Below header

୪୯୯ ବର୍ଷ ପରେ ପଡିଛି ଏଭଳି ଯୋଗ, ଯାହାକୁ ଜାଣି ଆପଣ ରହିବେ ଚକିତ

ଚଳିତ ବର୍ଷ ହୋଲିରେ ୪୯୯ ବର୍ଷ ପରେ ଦୁର୍ଲଭ ଯୋଗ ପଡିଛି। ମାର୍ଚ୍ଚ ୨୯ ରେ କନ୍ୟା ରାଶିରେ ଚନ୍ଦ୍ର ବିରାଜମାନ କରିବେ। ଏହା ସହ ଶନି ଓ ବୃହସ୍ପତି ଉଭୟ ନିଜ ଗ୍ରହ ରାଶିରେ ରହିବେ। ରଙ୍ଗର ପର୍ବ ହୋଲିକୁ ଏଥର ସର୍ବାଥସିଦ୍ଧି ଯୋଗରେ ପାଳନ କରାଯିବ। ଏହି ସମୟରେ ଅମୃତସିଦ୍ଧି ଯୋଗ ମଧ୍ୟ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଥର ହୋଲିରେ ଧ୍ରୁବ ଯୋଗ ରହିଛି। ସୂଚନା ଅନୁଯାୟୀ ଏଭଳି ଗ୍ରହମାନଙ୍କର ଯୋଗ ୪୯୯ ବର୍ଷ ପୂର୍ବେ ୩ମାର୍ଚ୍ଚ ୧୫୨୧ ମସିହାରେ ସାମ୍ନାକୁ ଆସିଥିଲା।

holi5

ଏହାଦ୍ୱାରା ନକାରାତ୍ମକତା ବଢ଼ିବ। ଯାହାର ପ୍ରଭାବ ୮ ଦିନ ଧରି ରହିବ । ଗ୍ରହ ନକ୍ଷତ୍ରଙ୍କ ଏଭଳି ସ୍ଥିତି ହେତୁ ଜାତକ ନିର୍ଣ୍ଣୟ କ୍ଷମତା କମିବ। ଏହି ଦିନ ପୂଜାପାଠର ବିଶେଷ ମହତ୍ୱ ରହିଛି। ଜଳବାୟୁରେ ପରିବର୍ତ୍ତନ ହେବ। ପଞ୍ଚାଙ୍ଗ ଅନୁଯାୟୀ ଏହା ୨୨ମାର୍ଚ୍ଚ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହୋଇଯିବ। ଆଜି ଫାଲଗୁନ ମାସର ଶୁକ୍ଳ ପକ୍ଷର ଅଷ୍ଟମୀ ତିଥି ଅଟେ। ଚନ୍ଦ୍ର ଆଜି ମିଥୁନ ରାଶିର ଆଦ୍ରା ନକ୍ଷତ୍ରରେ ବିରାଜମାନ ହେବେ।

holi55

ଏହି ଯୋଗରେ ମାଙ୍ଗଳିକ କାର୍ଯ୍ୟକୁ ବାରଣ କରାଯାଇଛି। ଗୃହ ପ୍ରବେଶ ସହ ଭୂମି ପୂଜନକୁୁ ମଧ୍ୟ ଏହି ଦିନରେ କରିବା ପାଇଁ ମନା କରାଯାଇଛି। ଶେଷରେ ନବଦମ୍ପତିଙ୍କୁ ବାପ ଘରେ ରହିବା ପାଇଁ ପରାମର୍ଶ ଦିଆଯାଏ। ହୋଲାଷ୍ଟିକରେ ହିନ୍ଦୁ ଧର୍ମରେ ଥିବା ୧୬ପ୍ରକାର ସଂସ୍କାର ମଧ୍ୟରୁ କୌଣସିକୁ କରିବାକୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.