Below header

ଡହଡହ ଖରାର ଜ୍ୱାଳା: ଦିନ ୧୧:୩୦ ସୁଦ୍ଧା ୩୯ ଡିଗ୍ରୀ ରେକର୍ଡ

ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ର ୩୨ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ର ୩୨ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ସକାଳ ୮.୩୦ ସୁଦ୍ଧା ୩୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଦିନ ୧୧ ଟା ୩୦ ସୁଦ୍ଧା ୩୯ ଡିଗ୍ରୀ ହୋଇଛି।

 

ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନାଦିନ ୧୦ ଟାରୁ ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ବିଶେଷ କରି ଭୁବନେଶ୍ୱର କଟକରେ ବହୁଛି ଅସହ୍ୟ ଝାଞ୍ଜି । ସମୟ ଯେତେ ବଢୁଛି ତାତି ବି ସେତିକି ଅସହ୍ୟ ହେଉଛି । ଝାଞ୍ଜି ପବନର ଜ୍ୱାଳା ଦେହକୁ ପୋଡ଼ି ପକାଉଛି । ରାଜ୍ୟର ଅଧିକାଂଶ ସ୍ଥାନରେ ସୋମବାର ପ୍ରଚଣ୍ଡ ଗରମ ଅନୁଭୂତ ହୋଇଥିଲା ।

wave

ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ । ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀ ପାର କରିପାରେ ପାରଦ । ଗତକାଲି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଝାରସୁୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ସମତେ ୧୩ଟି ସ୍ଥାନରେ ୩୯ ଡିଗ୍ରୀ ଡେଇଁଛି ପାରଦ ।ରାଜଧାନୀ ସକାଳୁ ସକାଳୁ ଅସହ୍ୟ ତାତି ଅନୁଭୁତ ହେଉଛି । ଦିନ ବଢିବା ସହ ତାତି ବଢିବାରେ ଲାଗିଛି । ସକାଳେ ଆଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ଅଧିକ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.