Below header

ଗତ ଶହେ ବର୍ଷ ହେଲା ତମିଆଁରେ ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ ମିଶି କରୁଛନ୍ତି ରାମଲୀଳା

ଧର୍ମ ପାଇଁ ସମ୍ପ୍ରଦାୟ ସମ୍ପ୍ରଦାୟ ମଧରେ ଝଗଡା ହେଉଥିବା ବେଳେ, ପାଟଣାଗଡ ବ୍ଲକ ତମିଆଁ ଗାଁରେ ତାର ବ୍ଯତିକ୍ରମ ଦେଖିବାକୁ ମିଳିଛି। ଗତ ଶହେ ବର୍ଷ ହେଲା ହିନ୍ଦୁ ଓ ମୁସଲିମ ମିଶି କରି ଆସୁଛନ୍ତି ରାମଲୀଳା।

ପାଟଣାଗଡ(କେନ୍ୟୁଜ୍‌) : ଧର୍ମ ପାଇଁ ସମ୍ପ୍ରଦାୟ ସମ୍ପ୍ରଦାୟ ମଧରେ ଝଗଡା ହେଉଥିବା ବେଳେ, ପାଟଣାଗଡ ବ୍ଲକ ତମିଆଁ ଗାଁରେ ତାର ବ୍ଯତିକ୍ରମ ଦେଖିବାକୁ ମିଳିଛି। ଗତ ଶହେ ବର୍ଷ ହେଲା ହିନ୍ଦୁ ଓ ମୁସଲିମ ମିଶି କରି ଆସୁଛନ୍ତି ରାମଲୀଳା। ଏକ ଆଖ୍ଯାତ ପଲ୍ଲୀରେ ଦୀର୍ଘ ଦଶ ଦଶନ୍ଧି ଧରି ଜାତି ଧର୍ମ ର୍ନିବିଶେଷରେ ଏହି ଭାଇଚାରା ବଞ୍ଚାଇ ରଖିଛନ୍ତି ଉଭୟ ସମ୍ପ୍ରଦାୟ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ତମିଆଁରେ ଦୀର୍ଘ ଦଶ ଦଶନ୍ଧି ଧରି ହୋଇ ଆସୁଛି ରାମଲୀଳା । ସ୍ୱର୍ଗତ କୀର୍ତ୍ତିଚନ୍ଦ୍ର ପଣ୍ଡା, ସ୍ୱର୍ଗତ ସୟଦ ଅବଦୁଲ ମାଲିକ,ସ୍ୱର୍ଗତ ମଦନ ପଣ୍ଡା ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଦୀର୍ଘ ୧୦୦ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲା ଏହି ରାମଲୀଳା। ଯାହା ଆଜି ମଧ୍ୟ ଜାତି ଧର୍ମ ର୍ନିବିଶେଷରେ ସମସ୍ତେ ବଞ୍ଚାଇ ରଖିଛନ୍ତି ସେହି ପୁରୁଣା ପରମ୍ପରାକୁ।
ramalila

ଚୈତ୍ର ମାସ ଆସିଲେ କି ହିନ୍ଦୁ କି ମୁସଲିମ ସମସ୍ତେ ଆକର୍ଷିତ ହୋଇ ଯାଆନ୍ତି ରାମଲୀଳା ପ୍ରତି। ପୂର୍ବରୁ ଏହି ରାମଲୀଳା ଏକ ମାସ ଚାରିଦିନ ହେଉଥିବା ବେଳେ ଏବେ ଏହା ରାମାୟଣର ମୁଖ୍ଯ ମୁଖ୍ଯ ବିଷୟ ଗୁଡିକୁ ନେଇ ୯ଦିନ ପରିବେଷଣ କରାଯାଉଛି। ଖାଲି ଯେ ରାମଲୀଳା ପାରିବେଷଣ କରାଯାଏ ତାହାନୁହେଁ ସମସ୍ତ ସମ୍ପ୍ରଦାୟ ଗୋଟିଏ ଓଳି ଅରୁଆ ଖାଇ ନିଷ୍ଠାର ସହକାରେ ବ୍ରତ ମଧ୍ୟ ରଖିଥାନ୍ତି।

ଗାଁ ରେ ବିଭିନ୍ନ ମନ୍ଦିର ଥିବା ବେଳେ ଗାଁରେ ମଧ୍ଯ ରହିଛି ମସଜିଦ। ମନ୍ଦିରରେ ଭାଗବତ ପଢା ଯାଉଥିବା ବେଳେ ମସଜିତରେ ପଢାଯାଏ କୋରାନ। ନିଜ ନିଜ ଧର୍ମକୁ ବଞ୍ଚାଇ ରଖିଥିଲେ ମଧ୍ୟ ପର୍ବପର୍ବାଣିରେ ମିଶି ଯାଆନ୍ତି ଉଭୟ ସମ୍ପ୍ରଦାୟ। ଏହି ଭାଇଚାରା ଉଭୟ ସମ୍ପ୍ରଦାୟ ମଧ୍ୟରେ ଏପରି ନିବିଡ ହୋଇଯାଇଛି ଯେ ସମସ୍ତ ସମ୍ପ୍ରଦାୟର ପିଲା ଠାରୁ ବୁଢା ପର୍ଯ୍ଯନ୍ତ ସବୁବେଳେ ଏହି ପୁରାତନ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିଥାନ୍ତି।

ଜାତି ଧର୍ମ ର୍ନିବିଶେଷରେ ପରସ୍ପର ମିଳିତ ସହଯୋଗ ରେ ପୁରୁଣା ସଂସ୍କୃତି ଓ ପରମ୍ପରା କୁ ଦୀର୍ଘ ଦିନରୁ ବଞ୍ଚାଇ ଆସୁଥିଲେ ମଧ୍ୟ ଏପରି ଦୁଇ ସମ୍ପ୍ରଦାୟ ର ଭାଇଚାରା କ୍ବଚିତ୍ ଦେଖିବାକୁ ମିଳେ। ତେବେ ରାଜ୍ଯ ସ୍ତରୀୟ ରବୀନ୍ଦ୍ର ମଣ୍ଡପରେ ଥରେ ରାମଲୀଳା ପରିବେଷଣ କରିବାକୁ ଆଶା ରଖିଛି ଏହି ରାମଲୀଳା କମିଟି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.