Below header

ନାରୀ ଅବଳା କି ଦୁର୍ବଳା ନୁହଁ, ଏହା ପ୍ରମାଣ କରିଛନ୍ତି ରିନା

ଚୌଦ୍ୱାର (କେନ୍ୟୁଜ) : ଏହି ମହିଳା ହିଁ ଜଣାଇ ଦେଇଛନ୍ତି ନାରୀ ଅବଳା କି ଦୁର୍ବଳା ନୁହଁ। ଗୋଟେ ନାରୀ ହିଁ କରିପାରେ ସବୁ ଅସମ୍ଭବକୁ ସମ୍ଭବ। ଏହି ସାଇକେଲ ଚଲାଉଥିବା ମହିଳା ଜଣଙ୍କୁ ଦେଖନ୍ତୁ। ଆପଣ ଭାବୁଥିବେ ଖବର କାଗଜ ବାଣ୍ଟୁଛନ୍ତି ଏଥିରେ କଣ ନୂଆ ଅଛି। କିନ୍ତୁ ନା ଦର୍ଶକବନ୍ଧୁ ଟିକେ ଭଲକି ଦେଖନ୍ତୁ ତାଙ୍କୁ ଠିକ୍‌ ଭାବେ ଚାଲିପାରୁନାହାଁନ୍ତି । ଜନ୍ମରୁ ପୋଲିଓ ଆକ୍ରାନ୍ତରେ ଦୁଇଟି ଗୋଡ ବଙ୍କା। ଯିବା ଆସିବା କରିବା ତାଙ୍କ ପାଇଁ ବହୁ କଷ୍ଟକର । ଏସବୁ ସତ୍ୱେ ବି ସେ କେବେ ହେଲେ ଘରେ ବସି ନାହାନ୍ତିଁ । ପେଟ ପୋଷିବା ପାଇଁ ପ୍ରତ୍ୟେକ ଦିନ ୪୦ କି.ମି ସାଇକେଲ ଚଳାଇ ଘର-ଘର , ଦୋକାନ ବଜାର ବୁଲି ଖବର କାଗଜ ବାଣ୍ଟୁଛନ୍ତି।

ଏ ମହିଳାଙ୍କ ନାଁ ହେଉଛି ରୀନା ଭୁୟାଁ। ଘର କଟକ ଜିଲ୍ଲା ଚୌଦାର ପୌରାଞ୍ଚଳରେ। ଝିଅ ଜନ୍ମ ହୋଇଥିଲେ କେତେ ଖୁସି ଥିବେ ପରିବାର ଲୋକେ। କିନ୍ତୁ ଜନ୍ମରୁ ଆକ୍ରାନ୍ତ ହେଲେ ପୋଲିଓ ରୋଗରେ। ଯାହାପରେ ତାଙ୍କର ଦୁଇଟି ଗୋଡ ବଙ୍କା ହୋଇଗଲା। ବହୁ କଷ୍ଟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଲେ ରୀନା। କିନ୍ତୁ ହଠାତ୍‌ ଦିନେ ରୀନାଙ୍କ ଜୀବନରେ ଘୋଟିଆସିଲା ଅନ୍ଧକାର। ୨୦୧୩ ଜାନୁଆରୀ ମାସରେ ମା ହାତଛାଡି ଆରପାରିକୁ ଚାଲିଗଲେ। ଏହାପରେ ବାପା ବଡ ଦୁଃଖ କଷ୍ଟରେ ତାଙ୍କୁ ୨୦୧୯ ମସିହାରେ ବାହାଦେଲେ। ଭାବିଲେ କନ୍ୟଦାନ କଲି ଏବେ ଝିଅ ଶାଶୁ ଘରେ ସ୍ୱାମୀ ଶାଶୁ ଘର ଲୋକଙ୍କୁ ନେଇ ଭଲରେ ରହିବେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା।

ବିବାହର କିଛି ଦିନ ପରେ ଭୁଲ୍ ବୁଝାମଣା ରୁ ରୀନାଙ୍କ ସ୍ୱାମୀ ତାଙ୍କ ହାତ ଛାଡି ଦେଲେ । ଏହାପରେ ରୀନା ନିଜ ଘରକୁ ଚାଲି ଆସିଲେ । ରୀନାଙ୍କ ବାପା ନକୁଳ ଭୂୟାଁ ଜଣେ ଅବସରପ୍ରାପ୍ତ ଓଟିଏମ୍ ଶ୍ରମିକ, ଖଣ୍ଡେ ପାନ ଦୋକାନ କରି ନିଜ ଗୁଜୁରାଣ ମେଟାଂନ୍ତି। କେତେବେଳେ କେମିତି ହାତରେ ରୋସେଇ କରନ୍ତି ତ କେତେବେଳେ ହୋଟଲରେ ଖାଇ ଦିନ କଟିଯାଏ । ବିବାହ ପରେ ପରିବାର ଲୋକଙ୍କ ଉପରେ ବୋଝ ହେବାକୁ ଚାହୁଁନଥିଲେ ରୀନା। ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ନିଷ୍ପତି ନେଲେ। ଆଉ ଘରକୁ ଘର ବୁଲି ଖବର କାଗଜ ବାଣ୍ଟିଲେ।

rinaaସକାଳୁ ସାଇକେଲଟିଏ ଧରି ରୀନା ଘରୁ ବାହାରି ପଡନ୍ତି ପେପର ପଏଣ୍ଟକୁ । ସେଠାରେ ଖବରକାଗଜ ନେଇ ଲୋକଙ୍କ ନିକଟରେ ପହଁଚାଂନ୍ତି । ଦିନ ୧୧ଟା ସମୟରେ ଘରକୁ ଫେରନ୍ତି । ଘରକୁ ଫେରିବା ପରେ ରୋଷେଇ କରିବା ସହିତ ଘରର ସମସ୍ତ କାର୍ଯ୍ୟ କରନ୍ତି । ପ୍ରତେକ ଦିନ ୨ଶହରୁ ୩ଶହ ଟଙ୍କା ତାଙ୍କର ଲାଭ ହୋଇଥାଏ । ସନ୍ଧ୍ୟା ସମୟରେ ସେ ଘର ପାଖରେ ଏକ ଦୋକାନରେ କାମ କରନ୍ତି । ସେଥିରୁ ମଧ୍ୟ ତାଙ୍କର ଅଳ୍ପ ବହୁତ ରୋଜଗାର ହୋଇଯାଏ। ଭିନ୍ନକ୍ଷମ ରିନାଙ୍କୁ ସରକାରଙ୍କ ପକ୍ଷରୁ କେବଳ ୫୦୦ ଟଙ୍କା ଭତ୍ତା ମିଳୁଛି। ଅନ୍ୟ କୌଣସି ଯୋଜନାରେ ବି ସେ ସାମିଲ ନାହାଁନ୍ତି। ଏଥିପାଇଁ ସେ ଚୌଦ୍ୱାର ପୌରପାଳିକା ନିର୍ବାହୀ ଅଧିକାରି ପବିତ୍ର ବେହେରାଙ୍କୁ ଯୋଗା ଯୋଗ କରିଥିଲେ ହେଁ ସେ ପୌରପାଳିକା ପକ୍ଷରୁ ସେପରି କୌଣସି ସୁବିଧା ନଥିବା କହିଛନ୍ତି ।

ଆଜିର ଦୁନିଆରେ ମହିଳାମାନେ ନିଜକୁ ଅସହାୟ ମନେ କରୁଥିବା ବେଳେ ରୀନା କେବେ ହେଲେ ନିଜକୁ ଅସହାୟ ମନେ କରନ୍ତି ନାହିଁ । ତେବେ ସରକାର ଭିନ୍ନକ୍ଷମ ପାଇଁ ବିଭନ୍ନ ଯୋଜନା କରୁଥିଲା ବେଳେ ରିନାଙ୍କ ଭଳି ଜଣେ ସ୍ୱାବଲମ୍ବୀ ମହିଳାଙ୍କ ପାଇଁ କଣ ବ୍ୟବସ୍ଥା କରାଯାଉଛି ତାହା ଉପରେ ରହିଲା ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.