗର) ସହ ରାତିରେ ଶୋଇମଧ୍ୟ ଥାନ୍ତି। ସେଥିରେ ତାଙ୍କୁ ବହୁତ ଆରାମ ଅନୁଭବ ହୋଇଥାଏ।

snake 3

୧୪ ବର୍ଷ ବୟସରେ ପ୍ରଥମ ଥର ପାଇଁ ନିଜ ଭାଇଙ୍କ ସହ ମିଶି ଜି ସାପ କିଣିଥିଲେ। ଯାହାକୁ ସେ ମିନି ରେପଟାଇଲ ହାଉସରୁ ଆଣିଥିଲେ ଏବଂ ଆଜି ତାଙ୍କ ପାଖରେ ସମୁଦାୟ ୧୬ଟି ସାପ ରହିଛି। ତାଙ୍କ କହିବା ଅନୁଯାୟୀ, ସାପ ବିନା କୌଣସି ଭୁଲରେ କାହାକୁ ହଇରାଣ ତଥା କ୍ଷତି ପହଞ୍ଚାନ୍ତି ନାହିଁ।

snake

ଜି ଙ୍କ ପାଖରେ ସବୁଠାରୁ ବଡ଼ ବରମିସ ପାଇଥର (ଅଜଗର) ରହିଛି। ଯାହାର ଲମ୍ବ ୧୬ ଫୁଟ ଏବଂ ଓଜନ ୨୮ କିଲୋ ରହିଛି। ତାହାର ଲମ୍ବତା ପାଇଁ ସବୁବେଳେ ତାହାକୁ ଉଠାଇବା ପାଇଁ ଦୁଇ ଜଣଙ୍କର ଆବାଶ୍ୟକତା ପଡ଼ିଥାଏ। ତେବେ ପାଇଥନ (ଅଜଗର)ଟି ମାସକୁ କେବଳ ଥରେ ୩-୬କିଲୋର ଏକ ଠେକୁଆ ଖାଇଥାଏ। ଏହା ଛଡ଼ା ସେ ମୂଷା ମଧ୍ୟ ଖାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.