Below header

କରୋନା ସଂକ୍ରମିତଙ୍କ ଛିଙ୍କରୁ ୧୦ ମିଟର ଯାଏଁ ବ୍ୟାପିପାରେ ଭୂତାଣୁ, ସତର୍କ କରାଇଲେ ସରକାର

ବର୍ତ୍ତମାନ କରୋନା ଭୂତାଣୁ ଵାୟୁ ଦ୍ୱାରା ମଧ୍ୟ ବ୍ୟାପି ପାରେ | ଏବେ ସରକାର ମଧ୍ୟ ଏହାକୁ ସମ୍ପୁର୍ଣ୍ଣ ରୂପେ ଗ୍ରହଣ କରିସାରିଲେଣି | କରୋନା ଭାଇରସ ଆରୋସଲ ଓ ଡ୍ରପଲେଟ୍ସ ଦ୍ୱାରା ଦ୍ରୁତ ଗତିରେ ବ୍ୟାପିଥାଏ । ଏହି ଡ୍ରପଲେଟ୍ ବାୟୁରେ ୧୦ ମିଟର ଯାଏଁ ଯାଇପାରିବ । ଏନେଇ ସତର୍କ କରାଇବା ସହ ଆଡଭାଇଜାରୀ ଜାରି କରିଛନ୍ତି ଭାରତ ସରକାର । ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଏନେଇ ସୂଚନା ଦେଇଛନ୍ତି ।

କରୋନା ଦ୍ୱାରା ସଂକ୍ରମିତ ହୋଇ ଥିବା ବ୍ୟକ୍ତିର ଭୂତାଣୁ ବାୟୁ ମାଧ୍ୟମରେ ୨ମିଟର ପର୍ଯ୍ୟନ୍ତ ବ୍ୟାପିପାରେ | ଯଦି କୌଣସି ବ୍ୟକ୍ତି ପଜିଟିଭ୍ ହୋଇ ମଧ୍ୟ ଲକ୍ଷଣ ନଥାଏ ତେବେ ମଧ୍ୟ ତାଙ୍କଠାରୁ ଡ୍ରପଲେଟ୍ ବାହାରିଥାଏ । ଯାହା ଅନ୍ୟମାନଙ୍କୁ ସଂକ୍ରମିତ କରିବାରେ ସାହାଯ୍ୟ କରିଥାଏ । ଏହାକୁ ରୋକିବା ପାଇଁ ସରକାର ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି ।


ବୈଜ୍ଞାନିକଙ୍କ କହିବା ଅନୁସାରେ ସଂକ୍ରମିତ ବ୍ୟକ୍ତିଙ୍କ ନିଶ୍ୱାସ ଛାଡିବା ,କଥା କହିବା ,ହସିବା କାଶ ହେବା ଏବଂ ଛିଙ୍କିବା ଦ୍ୱାରା ନାକ ମଧ୍ୟ ଦେଇ ଆସୁଥିବା ନିଶ୍ୱାସ ଯୋଗୁ ମଧ୍ୟ ଭାଇରସ ଆସିବା ଦ୍ୱାରା ଅନ୍ୟ ମାନଙ୍କୁ ଏହା ସଂକ୍ରମିତ କରିଥାଏ ଏଥିପାଇଁ କରୋନା ଭୂତାଣୁର ଏହି ଚେନକୁ ଭାଙ୍ଗିବା ପାଇଁ ଏହାର ନିୟମ ଗୁଡ଼ିକୁ ମାନିବାକୁ ହେବ | ଯେପରିକି ମାସ୍କ ବ୍ୟବହାର କରିବା ,ଶାରୀରିକ ଦୂରତା ବଜାଇରଖିବା,ହାତକୁ ବାରାମ୍ବାର ଧୋଇବା ଆବଶ୍ୟକ |

ବୈଜ୍ଞାନିକଙ୍କ କହିବା ମୁତାବକ ସଂକ୍ରମିତ ବ୍ୟକ୍ତିଙ୍କ ଲକ୍ଷଣ ଦେଖା ଦେବା ପାଇଁ ୨ ସପ୍ତାହ ସମୟ ଲାଗିପାରେ | ଏହିପରି ଭାବରେ ସୁସ୍ଥ ଲୋକକୁ ମଧ୍ୟ ସଂକ୍ରମିତ କରିପାରେ | ଏହାକୁ ବାଦ ଦେଇ କିଛି ଲୋକଙ୍କ ଲକ୍ଷଣ ଦେଖା ଯାଏ ନାହିଁ ମାତ୍ର ସେମାନେ ମଧ୍ୟ ଅନ୍ୟ ମାନଙ୍କୁ ସଂକ୍ରମିତ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.