ବ୍ଲାକ୍ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କରିବେ ରାଜ୍ୟ ସରକାର, ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ

କେନ୍ୟୁଜ୍(ବ୍ୟୁରୋ):  ମ୍ୟୁକୋରମାୟକୋସିସ୍‌ ବା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କର। ଏପିଡେମିକ ଡିଜିକ୍‌ ଆକ୍ଟ ୧୮୯୭ ଆଧାରରେ ନୋଟିଫିଏବଲ ଡିଜିଜ୍‌ ଘୋଷଣା କରିବାକୁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ। ଏହାର ଅର୍ଥ ବ୍ଲାକ ଫଙ୍ଗସ ଚିହ୍ନଟ ହେଲେ ସବୁ କେସ୍‌କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜଣାଇବାକୁ ପଡିବ। ଦେଶର ଅନେକ ସ୍ଥାନରେ କୋଭିଡ୍‌ ପରବର୍ତ୍ତୀ ଚିକିତ୍ସା ପରେ ବ୍ଲାକ ଫଙ୍ଗସ ସଂକ୍ରମିତ ସଂଖ୍ୟା ବଢୁଥିବା ନଜରକୁ ଆସିଛି। ରାଜସ୍ଥାନ ଓ ତେଲେଙ୍ଗାନା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରି ସାରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଚିଠି ଅନୁସାରେ  ବ୍ଲାକ୍ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କରିବେ ରାଜ୍ୟ ସରକାର। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି ରାଜ୍ୟ ସରକାର। ଏବେ ଦେଶରେ ଅନେକ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ରାଜ୍ୟରେ ମଧ୍ୟ ବ୍ଲାକ୍ ଫଙ୍ଗସ୍  ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ବ୍ଲାକ୍ ଫଙ୍ଗସ୍ ରୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ 7 ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିବାକୁ ପୂର୍ବରୁ କୁହାଯାଇଛି। କୋଭିଡରୁ ସୁସ୍ଥ ହେଉଥିବା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ୍ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.