Below header

୨୦୨୪ ବର୍ଷକୁ ନେଇ ଭୟଙ୍କର ଭବିଷ୍ୟବାଣୀ, ନୂଆ ବର୍ଷ ଆଣିପାରେ ଅନେକ କ୍ଷତି

ଆଜି ଆମେ ଆପଣଙ୍କୁ ୨୦୨୪କୁ ନେଇ କିଛି ତଥ୍ୟ ଦେବାକୁ ଯାଉଛୁ । ଆପଣ ଭାବୁଥିବେ ୨୦୨୪ରେ ପୁଣି କଣ ଘଟିବ ? କିନ୍ତୁ ୨୦୨୪ରେ ମଧ୍ୟ ଏପରି କିଛି ଘଟିବାକୁ ଯାଉଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ସରି ସରି ଆସୁଛି ବର୍ଷ । ଚଳିତ ବର୍ଷରେ ଅନେକ କ୍ଷୟକ୍ଷତି ହୋଇଛି । ଯାହାର ଆକଳନ କରିବା ଅସମ୍ଭବ । ହଜାର ହଜାର ଲୋକ ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁବରଣ କରିଥିବା ବେଳେ ଅନେକ ମନୁଷ୍ୟକୃତ ଯୁଦ୍ଧରେ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ୨୦୨୩ ବିଷୟରେ ତ ଆପଣମାନେ ଜାଣିଛନ୍ତି କିନ୍ତୁ ଆଗାମୀ ବର୍ଷରେ କଣ ହେବ ତାହା ବିଷୟରେ ଆପଣ କେବେ ଭାବିଛନ୍ତି କି ? ଆଜି ଆମେ ଆପଣଙ୍କୁ ୨୦୨୪କୁ ନେଇ କିଛି ତଥ୍ୟ ଦେବାକୁ ଯାଉଛୁ । ଆପଣ ଭାବୁଥିବେ ୨୦୨୪ରେ ପୁଣି କଣ ଘଟିବ ? କିନ୍ତୁ ୨୦୨୪ରେ ମଧ୍ୟ ଏପରି କିଛି ଘଟିବାକୁ ଯାଉଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କିଛି ଭବିଷ୍ୟବକ୍ତା ଆଗାମୀ ବର୍ଷକୁ ନେଇ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ଆପଣଙ୍କ ଛାତିକୁ ଥରାଇ ଦେବ । ତେବେ ଆସନ୍ତୁ ଜାଣିବା ଆଗାମୀ ବର୍ଷ କେମିତି ରହିବ ।

ନୂଆ ବର୍ଷକୁ ଆଉ ଦିନ କେଇଟା ବାକି ରହିଲା । ଏହି ସମୟରେ ଲୋକମାନେ ନୂଆ ବର୍ଷ କେମିତି କଟିବ ନିଶ୍ଚିତ ଭାବୁଥିବେ । ଏହାରି ଭିତରେ ୨୦୨୪କୁ ନେଇ ଅନେକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି, ଯାହା ବହୁତ ଭୟଙ୍କର ।

ନୂଆ ନେସ୍ତ୍ରୋଦମସ ନାମକ ଜଣେ ଭବିଷ୍ୟବକ୍ତା ଅଛନ୍ତି, ଯିଏ ୨୦୨୪କୁ ନେଇ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି । ଏହି ଭବିଷ୍ୟବକ୍ତାଙ୍କ ନାଁ ହେଉଛି କ୍ରେଗ୍‌ ହ୍ୟାମିଲଟନ୍‌ ପାର୍କର । ସେ ୨୦୨୪କୁ ନେଇ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ୨୦୨୪କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ୨୦୨୪ରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରକାଶ କରିଛନ୍ତି ।

ଏକ ବିମାନ ଦୁର୍ଘଟଣାରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ । ସୂଚନା ଥାଉକି ବ୍ରିଟେନର ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ବିଷୟରେ କ୍ରେଗ ହ୍ୟାମିଲଟନ୍‌ ପୂର୍ବାନୁମାନ କରିଥିଲେ ଯାହା ସମ୍ପୂର୍ଣ୍ଣ ଠିକ୍‌ ଥିଲା । ସେହି ଦିନ ଠାରୁ ପାର୍କରଙ୍କୁ ନୂଆ ଯୁଗର ନେସ୍ତ୍ରୋଦମସ କୁହାଯାଇଥିଲା । ହ୍ୟାମିଲଟନଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୪ରେ ଆମେରିକାରେ ବିଦ୍ୟୁତ ଅଭାବ ଦେଖାଯିବ । ଏହା ସହିତ ୨୦୨୪ରେ ଆମେରିକାରେ ଭୟଙ୍କର ଭୂକମ୍ପ ହେବ । ଏହା ଦ୍ୱାରା ବହୁତ କ୍ଷତି ଘଟିବ ବୋଲି ସେ କହିଛନ୍ତି । ତେବେ ନେସ୍ତ୍ରୋଦମସ କିଏ ଆପଣ ଭାବୁଥିବେ । ନେସ୍ତ୍ରୋଦମସ ହେଉଛନ୍ତି ଷୋଡ଼ଶ ଶତାବ୍ଦୀର ଫ୍ରାନ୍ସର ଜଣେ ଭବିଷ୍ୟବକ୍ତା, ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି ।

ଏହା ପୂର୍ବରୁ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । କାରଣ ତାଙ୍କର ଅନେକ ପୂର୍ବାନୁମାନ ସଠିକ ହୋଇଛି । ତେବେ ବର୍ତ୍ତମାନ ୨୦୨୪ ପାଇଁ ବାବା ଭେଙ୍ଗା ରୁଷର ରାଷ୍ଟ୍ରପତି ପୁଟିନଙ୍କ ହତ୍ୟା, ୟୁରୋପରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ଏବଂ ଆଗାମୀ ବର୍ଷରେ ବାୟୋଲୋଜିକାଲ ଆଟାକ ଭଳି ଅନେକ ପୂର୍ବାନୁମାନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ବାବା ଭେଙ୍ଗା ୨୦୨୪ ପାଇଁ କଣ କଣ ପୂର୍ବାନୁମାନ କରିଛନ୍ତି ।

ପୁଟିନ ହତ୍ୟା: ଆଗାମୀ ବର୍ଷ ପାଇଁ ସେ ଭ୍ଲାଦିମିର ପୁଟିନଙ୍କ ହତ୍ୟାର ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା । ତେବେ ଏହାପୂର୍ବରୁ ମଧ୍ୟ ପୁଟିନ ଅନେକ ହତ୍ୟା ଉଦ୍ୟମର ସମ୍ମୁଖୀନ ହୋଇଥିଲେ ।

ୟୁରୋପରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି: ବାବା ଭେଙ୍ଗାଙ୍କ ଅନୁଯାୟୀ ୟୁରୋପରେ ୨୦୨୪ ରେ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିବ ।

ବାୟୋଲୋଜିକାଲ ଆଟାକ: ୨୦୨୪ ମସିହାରେ ବାୟୋଲୋଜିକାଲ ଅସ୍ତ୍ର ପରୀକ୍ଷଣ କିମ୍ବା ଆକ୍ରମଣ କରୁଥିବା ଏକ ‘ବଡ ଦେଶ’ର ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗା ଆସନ୍ତା ବର୍ଷରେ ଏଭଳି ଅସ୍ତ୍ରଶସ୍ତ୍ରର ବିପଦକୁ ଦର୍ଶାଇଥିଲେ ।

ଏଭଳି ଭବିଷ୍ୟବାଣୀକୁ ଅନୁମାନ କଲେ ମନରେ ଭୟ ଆସେ । ଆଗାମୀ ଭବିଷ୍ୟକୁ ନେଇ ଲୋକଙ୍କ ମନରେ ଏବେ ଠୁ ଚିନ୍ତା ଘାରିଲାଣି । ଦେଖାଯାଉ ଏହି ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ କେତେ ଦୂର ଠିକ୍‌ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.