ଚିଡିଆଖାନାରେ ଶ୍ରୀବଲ୍ଲୀରେ ଗୀତରେ ନାଚିଲା ଗରିଲ୍ଲା, ଦେଖନ୍ତୁ ଭିଡିଓ

ଗତ କିଛିଦିନ ହେଲାଣି ସୋସିଆଲ ମିଡିଆରେ ପୁଷ୍ପା କ୍ରେଜ୍‌ ଦେଖିବାକୁ ମିଳିଥିଲା। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର ଗୀତ ଏବଂ ଡାଇଲଗ ଟ୍ରେଣ୍ଡରେ ମଧ୍ୟ ରହିଛି। ପୁଷ୍ପା ଫିଲ୍ମର ହୁକ୍‌ଷ୍ଟେପ୍‌ ଏବେ ବହୁତ ଟ୍ରେଣ୍ଡରେ ରହିଛି। ଯାହା କ୍ରିକେଟ ଷ୍ଟାର ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟ୍‌ ଯାଏଁ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଛି।

ନିକଟରେ ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଗରିଲ୍ଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର ଶ୍ରୀବଲ୍ଲୀ ଗୀତରେ ହୁକଷ୍ଟେପ୍‌ କରୁଥିବା ନଜର ଆସିଛନ୍ତି। ଯାହାକୁ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଆପଣ ମଧ୍ୟ ଏହି ଭିଡିଓ ଦେଖିଲେ ନିଶ୍ଚିତ ହସିବେ।

ଭିଡିଓରେ ଗରିଲ୍ଲା ଚିଡିଆଖାନାରେ ଶ୍ରୀବଲ୍ଲୀ ଡ୍ୟାନ୍ସ ଷ୍ଟେପ ପରି ଡ୍ୟାନ୍ସ କରୁଛି। ଗରିଲ୍ଲାର ପାଣି ପାଚେରୀ ପାଖରେ ଠିଆ ହୋଇ ତେରଛା ଚାଲି ଚାଲୁଛି। ଯାହାକୁ ସେଠାରେ ଉପସ୍ଥିତ ଥିବା ଦର୍ଶକ ନିଜ କ୍ୟାମେରାରେ କଏଦ କରିଛନ୍ତି। ଆଉ ଏହି ଭିଡିଓକୁ ଭାଇରଲ କରି ସେଥିରେ ପୁଷ୍ପା ଫିଲ୍ମର ଶ୍ରୀବଲ୍ଲୀ ଗୀତରେ ଏଡିଟ୍‌ କରିଦେଇଛନ୍ତି।

 

View this post on Instagram

 

A post shared by Dinesh Sanu (@dinesh_adhi)

ଏହି ଭିଡିଓରେ ଗରିଲ୍ଲାର ହୁକଷ୍ଟେପ ଦେଖିବାକୁ ବେଶ୍‌ କମାଲ ରହିଥିଲା। ଭିଡିଓକୁ ସୋସିଆଲ ମିଡିଆରେ ୧୧ ଲକ୍ଷରୁ ଅଧିକ ଲାଇକ୍ସ ମିଳିଛି। ଭିଡିଓ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.