Below header

ଆସୁଛି ହୋଲି, ଘରେ ବନାନ୍ତୁ ସ୍ୱାଦିଷ୍ଟ ପିସ୍ତା ବର୍ଫି

ଆଉ କିଛି ଦିନ ପରେ ଆସୁଛି ହୋଲି। ରଙ୍ଗର ପର୍ବ ହୋଲିରେ ମିଠା ଖୁଆଇ ପରଷ୍ପରକୁ ରଙ୍ଗ ମାରନ୍ତି ଲୋକେ। ତେବେ ଏହି ପର୍ବରେ ବାହାରୁ ମିଠା କିଣିବା ଅପେକ୍ଷା ଆପଣ ଘରେ ପ୍ରସ୍ତୁତ କରନ୍ତୁ ଏକଦମ୍ ବଜାର ଭଳି ସ୍ୱାଦିଷ୍ଠ ମିଠା। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ପିସ୍ତା – ୧ କପ୍‌
  • କାଜୁ – ୧/୨ କପ୍‌
  • ଚିନି – ଏକ ଚାମଚ୍‌
  • ଚକୋଲେଟ୍ ପାଉଡର – ୧/୨ ଚାମଚ୍‌
  • ଲୁଣ – ୨ ଚାମଚ୍‌
  • ତେଲ – ଦୁଇ ଚାମଚ
  • ଖଜୁରୀ – ୩ଟି

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ ଏବଂ ସେଥିରେ ପିସ୍ତାକୁ ପକାଇ ଗୋଟେ ରୁ ଦୁଇ ମିନିଟ୍ ପାଇଁ ରୋଷ୍ଟ କରିଦିଅନ୍ତୁ। ପିସ୍ତାକୁ ରୋଷ୍ଟ କରିବା ପରେ ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହିପରି ଭାବେ ଖଜୁରୀ ଏବଂ କାଜୁକୁ ମଧ୍ୟ ପେଷ୍ଟ କରିଦିଅନ୍ତୁ। ଏବେ ଆପଣ ପିସ୍ତା ପେଷ୍ଟ ସହିତ କାଜୁ, ଖଜୁରୀ ପେଷ୍ଟ, ମହୁ, ଲୁଣ ଏବଂ ଚକୋଲେଟ ପାଉଡରକୁ ପକାଇ ଏକା ସାଥିରେ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଘିଅ କିମ୍ବା ତେଲ ଲଗାଇ ଏହି ମିଶ୍ରଣକୁ ରଖି ଭଲଭାବେ ମେଲାଇ ଦିଅନ୍ତୁ। ଏବେ ଆପଣ ଏହାକୁ ବର୍ଫି ସେପ୍ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପିସ୍ତା ବର୍ଫି। ଏହାକୁ ଆପଣ ଘରର ଅତିଥି ମାନଙ୍କୁ ବି ସର୍ଭ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.