ନୂଆଦିଲ୍ଲୀ : ଯଦି ଆପଣ ହ୍ଵାଟ୍ସଆପ୍ ୟୁଜର ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣଙ୍କ ହ୍ଵାଟ୍ସଆପ୍ ଏକାଉଣ୍ଟ ଗୋଟିଏ ଟ୍ରିକ୍ରେ ଚୋରି କରାଯାଇପାରେ । ଯଦି ଆପଣଙ୍କ ନମ୍ବର ହ୍ୟାକ୍ରସ୍କୁ ଜଣା ଅଛି ତେବେ ଗୋଟିଏ ଟ୍ରିକ୍ରେ ସେ ଆପଣଙ୍କ ଏକାଉଣ୍ଟକୁ ଚୋରି କରିପାରେ ।
ହ୍ୟାକ୍ରସ୍ ଏବେ ବିଭିନ୍ନ ଏକାଉଣ୍ଟରୁ ମଧ୍ୟ ଭେରିଫିକେସନ୍ କୋଡ ଜରିଆରେ ଟଙ୍କା ଲୁଟି ନେଉଥିବାର ନଜିର ରହିଛି । ଯଦି ଆପଣ ଗୋଟିଏ ଡିଭାଇସ୍ରେ ହ୍ଵାଟ୍ସଆପ୍ ଖୋଲିଛନ୍ତି ପୁଣି ଅନ୍ୟ ଡିଭାଇସ୍ରେ ହ୍ଵାଟ୍ସଆପ୍ ଖୋଲନ୍ତି ତେବେ କମ୍ପାନୀ ପକ୍ଷରୁ ଏକ ଭେରିଫିକେସନ୍ କୋଡ ଆସିଥାଏ । ହ୍ୟାକ୍ରସ୍ ଏବେ ଏଭଳି ଭେରିଫିକେସନ୍ କୋଡ ଜରିଆରେ ଆପଣଙ୍କ ଏକାଉଣ୍ଟକୁ ଚୋରି କରିପାରନ୍ତି ।
ଅନ୍ୟ ଏକ ଉପାୟରେ ମଧ୍ୟ ହ୍ୟାକର୍ସ୍ ଆପଣେଇ ଥାନ୍ତି । ଏଥିରେ ଆପଣଙ୍କ ପାଖକୁ ଏକ ମେସେଜ୍ ଆସିଥାଏ ଯେ ଆପଣଙ୍କ ହ୍ଵାଟ୍ସଆପ୍ ଏକାଉଣ୍ଟକୁ କେହି ବ୍ୟବହାର କରୁଛନ୍ତି ବୋଲି ଆମକୁ ଖବର ମିଳିଛି । ତେଣୁ ଆପଣଙ୍କୁ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ୍ ପାଇଁ ଏକ ଛଅ ଅଙ୍କ ବିଶିଷ୍ଟ କୋର୍ଡ ପଠାଯାଉଛି । ଏହା ଜରିଆରେ ଯାଞ୍ଚ କରାଯିବ ଯେ ଆପଣ ଅନୁରୋଧ କରିଛନ୍ତି କି ନାହିଁ ।
ଥରେ ଆପଣ ଏହି କୋର୍ଡ ଆପଣଙ୍କ ମୋବାଇଲରେ ଭରିଦେଲେ ହ୍ୟାକରସ୍ ଆପଣଙ୍କ ଏକାଉଣ୍ଟରୁ ସବୁ ଡାଟା ଚୋରି କରି ପାରିବେ । ଏଥିପାଇଁ ସତର୍କତା ଓ କିଛି ତଥ୍ୟ ସମ୍ପର୍କରେ ଆପଣଙ୍କା ଜ୍ଞାନ ରହିବା ଜରୁରୀ ।
କେମିତି ହ୍ୟାକରସ୍ ଠାରୁ ବଞ୍ଚାଇ ପାରିବେ ଏକାଉଣ୍ଟ୍
ହ୍ୟାକରସ୍ଙ୍କ ଠାରୁ ବଞ୍ଚିବାର ସବୁଠୁ ସହଜ ଉପାୟ ହେଉଛି ଆପଣଙ୍କ ହ୍ଵାଟ୍ସଆପ୍ ଏକାଉଣ୍ଟରେ ଏକ ପିନ୍ ସେଟ୍ କରନ୍ତୁ । ଆପଣ ଫୋନ୍ରେ ଥିବା ହ୍ଵାଟ୍ସଆପ୍ ସେଟିଙ୍ଗ୍କୁ ଯାଆନ୍ତୁ । ଏକାଉଣ୍ଟ୍ ଟ୍ୟାପ୍ କରନ୍ତୁ ଏବଂ ପୁଣି ଟୁ ଷ୍ଟେପ୍ ଭେରିଫିକେସନ୍ ଉପରେ ଟ୍ୟାପ୍ କରନ୍ତୁ ।
ପୁଣି ୬ ଅଙ୍କର ପିନ୍ ବନାନ୍ତୁ । ଯଦି ଆପଣ ନିଜର ହ୍ଵାଟ୍ସଆପ୍ ଏକାଉଣ୍ଟକୁ ନୂଆ ଫୋନ୍ରେ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ପିନ୍ ଦାଖଲ କରିବାକୁ କୁହାଯିବ । ତେଣୁ ଆପଣଙ୍କ ପିନ୍ କାହା ସହ ସେୟାର କରନ୍ତୁ ନାହିଁ ।