Below header

ଖେଳରେ ଖେଳରେ ଚାଲିଗଲା ଜୀବନ, ପୋଖରୀରେ ବୁଡି ପ୍ରାଣ ହରାଇଲା ୧୨ ବର୍ଷର ପୁଅ ସୁମନ

ମୋହନା (କେନ୍ୟୁଜ) : ଖେଳରେ ଖେଳରେ ଚାଲିଗଲା ଜୀବନ। ପୋଖରୀରେ ସାଙ୍ଗ ମାନଙ୍କ ସହ ଖେଳୁଥିଲା କିନ୍ତୁ ସେହି ଖେଳ ଯେ ତାକୁ ଆରପାରିରେ ପହଞ୍ଚେଇଦବ ସେ କଥା ଜାଣିପାରିନଥିଲା ନିରୀହ ପିଲାଟି। ପାଣି ମଧ୍ୟରେ ହିଁ ହୋଇଗଲା ସଲିଳ ସମାଧି।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି ଥାନା ତାରବଡା ଗ୍ରାମରେ।

ପୋଲିସ ସୂଚନା ଅନୁଯାୟୀ ଏହି ଗାଁର ୧୨ ବର୍ଷର ପୁଅ ସୁମନ ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ସେଠାରେ ପାଣିରେ ଗାଧୋଉଥିବାବେଳେ ସେହି ବାଟ ଦେଇ ଯାଉଥିବା ତାର ମାଉସୀକୁ ଦେଖିଲା। ମାଉସୀ ପାଣି ଭିତରେ ତାକୁ ଦେଖିଦେବା ଡରରେ ତାର ସମସ୍ତ ସାଙ୍ଗ ଦୌଡି ପଳାଇଲେ। ହେଲେ ସୁମନ ପହଁରା ଜାଣିନଥିବାରୁ ପୋଖରୀ ମଝିରେ ରହିଯାଇଥିଲା। ସୁମନର ମୁହଁ ପଥରରେ ପିଟି ହେବା ଯୋଗୁଁ ଗଭୀର ଆଘାତ ଲାଗିଥିଲା।

ଏହାପରେ ସାଙ୍ଗମାନେ ଏହି ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନାବାଳକ ସୁମନର ମ୍ରୁତଦେହକୁ ଉଦ୍ଧାର କରିଥିଲେ। ସେହିପରି ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରୀ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.