ଶାଗୁଣା ଖୋଲ ପାହାଡ଼ରେ ପୂଜିତ ମା ରତନେଇ

ଷାଠିଏ ବର୍ଷ ତଳର କଥା,ବାହୁଦା ନଦୀରେ କଳିଙ୍ଗ ଦଳା ଆନିକଟ ବା’ ଚେକ୍ ଡ୍ୟାମ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା ଆରମ୍ଭ ହେଲା, ଜଳ ସେଚନ ବିଭାଗ, ଠିକାଦାର କାର୍ଯ୍ୟ କରିବା ପାଇଁ ଯେତେ ଚେଷ୍ଟା କଲେ ବି’ ଆରମ୍ଭ ହୋଇ ପାରିଲା ନାହିଁ । ଚିନ୍ତା ପଡିଲା କଣ କରିବେ । ହଠାତ୍ ଗୋଟିଏ ରାତିରେ ବିଭାଗୀୟ ଅଧିକାରୀଙ୍କୁ ସ୍ବପ୍ନ ହେଲା ପ୍ରଥମେ ମୋ ପାଇଁ ଜାଗା କର, ମୁଁ ଏହି ପାହାଡ଼ରେ ଅଛି । ତା ପରେ ଡ୍ୟାମ୍ କାର୍ଯ୍ୟ ଆରମ୍ଭ କରିବ । ସକାଳ ହେବା ପରେ ଠିକାଦାର, ସରକାରୀ ଅଧିକାରୀ ପହଞ୍ଚି ଏକ ବର ଗଛ ତଳେ ଦେଖିଲେ ପଥର ଦେହରେ ମା ଅଛନ୍ତି । ସଙ୍ଗେ ସଙ୍ଗେ ଏକ ମଣ୍ଡପ ତିଆରି କରି ଆରମ୍ଭ ହେଲା ପୂଜା, ଏହା ପରେ ଡ୍ୟାମ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା । ସବୁ କାମ ସୁରୁଖୁରୁରେ ହେଲା । ତେଣୁ ଠାକୁରାଣୀଙ୍କ ପ୍ରତି ବଢିଗଲା ଲୋକଙ୍କ ବିଶ୍ୱାସ ।

CAMPUS-2ପାଖରେ ଥିବା ଗାଁ ଲୋକଙ୍କ ସହାୟତାରେ ସପ୍ତାହକୁ ଥରେ ମା’ଙ୍କ ନିକଟରେ ଅନ୍ନ ଭୋଗ ଲାଗିବାର ବ୍ୟବସ୍ଥା ହୋଇଥିଲା । ମନ୍ଦିର ପୂଜାରୀ ନରସିଂହ ପାଣିଗ୍ରାହୀ କହନ୍ତି, ମା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ଦିନେ କେ. ନୂଆଗାଁ ମୋହନ ପଣ୍ଡା ନାମକ ଚାଷୀ ସାରୁ ନେଉଥିଲେ ବିକ୍ରି କରିବା ପାଇଁ, ହଠାତ୍ ଆଗରେ ଦେଖିଲେ ନିରୋଳା ରାସ୍ତାରେ ଜଣେ ସ୍ତ୍ରୀ ଲୋକ ଯାଉଛନ୍ତି । ମୋହନ ପଚାରିଲେ କୁଆଡେ ଯାଉଛ ମାଆ । ହଠାତ୍ ମା ବୁଲି ଏକ ଶକ୍ତ ଚାପୁଡ଼ା ମାରି ନିଜ ଆସ୍ଥାନକୁ ଚାଲି ଯାଇଥିଲେ । ତାଙ୍କ ପଛେ ପଛେ ଯେତେବେଳେ ମୋହନ ଗଲେ ମା ତାଙ୍କୁ କହିଲେ, ଦୈନିକ ପୂଜା ଓ ଭୋଗ ଲାଗି ପାରୁନି । ଏ କଥା ମୋହନ ଆସି ଗାଁରେ କହିବା ପରେ ସମସ୍ତେ ମଗାଯଚା କରି ଭୋଗ ବ୍ୟବସ୍ଥା କରୁଥିଲେ । ଏବେ କିନ୍ତୁ ମନ୍ଦିରର ବହୁତ ପରିବର୍ତ୍ତନ ହୋଇଛି । ଏମିତି ଅନେକ ବିଶ୍ୱାସର କଥା ରହିଛି ମା’ଙ୍କୁ ନେଇ ।

CAMPUS-1ମା ରତନେଇଙ୍କ ମନ୍ଦିର ରହିଛି ଗଂଜାମ ଜିଲ୍ଲା ଚିକିଟିରୁ ଦିଗପହଣ୍ଡି ଗଲା ବେଳେ ରାସ୍ତା କଡ଼ରେ ପଡେ । କୁହାଯାଏ, ପାହାଡରେ ବହୁ ସଂଖ୍ୟକ ଶାଗୁଣା ରହିଥିଲେ ତେଣୁ ସେହି ଅନୁସାରେ ନା ରହିଛି ଶାଗୁଣା ଖୋଲ । ମା’ଙ୍କ ମନ୍ଦିର ଏବେ ଆକର୍ଷଣୀୟ କରାଯାଇଛି । ଭୋଗ ଲଗାଇବା ପାଇଁ ଭକ୍ତ କିଛି ଅନୁଦାନ ମଧ୍ୟ ଦେଇଛନ୍ତି ।

PUJAKA
ପୂଜକ : ନରସିଂହ ପାଣିଗ୍ରାହୀ

ପିକ୍‌ନିକ୍ କରିବା ପାଇଁ ଉତ୍କଷ୍ଟ ସ୍ଥାନଟିଏ । ସବୁଜ ବନାନୀ, ସୁଉଚ୍ଚ ପାହାଡ ଯେକୌଣସି ଲୋକକୁ ବିମୋହିତ କରିବ । ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ ମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି । ଭୋଜି କରିବାକୁ ହେଲେ ଏଠାକାର କମିଟି ସହ ଯୋଗାଯୋଗ କରିବାକୁ ହୋଇଥାଏ । ସେମାନଙ୍କ ସହଯୋଗରେ ରୋଷେଇ ସାମଗ୍ରୀ ମିଳିଥାଏ । କେ. ନୂଆଗାଁ ଥାନା ପକ୍ଷରୁ ମନ୍ଦିର ସୁରକ୍ଷା ଓ ଉନ୍ନତି ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଥାନା ଅଧିକାରୀ ପରିଚାଳନା ସଭାପତି ରହିଥାନ୍ତି ।
ବ୍ରହ୍ମପୁର ଠାରୁ ଚାଳିଶି କିଲୋମିଟର ଦୂର ଏହି ମନ୍ଦିର । ମନ୍ଦିର ସକାଳ ୬ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହେ । ଖରାବେଳେ କିଛି ସମୟ ପାଇଁ ମା ବିଶ୍ରାମ ନେଇଥାନ୍ତି ।
ଏଠାକାର ପରିବେଶ ସୌନ୍ଦର୍ଯ୍ୟମୟ ହୋଇଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏଠାରେ ଏକ କଲ୍ୟାଣ ମଣ୍ଡପ ମଧ୍ୟ ରହିଛି । ତେଣୁ ଏହି ଅଞ୍ଚଳର ବିକାଶ ପ୍ରତି ସ୍ଥାନୀୟ ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଦରକାର ।

ରବିନ୍ଦ୍ର ନାଥ ଡାକୁଆ, କେନ୍ୟୁଜ୍‌, ବ୍ରହ୍ମପୁର

KALYAN MANDAPA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.