Below header

ବଜାରକୁ ଆସୁଛି ବଜେଟ ସ୍ମାର୍ଟଫୋନ Lava Blaze 2, ଅପ୍ରେଲ ୧୮ରୁ ଇ-କମର୍ସ ପ୍ଲାଟଫମରେ ଉପଲବ୍ଧ

Lava ପକ୍ଷରୁ ବଜେଟ ସ୍ମାର୍ଟଫୋନ ବଜାରକୁ ଅଣାଯାଉଛି । କମ୍ପାନୀ ପକ୍ଷରୁ Blaze 2 ସ୍ମାର୍ଟଫୋନ ଲଞ୍ଚ କରାଯାଉଛି । Lava Blaze 2 ରେ ରହିଛି Unisoc T616 ପ୍ରୋସେସର । ଏଥିରେ ରହିଛି 6.5 ଇଞ୍ଚ ଏଚଡି ପ୍ଲସ ଆଇପିଏସ ଡିସପ୍ଲେ । ଏଥିରେ ଆପଣଙ୍କୁ 13 ମେଗାପିକ୍ସେଲ ଡୁଆଲ ରିଅର କ୍ୟାମେରା ମିଳିବ ।

କେନ୍ୟୁଜ୍‌(ବ୍ୟୁରୋ) : ଭାରତୀୟ ସ୍ମାର୍ଟଫୋନ ନିର୍ମାତା Lava ପକ୍ଷରୁ ବଜେଟ ସ୍ମାର୍ଟଫୋନ ବଜାରକୁ ଅଣାଯାଉଛି । ଯାହର ଦାମ ୧୦ ହଜାର ଭିତରେ ରହିଛି । କମ୍ପାନୀ ପକ୍ଷରୁ Blaze 2 ସ୍ମାର୍ଟଫୋନ ଲଞ୍ଚ କରାଯାଉଛି । କମ୍‌ ଦାମରେ ବହୁତ ଭଲ ଫିଚର ସହ ଏହା ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଅପ୍ରେଲ ୧୮ରୁ ଏହା ଇ-କମର୍ସ ପ୍ଲାଟଫର୍ମ ସହ ବଜାରରେ ଉପଲବ୍ଧ ହେବ ।

ପ୍ରଥମେ ଏହାର ପ୍ରୋସେସର ଉପରେ ନଜର ପକାଇବା । Lava Blaze 2 ରେ ରହିଛି Unisoc T616 ପ୍ରୋସେସର । କମ୍ପାନୀ ପକ୍ଷରୁ ଦାବି କରାଯାଇଛି କି ଏହି ସ୍ମାର୍ଟଫୋନର AnTuTu benchmark ସ୍କୋର 255.298 ରହିଛି । ୧୦ ହଜାରରୁ କମ ଦାମର ରହିଥିବା ସ୍ମାର୍ଟଫୋନ ଉପରେ ଏହା ସବୁଠୁ ଅଧିକ ସ୍କୋର ଅଟେ । ଷ୍ଟୋରେଜ କାପାସିଟି କଥା ଦେଖିଲେ ଏଥିରେ ରହିଛି 6 ଜିବି RAM ସହ 128ଜିବି ୟୁଏଫଏସ ଷ୍ଟୋରେଜ ମେମୋରୀ । ଏହାସହ ଏହାର RAM କୁ 5 ଜିବି ପର୍ଯ୍ୟନ୍ତ ବଢାଯାଇ ପାରିବ । ଏଥିରେ ଆଣ୍ଡ୍ରଏଡ 13 ରହିଥିବା ବେଳେ ଦୁଇବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ ମିଳିବ ।

ଏବେ ନଜର ପକାଇବା ଏହାର ଡିସପ୍ଲେ ଉପରେ । ଏଥିରେ ରହିଛି 6.5 ଇଞ୍ଚ ଏଚଡି ପ୍ଲସ ଆଇପିଏସ ଡିସପ୍ଲେ । ଏହାସହ 2.5D କର୍ଭ ସ୍କ୍ରିନ । ଏହାସହ ଏଥିରେ 90HZ ର ରିଫ୍ରେସ ରେଟ ରହିଛି ।

ଏଥିରେ ଆପଣଙ୍କୁ ଅଟୋ କଲ ରେକଡିଂ ଫାସିଲିଟି ମିଳିବ । ଏହାର ବ୍ୟାଟେରି ବେକଅପ କଥା ଦେଖିଲେ ଏଥିରେ ଆପଣଙ୍କୁ 5000 mAh ବ୍ୟାଟେରୀ ବେକଅପ ସହ 18 ଓ୍ଵାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ ।

ଏବେ ଆସନ୍ତୁ ନଜର ପକାଇବା ଏହାର କ୍ୟାମେରା ଫିଚର ଉପରେ । ଏଥିରେ ଆପଣଙ୍କୁ 13 ମେଗାପିକ୍ସେଲ ଡୁଆଲ ରିଅର କ୍ୟାମେରା ମିଳିବ । ଏହାସହ 8 ମେଗାପିକ୍ସେଲ ସେଲଫି କ୍ୟାମେରା ରହିବ । ସେହପରି ଏଥିରେ ଇନବ୍ଲିଡ ଏଚଡିଆର ଫିଚର ରହିଛି । ଏହାସହ ଏହି ଫୋନରେ ଡୁଆଲ ମାଇକ –କେନସେଲେସନ ଫିଚର ରହିଛି । ସେହପରି ଏଥିରେ ସାଇଡ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି । ଏହାସହ ଟାଇପ ସି ଚାର୍ଜିଂ ପୋର୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.