ୱୁଲପିଟର ସବୁଜ ପିଲା, କଣ ଥିଲା ରହସ୍ୟ ..?

ଏହି ପୃଥିବୀ ଯେତିକି ସୁନ୍ଦର ସେତିକି ରହସ୍ୟମୟ । ସମୟ ସମୟରେ ଏଠାରେ ଏଭଳି ଅନେକ ରହସ୍ୟ ପ୍ରକାଶ ପାଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଏହିପରି ଗୋଟିଏ ରହସ୍ୟ ହେଉଛି ‘ୱୁଲପିଟ୍ ର ସବୁଜ ପିଲା’ । ବାସ୍ତବରେ, ୱୁଲପିଟ୍ ହେଉଛି ଇଂଲଣ୍ଡର ଏକ ଗାଁ । ଘଟଣାଟି ଦ୍ୱାଦଶ ଶତାବ୍ଦୀର ଅଟେ କିନ୍ତୁ କେଉଁ ବର୍ଷ ତାହା ବିଷୟରେ କୌଣସି ସୂଚନା ନାହିଁ । ସେତେବେଳେ ଇଂଲଣ୍ଡକୁ ରାଜା ଷ୍ଟିଫେନ୍ ଶାସନ କରୁଥିଲେ । ତାଙ୍କ ଶାସନ କାଳରେ ଦିନେ, ୱୁଲପିଟରେ ଏପରି ଘଟଣା ଘଟିଥିଲା, ଯାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି ।

Woolpit's green children (symbolic photo)

ଗ୍ରୀଷ୍ମ ଦିନ, ଲୋକମାନେ ନିଜ ନିଜ କ୍ଷେତରେ କାମ କରୁଥାନ୍ତି । ହଠାତ୍ ଗ୍ରାମବାସୀ ଦୁଇଟି ଅଜବ ଦେଖାଯାଉଥିବା ଦୁଇଜଣ ପିଲାଙ୍କୁ ଦେଖିଲେ । ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ତାଙ୍କର ଚର୍ମ ସବୁଜ ରଙ୍ଗର ଥିଲା ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ସେ ଏପରି ଏକ ଭାଷା କହୁଥିଲେ ଯାହାକୁ କେହି ବି ବୁଝି ପାରୁନଥିଲେ । ଏମିତିକି ସେମାନଙ୍କର ପୋଷାକ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହାପରେ ଗ୍ରାମବାସୀ ସେହି ପିଲାମାନଙ୍କୁ ସେଠାକାର ଜମିଦାରଙ୍କ ନିକଟକୁ ନେଇଗଲେ । ପିଲାମାନଙ୍କୁ ସେଠାରେ ଖାଇବାକୁ ଦିଆଗଲା କିନ୍ତୁ ସେମାନେ ସେହି ଖାଦ୍ୟ ଖାଇଲେ ନାହିଁ । ଏହି ସମୟରେ ସେମାନେ ସେଠାରେ ଏକ ବିନ୍ସ ଗଛ ଦେଖି ତା ପଖକୁ ଯାଇ ସେହି କଞ୍ଚା ବିନ୍ସ ଗୁଡିକ ଭାଙ୍ଗି ଖାଇବାକୁ ଲାଗିଲେ ଅନେକ ଦିନ ଧରି ଏପରି ଚାଲିଲା ଏବଂ ସେ କେବଳ କଞ୍ଚା ବିନ୍ସ ହିଁ ଖାଉଥିଲେ ।

Woolpit's green children (symbolic photo)

ଏସବୁ ବ୍ୟତୀତ ଏହି ପିଲା ଦୁହିଁଙ୍କର ଭାଷା କେହିବି ବୁଝି ପାରୁନଥିଲେ ଏବଂ ଏପରି କିଛିଦିନ ଗଲାପରେ ଦୁଇ ପିଲାଙ୍କ ମଧ୍ୟରୁ ପୁଅଟି ଧୀରେ ଧୀରେ ଅସୁସ୍ଥ ହୋଇଗଲା । ଆଉ ଅଳ୍ପଦିନ ପରେ ତାର ମୃତ୍ୟୁ ମଧ୍ୟ ହୋଇଗଲା । କୁହାଯାଏ ସମୟ ସହିତ ଝିଅଟିର ଚର୍ମର ସବୁଜ ରଙ୍ଗ ଧୀରେ ଧୀରେ ଅଦୃଶ୍ୟ ହୋଇଗଲା ଏବଂ ସେ ମଧ୍ୟ ସାଧାରଣ ମଣିଷ ପରି ଦେଖାଗଲେ । ଏପରିକି ସେ ଇଂରାଜୀ କହିବା ମଧ୍ୟ ଶିଖିଲେ । ଏହା ପରେ ସେ ସମସ୍ତଙ୍କୁ ତାଙ୍କର ଆଶ୍ଚର୍ଯ୍ୟଜନକ କାହାଣୀ କହିଥିଲେ । ସେ କହିଥିଲେ ଯେ ସେ ଏବଂ ତାଙ୍କ ଭାଇ ପୃଥିବୀ ଭିତରେ ଥିବା ସେଣ୍ଟ ମାର୍ଟିନ ନାମକ ଏକ ସ୍ଥାନରୁ ଆସିଛନ୍ତି । ସେଠାରେ ସୂର୍ଯ୍ୟ କେବେ ଉଜ୍ଜ୍ୱଳ ହୋଇନଥିଲେ । କେବଳ କୁହୁଡିର ଆଲୋକ ସେଠାରେ ଥିଲା । ଏହାସହିତ ସେ କହିଥିଲେ ଯେ ‘ସେଣ୍ଟ ମାର୍ଟିନର ଲ୍ୟାଣ୍ଡ’ର ସମସ୍ତ ଲୋକ ସବୁଜ । ତେବେ ଏହି ଘଟଣା ଏକ ବାସ୍ତବତା କି କାହାଣୀ ତାହା ତ ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି । କିନ୍ତୁ ୱୁଲପିଟର ଲୋକମାନେ ଏହି ଘଟଣାକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ବିଶ୍ୱାସ କରନ୍ତି । କାରଣ ସେହି ସମୟ ଠାରୁ ଏହି ସ୍ଥାନରେ ଏକ ଲୁହା ବୋର୍ଡ ପୋଲ ରଖାଯାଇଛି । ଯେଉଁଥିରେ ଉଭୟ ସବୁଜ ପିଲାଙ୍କୁ ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.