Below header

ମଙ୍ଗଳ ଗ୍ରହରେ ବାସ କରିବେ ଦେଢ଼ ଲକ୍ଷ ଲୋକ, ଡିଜାଇନ୍‌ ଷ୍ଟୁଡିଓ ସେୟାର କଲା ଘରର ଫଟୋ

ଲାଲ୍‌ ଗ୍ରହ ଅର୍ଥାତ୍‌ ମଙ୍ଗଳରେ କେମିତି ଘର ନିର୍ମାଣ ହେବ ଓ ପ୍ରାୟ ଦେଢ଼ ଲକ୍ଷ ଲୋକ କେମିତି ସେଠାରେ ବାସ କରିବେ, ସେ ନେଇ ଅଧିକ ରିସର୍ଚ୍ଚ କରିବାରେ ଲାଗିପଡ଼ିଛନ୍ତି ବୈଜ୍ଞାନିକ। ଆମେରିକାର ଆର୍କିଟେକ୍‌ଚର ଷ୍ଟୁଡିଓ ABIBOO ଏବେ ମଙ୍ଗଳରେ କିଭଳି ଘର ତିଆରି ହେବ ତାହାର ଡିଜାଇନ୍‌ ବନାଇଛି।

4

ABIBOO ମୁତାବକ, ମଙ୍ଗଳରେ ଥିବା କାର୍ବନ ଡାଇଅକ୍ସାଇଡ୍‌ ଓ ପାଣି ବ୍ୟବହାର କରି ଏହି ଘର ତିଆରି କରାଯିବ। କମ୍ପାନୀର କହିବାନୁସାରେ, ମଙ୍ଗଳରେ ଘରଗୁଡ଼ିକ ଭର୍ଟିକାଲି ହେବ। ଫଳରେ ବାୟୁମଣ୍ଡଳୀୟ ଚାପ ଓ ରେଡିଏସନ୍‌ର ପ୍ରଭାବ ଘର ଉପରେ ପଡ଼ିବ ନାହିଁ।

3

ବର୍ତ୍ତମାନର ଯୋଜନା ମୁତାବକ, ମଙ୍ଗଳରେ ୨୦୫୪ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସମ୍ଭବପର ନୁହେଁ। ସେହିପରି ୨୧୦୦ ମସିହା ପରେ ହିଁ ଲୋକମାନେ ମଙ୍ଗଳରେ ରହିବା ଆରମ୍ଭ କରିପାରିବେ। ABIBOO ର ଡିଜାଇନ୍‌ରେ ଦେଖାଯାଇଛି ଯେ ନୋଭା ହିଁ ମଙ୍ଗଳର ମୁଖ୍ୟ ସହର ହେବ। ଏଠାରେ ପ୍ରାୟ ଦେଢ଼ ଲକ୍ଷ ଲୋକ ରହିପାରିବେ। ମଙ୍ଗଳ ଗ୍ରହରେ ଥିବା ଜିନିଷକୁ ନେଇ ହିଁ ଘର ତିଆରି କରିବାକୁ କମ୍ପାନୀ ଯୋଜନା କରୁଥିବା କହିଛି।

Video Credit: abibooarchs

ABIBOO ର କହିବାନୁସାରେ ଦ ମାର୍ସ ସୋସାଇଟି ଓ SONet ନେଟ୍‌ଓ୍ଵାର୍କ ତରଫରୁ କରାଯାଇଥିବା ରିସର୍ଚ୍ଚ ଆଧାରରେ ସେ ଏହି ଡିଜାଇନ୍‌ ତିଆରି କରିଛନ୍ତି।

2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.