ଚମତ୍କାରିତା ! ଏଠି ମା’ଙ୍କ ପ୍ରତିମାରୁ ଅନବରତ ଝରୁଛି ରକ୍ତର ଲୁହ, ରହସ୍ୟ ଜାଣି ପାରୁନାହାନ୍ତି କେହି

ଭଗବାନଙ୍କ ମୂର୍ତ୍ତିକୁ ନେଇ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଅନେକ ଚମତ୍କାର ଘଟଣା ସାମ୍ନାକୁ ଆସିଥାଏ। ଏମିତି ଏକ ଘଟଣା ଘଟିଛି ଆର୍ଜେଣ୍ଟିନାରେ। ଏଠାରେ ଏକ ଚର୍ଚ୍ଚରେ ଭର୍ଜିନ ମେରୀଙ୍କ ପ୍ରତିମାରୁ ରକ୍ତର ଲୁହ ବାହାରୁଥିବା ଦାବି କରାଯାଉଛି। କେହି କେହି ଏହାକୁ ଆଶ୍ଚର୍ଯ୍ୟ କହୁଥିବା ବେଳେ ଆଉ କିଏ ଏହା ଦେବୀ ମା’ଙ୍କ ଚମତ୍କାରିତା ବୋଲି କହୁଛନ୍ତି।

ଆର୍ଜେଣ୍ଟିନାର ଲସ ନାରାଞ୍ଜସସ୍ଥିତ ଏହି ଚର୍ଚ୍ଚର ପାଦ୍ରୀ ଏବଂ ଅନ୍ୟ ଲୋକଙ୍କ କହିବା ହେଲା, ମୂର୍ତ୍ତିର ଆଖିରୁ ଲାଲ ରଙ୍ଗର ତରଳ ପଦାର୍ଥ ବାହାରୁଥିବାର ଦେଖାଯାଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଚର୍ଚ୍ଚ ଲଗାତାର ଯାଞ୍ଚ କରୁଛି କି ମୂର୍ତ୍ତିର ଆଖିରୁ ବାହାରୁଥିବା ରକ୍ତର ଲୁହରେ କ’ଣ ସତ ଲୁଚି ରହିଛି।

3

ସେପଟେ ଚର୍ଚ୍ଚର ଦେଖାଶୁଣା କରୁଥିବା ବ୍ୟକ୍ତି କୁହନ୍ତି, ‘ଭର୍ଜିନ ମେରୀ’ଙ୍କୁ ମୁଁ ସ୍ୱପ୍ନରେ ମଧ୍ୟ ଦେଖିଥିଲି। ଯଦିଓ ଏହା ପ୍ରମାଣିତ ହୋଇନି କି ମୂର୍ତ୍ତି ଚମତ୍କାରୀ ଅଟେ’। ଏଠାକାର ପାଦ୍ରୀ ରିକାର୍ଡ କ୍ୱିରେଗା କୁହନ୍ତି, ‘ବହୁତ ଶ୍ରଦ୍ଧାଳୁ ଏଠାକୁ ପ୍ରାର୍ଥନା ପାଇଁ ଆସିଥାନ୍ତି ଏବଂ ଭର୍ଜିନ ମେରୀଙ୍କ ସାମ୍ନାରେ ମହମବତୀ ଜଳାଇଥାନ୍ତି। କିନ୍ତୁ ଏହା ପ୍ରଥମ ଥର ଦେଖିବାକୁ ମିଳୁଛି କି ମୂର୍ତ୍ତିର ବାମପଟ ଆଖିରୁ ରକ୍ତର ଲୁହ ବାହାରୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.