ଇଏ ବିଶ୍ବାସର କଥା : ତ୍ରିନାଥ ମେଳା ଚାଲିଥିବା ବେଳେ ହଠାତ୍ ପ୍ରକଟ ହେଲେ ନାଗ ଦେବତା, ତାପରେ ହେଲା କିଛି ଏମିତି

ତାଳଚେର(କେନ୍ୟୁଜ୍): ଚାଲିଥିଲା ତ୍ରିନାଥ ମେଳା । ଆଉ ଠିକ୍ ସେହି ସମୟରେ ହଠାତ୍ ପ୍ରକଟିଲେ ନାଗ ଦେବତା। ତାପରେ ରାତି ସାରା ଗଛ ମୂଳରେ ଥିବା ନାଗ ସାପକୁ ଚାଲିଥିଲା ପୂଜାର୍ଚ୍ଚନା । ଭଗବାନ ମହେଶ୍ୱର ନାଗ ରୂପରେ ଆବିର୍ଭାବ ହୋଇଥିବା କହି ଦୀପ , ଧୂପ, ଚନ୍ଦନ ,ସିନ୍ଦୁର , କ୍ଷୀର ଦେଇ ପୂଜା କରୁଥିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ତାଳଚେର କିଶୋରିପାଳ ଗ୍ରାମରେ।

ଗତକାଲି ଏହି ଗ୍ରାମରେ ଚାଲିଥିବା ତ୍ରିନାଥ ମେଳା ପୂଜାର ଥିଲା ଶେଷ ପାଳି। ଆଉ ପୂଜା ଆରମ୍ଭ ପୂର୍ବରୁ ହଠାତ କେମିତି ଏକ ନାଗ ସାପ ପୂଜା ହେଉଥିବା ଗଛ ନିକଟରେ ଘୁରି ବୁଲିଥିଲା । ନାଗ ସାପଟିକୁ ଲୋକମାନେ ପଥର ମାରିବା ସହ ଘଉଡ଼ାଇ ଥିଲେ ମଧ୍ୟ ସାପଟି ସେଠାରୁ ଯାଇ ନଥିଲା । ଓଲଟି ଫଣା ଟେକି ସେହି ଗଛ ମୂଳରେ ସେମିତି ରହିଥିଲା । ଯାହାକୁ ଗ୍ରାମବାସୀ ଭଗବାନ ନିଜେ ସାପ ରୂପରେ ଆସିଥିବା ଭାବି ଆରମ୍ଭ କରିଦେଇଥିଲେ ପୂଜାର୍ଚ୍ଚନା ।

naga

ଆଖ ପାଖ ଅଞ୍ଚଳର ଶହଶହ ଲୋକ ନାଗ ସାପଟିକୁ ଦର୍ଶନ କରିବାକୁ ସେଠାରେ ରୁଣ୍ଡ ହୋଇଥିଲେ । ଶେଷରେ ସାପଟି ଟିକୁ କ୍ଷୀର ମଧ୍ୟ ପିଇବାକୁ ଦେଇଥିଲେ । ତେବେ ଏହି ଘଟଣା ପରେ ସେହି ଗଛ ମୂଳର ସ୍ଥାନକୁ ଘେରି କରି ଏକ ମନ୍ଦିର ସ୍ଥାପନ କରିବାକୁ ଗ୍ରାମବାସୀମାନେ ଇଛା ରଖିଛନ୍ତି । ନାଗ ସାପଟି ସେହିଠାରେ ଭୋର ସମୟ ପର୍ଯ୍ୟନ୍ତ ରହିଥିବା ବେଳେ ଭୋର ସମୟରୁ କେଉଁଆଡ଼େ ଉଭାନ ହୋଇଯାଇଥିବା କହିଛନ୍ତି ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.