Below header

କୌଣସି ଇଟା-ପଥର ନୁହେଁ, ବରଂ ଲୁଣରେ ନିର୍ମାଣ ହୋଇଛି ଏହି ରେଷ୍ଟୁରାଣ୍ଟ !

ଦୁନିଆରେ ଏମିତି ଅନେକ ଅଜବ ଜିନିଷ ରହିଛି, ଯାହାକୁ ଦେଖିଲେ ଆପଣଙ୍କର ବି ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ଏହିପରି ଇରାନରେ ବି ଆପଣ ଏକ ଅଦ୍ଭୁତ ପ୍ରକାରର ନିର୍ମାଣ ଦେଖିବାକୁ ପାଇପାରିବେ। ତେବେ ଏହା କୌଣସି ସରକାରୀ କୋଠା ନୁହେଁ କି ଅଟ୍ଟାଳିକା, ବରଂ ଏକ ରେଷ୍ଟୁରାଣ୍ଟ।

4

ଦକ୍ଷିଣ ଇରାନର ସିରାଜରେ ଏହି ରେଷ୍ଟୁରାଣ୍ଟ ଦୁଇ ମହଲା ବିଶିଷ୍ଟ। ଏଠାରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ମିଳିଯିବ। କିନ୍ତୁ ରେଷ୍ଟୁରାଣ୍ଟଟି କୌଣସି ଖାଦ୍ୟ ପାଇଁ ନୁହେଁ, ବରଂ ଅଲଗା କାରଣ ପାଇଁ ବେଶ ପ୍ରସିଦ୍ଧ। ପ୍ରକୃତ କଥା ହେଲା, ଏହି ରେଷ୍ଟୁରାଣ୍ଟ ଲୁଣରେ ତିଆରି ହୋଇଛି। କଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ରେଷ୍ଟୁରାଣ୍ଟର ବସିବା ଜାଗାଠାରୁ ଆରମ୍ଭ କରି ଫର୍ନିଚର, କାନ୍ଥ, ବିଲ୍ଡିଂ, ଏପରିକି କିଚେନର ନିର୍ମାଣ ଆଦିରେ ଲୁଣ ବ୍ୟବହାର କରାଯାଇଛି। ସବୁଥିରେ ଲୁଣର କୋଟିଂ ଦିଆଯାଇଛି। କିନ୍ତୁ ଏହାର ପ୍ରଭାବ ଏଠାରେ ପରଷା ଯାଉଥିବା ଖାଦ୍ୟରେ ପଡି ନ ଥାଏ।

CEN SaltyRestaurant 03 jpg

ରେଷ୍ଟୁରାଣ୍ଟକୁ ଡିଜାଇନ କରିଥିବା ଆର୍କିଟେକଟଙ୍କ କହିବା ହେଲା, ରେଷ୍ଟୁରାଣ୍ଟର ଫର୍ନିଚରକୁ ତିଆରି କରିବାରେ ଲୁଣ ବ୍ୟବହାର କରାଯାଇଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଲୁଣ ଗୁମ୍ଫାରୁ ପ୍ରେରିତ ହୋଇ ଏହାକୁ ନିର୍ମାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.