ପ୍ରେମରେ ବିଫଳ କନ୍ନଡ଼ ଅଭିନେତ୍ରୀ ଚନ୍ଦନା ଭିଡିଓ ରେକଡିଂ ମାଧ୍ୟମରେ କଲେ ଆତ୍ମହତ୍ୟା, ଭିଡିଓରେ ପ୍ରେମିକଙ୍କୁ କଲେ ଦାୟୀ

ବେଙ୍ଗାଲୁର : ସବୁ ପ୍ରେମର ସମାପ୍ତି ହୋଇ ନଥାଏ ବିବାହରେ । କିଛି ପ୍ରେମର ତ ଅନ୍ତ ଘଟେ ମଶାଣିରେ । ଏପରି ଏକ ଅଭାବନୀୟ ପ୍ରେମର ଅନ୍ତ ଘଟିଛି କଲିଉଡ୍‌ ଇଣ୍ଡଷ୍ଟ୍ରିରେ । ଜଣେ କନ୍ନଡ଼ ଅଭିନେତ୍ରୀ ଜଣେ ବ୍ୟକ୍ତିଙ୍କ ସହ ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଆତ୍ମହତ୍ୟା କରିଛନ୍ତି ।

kanada-1

ବିବାହରେ ବିଫଳ ହେବା ପରେ ସେ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । କନ୍ନଡ଼ ଫିଲ୍ମ ଓ ଟେଲିଭିଜନ୍‌ର ଅଭିନେତ୍ରୀ ଚନ୍ଦନା ଦିନେଶ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଉଭୟେ ଉଭୟଙ୍କୁ ଭଲ ପାଉଥିଲେ ମଧ୍ୟ ଦିନେଶ ବିନା ପରିବାର ସ୍ୱୀକୃତିରେ ବାହା ହେବେ ନାହିଁ ବୋଲି କହିଥିଲେ । ଏଥିପାଇଁ ଚନ୍ଦନାଙ୍କ ପରିବାର ପକ୍ଷରୁ ଦିନେଶଙ୍କ ପରିବାରଙ୍କୁ ଭେଟିଥିଲେ । ହେଲେ ଦିନେଶ ପରିବାର ଚନ୍ଦନାଙ୍କ ପରିବାର ଲୋକଙ୍କୁ ଅପମାନିତ କରି ଫେରାଇ ଦେଇଥିଲେ ।Actress-Chandana

ଫଳରେ ଚନ୍ଦନା ଶେଷରେ ଆତ୍ମହତ୍ୟାକୁ ଏକମାତ୍ର ବିକଳ୍ପ ଭାବେ ବାଛି ନେଇଥିଲେ । ଚନ୍ଦନା ବିଷ ପିଇ ଆତ୍ମହତ୍ୟା କରୁଥିବା ବେଳେ ଏହାର ଏକ ଭିଡିଓ କରିଥିଲେ । ଯେଉଁଥିରେ ସେ ଦିନେଶ ଓ ତାଙ୍କ ପରିବାରକୁ ଦାୟୀ କରିଥିଲେ ।

ଚନ୍ଦନାଙ୍କୁ ମେଡିକାଲକୁ ନେଇଥିଲେ ହେଁ ଚିକିତ୍ସା ହେବା ପୂର୍ବରୁ ସେ ଆଖି ବୁଜି ଦେଇଥିଲେ । ଦିନେଶ ଓ ତାଙ୍କ ପରିବାରଙ୍କ ନାମରେ ସାଦାଗୁଣ୍ଟେ ପାଲ୍ୟା ଥାନାରେ ଏକ ଅଭିଯୋଗ ହୋଇଛି । ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଥିବା ସ୍ଥାନୀୟ ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.