ତ୍ୱଚା ପାଇଁ ବହୁତ ଲାଭଦାୟକ ପିଆଜ ଚୋପା, ଏମିତି ବ୍ୟବହାର କଲେ ମିଳିବ ଫାଇଦା

ଭାରତୀୟ ବ୍ୟଞ୍ଜନ ପିଆଜ ବିନା ଅଧୁରା। ଏଠି ସବୁ ପ୍ରକାର ତରକାରୀରେ ପିଆଜ ନିଶ୍ଚିତ ଭାବେ ବ୍ୟବହାର କରାଯାଏ। ପିଆଜ ବିନା ଖାଦ୍ୟର ମଜା ଆସି ନ ଥାଏ। ତେବେ ପିଆଜ ବ୍ୟବହାର କରିବା ସମୟରେ ଲୋକେ ଏହାର ଚୋପାକୁ କାଢ଼ି ଫିଙ୍ଗି ଦିଅନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଆଜ ଚୋପା ମଧ୍ୟ ଆପଣଙ୍କ କାମରେ ଆସିପାରିବ। ଖାସ୍‌ କରି, ଏହା ଚେହେରାର ସୁନ୍ଦରତାକୁ ବଢ଼ାଇଥାଏ। ତ୍ୱଚାକୁ ଆକର୍ଷଣୀୟ କରିଥାଏ। ଆଜି ଆମେ ଆପଣଙ୍କୁ ପିଆଜ ଚୋପାର ଫାଇଦା ବିଷୟରେ କହିବୁ।

ଖରାପ କୋଲେଷ୍ଟ୍ରୋଲକୁ କମାଇଥାଏ: ପିଆଜ ଚୋପାକୁ ରାତି ସାରା ପାଣିରେ ଭିଜେଇକି ରଖନ୍ତୁ। ସକାଳୁ ଏହି ଚୋପାଗୁଡ଼ିକୁ ବାହାର କରି ସେହି ପାଣିକୁ ପିଅନ୍ତୁ।
ସ୍କିନ୍‌ ଆଲର୍ଜିଠୁ ଦୂରେଇ ରୁହନ୍ତୁ: ସ୍କିନ୍‌ ଆଲର୍ଜିଠୁ ଦୂରେଇ ରହିବା ପାଇଁ ପିଆଜ ଚୋପାକୁ ରାତି ସାରା ପାଣିରେ ଭିଜେଇ ରଖନ୍ତୁ ଏବଂ ସକାଳୁ ଏହି ପାଣିରେ ମୁହଁ ଧୁଅନ୍ତୁ।

କେଶକୁ ଆକର୍ଷଣୀୟ କରନ୍ତୁ: କେଶକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ପିଆଜ ଚୋପାର ପାଣିକୁ ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣଙ୍କ କେଶ ମୁଲାୟମ ତଥା ଚମକଦାର ରହିବ।

ଚିହ୍ନ, ଦାଗ ହଟାନ୍ତୁ: ଚେହେରାରୁ ଚିହ୍ନ, ଦାଗ ହଟାଇବା ପାଇଁ ଆପଣ ପିଆଜର ରସଯୁକ୍ତ ଚୋପାକୁ ବ୍ୟବହାର କରିପାରିବେ। ଏଥିପାଇଁ ପିଆଜ ଚୋପାରେ ହଳଦୀ ମିଶାଇ ଚିହ୍ନ, ଦାଗ ଥିବା ଜାଗାରେ ଲଗାନ୍ତୁ।

ଗଳା ପାଇଁ ଲାଭଦାୟକ: ଆପଣଙ୍କ ଗଳା ଖରାପ ହୋଇଗଲେ ପିଆଜ ଚୋପାକୁ ଗରମ ପାଣିରେ ସିଝାନ୍ତୁ। ଏହାପରେ ସେହି ପାଣିକୁ ପିଅନ୍ତୁ। ଗଳା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଆଜର ଏହି ନିଆରା ଚା’ ବେଶ୍‌ ଲାଭଦାୟକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.