Below header

୧୭ ବର୍ଷ ଝିଅର ପେଟରେ ହେଉଥିଲା ଯନ୍ତ୍ରଣା, ଅପରେସନ କରି ବାହାର କରାଗଲା ୭କେଜି ଚୁଟି

ପେଟରୁ ଅପରେସନ କରି କଇଁଛି କିମ୍ବା ଷ୍ଟୋନ ବାହାର କରିଥିବା କଥା ହୁଏତ ଆପଣ ଶୁଣିଥିବେ କିନ୍ତୁ କେବେ ପେଟ ଭିତରୁ କେଶ ମୁଣ୍ଡୁଳା ବାହାର କରାଯାଇଥିବା କଥା ଶୁଣିଛନ୍ତି କି ? ଆଜ୍ଞା ହଁ ଏହା ସତ । ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଜଣେ ୧୭ ବର୍ଷୀୟ ଝିଅର ପେଟରେ ଭୀଷଣ ଯନ୍ତ୍ରଣା ହେଉଥିଲା । ଯେଉଁ କାରଣରୁ ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ । ତେବେ ଡାକ୍ତରମାନେ ତାଙ୍କ ପେଟକୁ ଅପରେସନ କରି ୭ କିଲୋ ଚୁଟି ବାହାର କରିଛନ୍ତି । ଅପରେସନ କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଏହା ବହୁତ କଷ୍ଟ ଥିଲା କାରଣ କେଶ ଗୁଚ୍ଛ ପେଟର ସମସ୍ତ ଏରିଆକୁ କବ୍ଜା କରି ରଖିଥିଲା ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଝିଅର କେଶ ଖାଇବାର ଅଭ୍ୟାସ ଥିଲା । ଯେତେବେଳେ ବି ତାଙ୍କ ମୁଣ୍ଡରୁ କେଶ ଝାଡ଼ୁଥିଲା ତତ୍କ୍ଷଣାତ ସେ ତାକୁ ଖାଇଦେଉଥିଲେ । କିନ୍ତୁ ଗତ 5 ବର୍ଷ ହେବ ସେ ନିଜର ଏହି ଅଭ୍ୟାସକୁ ବଦଳାଇ ଦେଇଥିଲେ । ତେବେ ବର୍ତ୍ତମାନ ସେହି ସମସ୍ତ କେଶ ଯାଇ ପେଟ ଭିତରେ ଗୋଟିଏ ସ୍ଥାନରେ ଜମା ହୋଇଯାଇଥିଲା ଏବଂ ଧୀରେ ଧୀରେ ଏହା ଏକ ମୁଣ୍ଡୁଳାରେ ପରିଣତ ହୋଇଯାଇଥିଲା ।

hairball in stomach

ବୋକାରୋର ଏକ ପ୍ରାଇଭେଟ ହସ୍ପିଟାଲରେ ଝିଅଟିର ପରେସନ କରାଯାଇଥିଲା । ତେବେ ଏହି କେଶ ମୁଣ୍ଡୁଳୀକୁ ପେଟ ଭିତରୁ ବାହାର କରିବା ପାଇଁ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା । ସ୍ୱିଟିର ଅପରେସନ କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ ନିଜର 40 ବର୍ଷ କ୍ୟାରିୟର ଭିତରେ ସେ କେବେବି ଏମିତି ଘଟଣା ଦେଖିନଥିଲେ । ତେବେ ବର୍ତ୍ତମାନ ଝିଅଟି ସୁସ୍ଥ ଅଛି ବୋଲି ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.