Below header

କାଲିମେଳାରେ ଅଘଟଣ, ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ପୋଡ଼ି ମାରିଦେଲେ

କାଲିମେଳା (କେନ୍ୟୁଜ୍‌) : ରାଜ୍ୟରେ ପୁଣି ଏକ ଗୁଣିଗାରେଡ଼ି ଜନିତ ହତ୍ୟାକାଣ୍ଡ । ଗୁଣି ଗାରେଡି ସନ୍ଦେହରେ ଦମ୍ପତିିଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୁସୁଗୁଡ଼ା ପଞ୍ଚାୟତ ମକାନପଲ୍ଲୀ ଗାଁରେ । ମୃତକ ହେଲେ ଦେବା ଓଗେଲ ଓ ଦୁଲେ ଓଗେଲ । ଗୁଣିଗାରେଡି ସନ୍ଦେହରେ ସ୍ୱାମୀକୁ ପୋଡ଼ି ଦେଇଥିବା ବେଳେ ସ୍ତ୍ରୀକୁ ମାଡ଼ ମାରି ନଦୀ ପାଖରେ ଫିଙ୍ଗି ଦେଇଥିଲେ ଗ୍ରାମବାସୀ । ମୋଟୁ ପୋଲିସ ଘଟଣାର ତଦନ୍ତ କରୁଛି । ସ୍ୱାମୀଙ୍କ ମୃତଦେହ ମିଳିନଥିବା ଜଣାପଡ଼ିଛି ।
ଗତ ୨୮ ତାରିଖ ଦିନ ଏହି ସ୍ୱାମୀ ସ୍ତ୍ରୀ ଟୋଲ ଗୋଟାଇବାକୁ ଯାଇ ଆଉ ଫେରି ନଥିଲେ । ସେମାନଙ୍କ ଝିଅ ମୋନାଲିସା ସମ୍ପର୍କୀୟଙ୍କ ସହ ମିଶି ଖୋଜାଖୋଜି କଲେ । ତେବେ ବାପା ମା’ଙ୍କୁ ନପାଇବା ପରେ ଗତ ୩୧ ତାରିଖ ଦିନ ମୋଟୁ ଥାନାରେ ଏତଲା ଦେଇଥିଲେ । ପୋଲିସ୍‌ ଖୋଜାଖୋଜି କରି ସ୍ତ୍ରୀ ଦୁଲେ ଓଗେଲଙ୍କ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କିଏ ଏହି କାଣ୍ଡ ଘଟାଇଛି, ଗ୍ରାମବାସୀ ନା ଅନ୍ୟ କେହି ତାର ତଦନ୍ତ କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.