ରୋଗ ଠାରୁ ଅଧିକ କନ୍ଦାଉଛି ପେଟର ଭୋକ ! ପାଦରେ ଚାଲି ସୁଟକେସରେ ଛୁଆକୁ ଶୁଆଇ ଟାଣି ଟାଣି ନେଉଛନ୍ତି ମହିଳା

କରୋନା ଲକଡାଉନ ପାଇଁ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ ଶ୍ରମିକ। ଲକଡାଉନ କାରଣରୁ ଆର୍ଥିକ ସଂକଟରେ ଥିବା ପ୍ରବାସୀ ଶ୍ରମିକ ଘର ମୁହାଁ ହେଉଛନ୍ତି। କରୋନାର ଭୟ ଠାରୁ ବଢିଯାଉଛି ଭୋକର ଜ୍ୱାଳା। ସେଥିପାଇଁ ତ ପିଲାଙ୍କ ପେଟରେ ଦାନା ଟିକେ ଦେବା ପାଇଁ ଘର ମୁହାଁ ହେଉଛନ୍ତି ଏମାନେ। ଆପଣ ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ଅନେକ ମର୍ମନ୍ତୁଦ ଚିତ୍ର ଦେଖୁଛନ୍ତି। ଅନେକ ହୃଦୟ ବିଦାରକ ଘଟଣା ମଧ୍ୟ ଦେଖୁଛନ୍ତି। କିଏ ଚାଲି ଚାଲି ଆସିବାବେଳେ ରାସ୍ତାରେ ସନ୍ତାନ ଜନ୍ମ ହେଉଛନ୍ତି ତ ଆଉ କାହା ପାଇଁ ଘର ବାହୁଡା ହୋଇଯାଉଛି ଶେଷ ବାହୁଡା। କିନ୍ତୁ ଏହି ସବୁ ମଧ୍ୟରେ ଏକ ଦୃଶ୍ୟ ଆପଣଙ୍କୁ ବ୍ୟଥିତ କରାଇଦେବ। ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ।

childରୋଗର ଭୟ ଠାରୁ ଅଧିକ କନ୍ଦାଉଛି ଭୋକ। ସେଥିପାଇଁ ତ ଲକଡାଉନରେ ଜଣେ କି ଦୁଇ ଜଣ ନୁହେଁ ହଜାର ହଜାର ଲୋକ ଚାଲି ଚାଲି ଫେରୁଛନ୍ତି ନିଜ ଭିଟାମାଟିକୁ। ତେବେ ଏହି ଦୃଶ୍ୟକୁ ଥରେ ନଜର ପକାନ୍ତୁ, ଗମନାଗମନ ପଥ ବନ୍ଦ ଥିବା କାରଣରୁ ପାଦରେ ଚାଲି ଚାଲି ଜଣେ ମା ଅନ୍ୟ ସାଥି ଶ୍ରମିକଙ୍କ ସହ ନିଜ ଛୋଟ ଶିଶୁଟିକୁ ସୁଟକେସ ଉପରେ ବସାଇ ଟାଣି ଟାଣି ନେଇ ଘରକୁ ଯାଉଛନ୍ତି। ଏ ହୃଦୟ ବିଦାରକ ଘଟଣା ହେଉଛି ଉତ୍ତରପ୍ରଦେଶର ଝାଂସିର।

ଆଗ୍ରାରେ କାମ କରୁଥିବା ଏହି ମହିଳା ଜଣଙ୍କ ଲକଡାଉନ ପାଇଁ ଚାକିରୀ ହରାଇଥିଲେ। ଜୀବିକା ଚାଲିଯିବା ପରେ ଜୀବନ ଜିଇଁବା କଷ୍ଟକର ହୋଇପଡିଲା। ଫଳରେ ମୁଣ୍ଡ ଗୁଞ୍ଜିବା ପାଇଁ ଏବଂ ପିଲାଟି ମୁହଁରେ ଟିକେ ଦାନା ଦେବା ପାଇଁ ଘର ମୁହାଁ ହୋଇଛନ୍ତି ଏହି ମହିଳା। ହେଲେ ଆସିବେ କେମିତି, ଲକଡାଉନ ପାଇଁ ଗାଡି ମଟର ତ ସବୁ ବନ୍ଦ କିନ୍ତୁ ଏହି ସମୟରେ ଏକମାତ୍ର ସାହାରା ଥିଲା ଏକ ସୁଟକେସ।

childrenଏହି ସୁଟକେସରେ ଜଣେ ମା ତାର ପିଲାଟିକୁ ଶୁଆଇ ଟାଣି ଟାଣି ନିଜ ଲକ୍ଷରେ ଆଗକୁ ଆଗକୁ ମାଡି ଚାଲିଛି। ପିଲାଟି ମଧ୍ୟ ଭୋକ ଓ ଶୋଷକୁ ସହି ନପାରି ସେହି ସୁଟକେସ ଉପରେ ହିଁ ସୋଇପଡିଛି। ମାଆଟି ମଧ୍ୟ ଦୁଇଗୁଣା ଉଜନକୁ ଟାଣି ଟାଣି ଆଣୁଛନ୍ତି। ନା ଧୀମା ହେଉଛି ତାଙ୍କ ଗତି ନା କମୁଛି ତାଙ୍କ ମନୋବଳ। ସାଥି ଶ୍ରମିକଙ୍କ ସହିତ ଏହି ମହିଳା ଜଣଙ୍କ ପାଦରେ ଚାଲି ଚାଲି ପଞ୍ଜାଵରୁ ଯାଉଛନ୍ତି ଝାଂସି। ପ୍ରାୟ ୮୦୦ କିଲୋମିଟର ଏପରି ଦୁଃସାହସିକ ଯାତ୍ରା କରିବେ ଏମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.