Below header

ଭକ୍ତର ମନ ବୁଝି ସବୁ ମାନସିକ ପୂରଣ କରନ୍ତି ଗଞ୍ଜାମର ମା’ ରତ୍ନେଶ୍ବରୀ

ଗଞ୍ଜାମ ଜିଲ୍ଲା ଚିକିଟି- ଦିଗପହଣ୍ଡି ରାସ୍ତା ପାର୍ଶ୍ବରେ ରହିଛି ରତ୍ନେଶ୍ବରୀ ଶକ୍ତି ପୀଠ। ମା’ ରତ୍ନେଶ୍ବରୀଙ୍କ ଉପରେ ରହିଛି ଲୋକଙ୍କର ପ୍ରଗାଢ ବିଶ୍ୱାସ। ଶାର୍ଗୁଣା ଖୋଲ ନାମରେ ନାମିତ ଏକ ପାହାଡ ତଳେ ମା’ ପୂଜିତା। କାହିଁ କେଉଁ କାଳରୁ ମା’ ଏଠାରେ ଆବିର୍ଭାବ ହୋଇ ପୂଜା ପାଇ ଆସୁଛନ୍ତି।

ଲୋକ କଥା ଅନୁସାରେ, ମା’ଙ୍କ କୃପାରୁ ତତ୍କାଳୀନ ଚିକିଟି ରାଜା ଏକ ଯୁଦ୍ଧରେ ବିଜୟ ଲାଭ କରିଥିଲେ। ଏବେ ଯେଉଁ ସ୍ଥାନରେ ମନ୍ଦିର ଶୋଭା ପାଉଛି, ଆଗୁରୁ ସେଠାରେ ଘଞ୍ଚ ଜଙ୍ଗଲ ଥିଲା। ଏପରିକି ସେତେବେଳେ ଏହି ରାସ୍ତାରେ ଦିନରେ ମଧ୍ୟ କେହି ଏକୁଟିଆ ଯିବାକୁ ସାହାସ କରି ପାରୁନଥିଲେ। ଏହି ରାସ୍ତା, ପାହାଡ, ଜଙ୍ଗଲ ସବୁ କିଛି ଡକାୟତିମାନଙ୍କ ଆଡ୍ଡାସ୍ଥଳୀ ଥିଲା। ଏଣୁ ସୁରକ୍ଷିତ ଯାତ୍ରା ପାଇଁ ସେତେବେଳେ ଯିଏ ଯୁଆଡ଼େ ବି ଯାଉଥିଲା, ଏଠାରେ ଥିବା ଏକ ପଥରରେ ଧୂପ ଦୀପ ଦେଇ ପୂଜା କରୁଥିଲା। ଫଳରେ ମା’ ତାକୁ ସବୁ ବିପଦରୁ ରକ୍ଷା କରୁଥିଲେ।

ratneswari2

ଏମିତି ବର୍ଷ ପରେ ବର୍ଷ ବିତିଗଲା। ଅନେକ ଦିନ ପରେ ଆଶ୍ଚର୍ଯ୍ୟଜନକ ଭାବେ ନିକଟରେ ବହି ଯାଇଥିବା ବାହୁଦା ନଦୀରେ କଳିଙ୍ଗ ଦଳା ଆନିକଟ ତିଆରି ବେଳେ ମା’ଙ୍କ ମହିମା ପ୍ରଘଟ ହୋଇଥିଲା। ଫଳରେ ଏଠାରେ ତିଆରି ହେଲା ମା’ ଙ୍କ ମନ୍ଦିର। ପାଖାପାଖି କୋଡିଏ ବର୍ଷ ହେଲା ସ୍ଥାନର ଉନ୍ନତି ହୋଇ ଆକର୍ଷଣୀୟ ମନ୍ଦିର ନିର୍ମାଣ ହୋଇଛି ଏବଂ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ଘର ମଧ୍ୟ ତିଆରି ହୋଇଛି। ଚୈତ୍ର ଓ ଆଶ୍ବିନ ମାସରେ ମା’ ଙ୍କର ବିଶେଷ ପୂଜା ହୋଇଥାଏ । ଏଠାରେ ପ୍ରତିଦିନ ବାଳ ଭୋଗ ଓ ସଂଧ୍ୟା ଭୋଗ, ଦୁଇଥର ଅନ୍ନ ଭୋଗ କରାଯାଏ। ମା’ଙ୍କ ପାଖରେ ଯିଏ ଯେଉଁ ପରି ମାନସିକ କରନ୍ତି, ତାହା ପୂରଣ ହୋଇଯାଏ ବୋଲି ବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.