ଘରେ ବସି ପର୍ଣ୍ଣ ଦେଖୁଥିଲେ ବାଳକ, କିମ୍ ଜୋଙ୍ଗ ଉନ୍ ସମସ୍ତ ପରିବାରକୁ ଦେଲେ କଡ଼ା ଦଣ୍ଡ

ନିଜର କଠୋର ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍। ପୁଣି ଏମିତି କିଛି କାମ କରିଛନ୍ତି କିମ୍ ଜୋଙ୍ଗ ଉନ, ଯାହାକୁ ନେଇ ଏବେ ଚର୍ଚ୍ଚା। ଅଶ୍ଲୀଳ ଫିଲ୍ମ ଦେଖୁଥିବା ଜଣେ କିଶୋର ଓ ତାଙ୍କ ପରିବାରକୁ କିମ୍ କଡା ଦଣ୍ଡ ଦେଇଛନ୍ତି।

ବିଶ୍ବର ବହୁ ଦେଶ ସହିତ ଆମ ଦେଶର ବହୁ ରାଜ୍ୟରେ ଅଶ୍ଲୀଳ ଫିଲ୍ମ ଦେଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ଭିତରେ ଉତ୍ତର କୋରିଆରୁ ଏହି ଖବର ସାମନାକୁ ଆସିଛି। କିଶୋର ଜଣକ ରାତିରେ ତା’ର ବାପା-ମା ଘରେ ନଥିବା ବେଳେ ପର୍ଣ୍ଣ ଫିଲ୍ମ ଦେଖୁଥିଲା। ତଦନ୍ତ କରୁଥିବା ଟିମ ସଦସ୍ଯଙ୍କ ନଜର ପିଲାଟିର ଆକ୍ଟିଭିଟି ଉପରେ ପଡିଥିଲା।

ପିଲାଟିକୁ ଅଶ୍ଲୀଳ ଭିଡିଓ ଦେଖିବା ଅଭିଯୋଗରେ ଧରିବା ପରେ ତା’ର ପରିବାର ଲୋକଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି। କିଶୋର ସହିତ ତା’ର ପରିବାର ଲୋକଙ୍କୁ ଘରୁ ବାହାର କରି ଏକ ଦୁର୍ଗମ ଅଞ୍ଚଳକୁ ପଠାଇ ଦିଆଯାଇଛି।

Main-Porn-on-mobile

ମିଳିଥିବା ଖବର ଅନୁସାରେ, ଉତ୍ତର କୋରିଆର ଶାସକ ଦଳ ସ୍କୁଲ ଭିତରେ ପିଲାଙ୍କ ପର୍ଣ୍ଣ ଫିଲ୍ମ ଦେଖିବା ବିରୋଧରେ ଅଭିଯାନ ଚଳାଇଛନ୍ତି। ଏହି କାରଣରୁ ପୋଲିସ ଏବେ ସକ୍ରିୟ ହୋଇଛି। କିମ୍ ଜୋଙ୍ଗ ଗତ ବର୍ଷ ପର୍ଣ୍ଣ ଫିଲ୍ମ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିଥିଲେ। ଉତ୍ତର କୋରିଆରେ ପର୍ଣ୍ଣ ଫିଲ୍ମ ଉପରେ ଲଗାମ ଲଗାଇବା ପାଇଁ ଏକ ଆଇନ ତିଆରି କରାଯାଇଛି। ଏହା ଅନୁସାରେ, ଦୋଷୀଙ୍କୁ ୫ ରୁ ନେଇ ୧୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଭାବରେ ବଳପୂର୍ବକ କାମ କରାଯାଇଥାଏ। କେବଳ ସେତିକି ନୁହେଁ ଲେବର କ୍ୟାମ୍ପରେ ଆଜୀବନ କାରାବାସରୁ ନେଇ ମୃତ୍ୟୁ ଦଣ୍ଡ ଦିଆଯାଇପାରେ। ସ୍କୁଲ ପ୍ରିନ୍ସପାଲଙ୍କୁ ମଧ୍ୟ ବଳପୂର୍ବକ କାମ କରିବା ପାଇଁ ଲେବର କ୍ୟାମ୍ପ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.