ରାସନ କାର୍ଡ କେତେ ପ୍ରକାର ଏବଂ ଏହାର ସବୁ କାର୍ଡର ଅର୍ଥ କଣ ଜାଣନ୍ତୁ

ରାସନ କାର୍ଡ ସରକାରଙ୍କ ତରଫରୁ ଜାରି କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ଅନେକ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ମଧ୍ୟ ଏହା ବହୁତ ଜରୁରୀ ହୋଇଥାଏ। ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ପାସପୋର୍ଟ, ଲାଇଫ ଇନସୁରାନ୍ସ ସହିତ ଅନେକ ଜରୁରୀ କାମ ପାଇଁ ଏହାର ବ୍ୟବହାର କରାଯାଏ। ଆଡ୍ରେସ ପୃଫ ଏବଂ ଆଇଡେଣ୍ଟିଟି ପୃଫ ରୂପରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଆଧାର କାର୍ଡ ଆସିବା ପୂର୍ବରୁ ଏହା ପରିବାରର ପ୍ରାୟ ସବୁ ସଦସ୍ୟଙ୍କ ପାଖରେ ଥିଲା କିନ୍ତୁ ଏବେ ଏହାର ପ୍ରମୁଖ ବ୍ୟବହାର ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ କରାଯାଉଛି।

ରାସନ କାର୍ଡ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥାଏ। ଏଥିପାଇଁ ଅଲଗା ଅଲଗା ରାଜ୍ୟର ରାସନ୍‌ କାର୍ଡରେ ଆପଣଙ୍କୁ ପାର୍ଥକ୍ୟ ମିଳିବ। ଏହାର ରଙ୍ଗ ଯେମିତି ବିଭିନ୍ନ ପ୍ରକାର ଏହାର ଅର୍ଥ ବି ସେମିତି ଭିନ୍ନ ଭିନ୍ନ।

ଏବେ ଆସନ୍ତୁ ଜାଣିବା କେତେ ପ୍ରକାରର ଥାଏ ରାସନ କାର୍ଡ

ସରକାର ଚାରି ପ୍ରକାର ରାସନ କାର୍ଡକୁ ମାନ୍ୟତା ଦେଇଛନ୍ତି। ଚାରିଟି ଅଲଗା ଅଲଗା ରଙ୍ଗ ସହିତ ବି ଏହାକୁ ଜାରି କରାଯାଇଛି। ଏଥିରେ ନୀଳ, ଗୋଲାପୀ, ଧଳା ଏବଂ ହଳଦିଆ ରାସନ କାର୍ଡ ସାମିଲ ଅଛି। ସବୁ ରଙ୍ଗର ରାସନ କାର୍ଡରେ ମିଳୁଥିବା ସୁବିଧା ଅଲଗା ଅଲଗା। ଏହାକୁ ଅଲଗା ଅଲଗା ବୟସର ଲୋକଙ୍କ ପାଇଁ ଜାରି କରାଯାଇଛି।

cardନୀଳ ରାସନ କାର୍ଡର ଫାଇଦା

ଏହି ରାସନ କାର୍ଡ ଗରିବ ରେଖା ତଳେ ରହୁଥିବା ପରିବାରଙ୍କ ପାଇଁ ଜାରି କରାଯାଇଥାଏ। କିଛି ରାଜ୍ୟରେ ଏହାର ରଙ୍ଗ ସବୁଜ ଏବଂ ହଳଦିଆ ବି ରହିଥାଏ। ଗ୍ରାମାଞ୍ଚଳରେ ବର୍ଷକୁ ୬୪୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାରକୁ ଏହି କାର୍ଡ ଜାରି କରାଯାଏ। ସହରାଞ୍ଚଳରେ ଅଧିକତମ ୧୧,୮୫୦ ଟଙ୍କା ବର୍ଷକୁ ଆୟ କରୁଥିବା ପରିବାରକୁ ଏହି ରାସନ କାର୍ଡ ଦିଆଯାଏ। ଏହି ରାସନ କାର୍ଡରେ ସବସିଡିଯୁକ୍ତ ଖାଦ୍ୟ ସାମଗ୍ରୀ ସହିତ କିରୋସିନ୍‌ ମଧ୍ୟ ଦିଆଯାଏ। ସବୁ ରାଜ୍ୟରେ ଖାଦ୍ୟ ସାମଗ୍ରୀର ମାତ୍ରା ଅଲଗା ଅଲଗା ରହିଥାଏ।

ଗୋଲାପୀ ରଙ୍ଗର ରାସନ କାର୍ଡର ଲାଭ

ଏହି ରାସନ କାର୍ଡ ସେହି ପରିବାରଙ୍କୁ ଦିଆଯାଇଥାଏ, ଯେଉଁମାନଙ୍କର ମୋଟ ବାର୍ଷିକ ଆୟ ଗରିବ ସିମା ରେଖା ଠାରୁ ଅଧିକ ଥାଏ। ଗ୍ରାମୀଣ ଇଲାକାରେ ୬୪୦୦ ଟଙ୍କା ବାର୍ଷିକ ଆୟରୁ ଅଧିକ ଆମଦାନୀ କରୁଥିବା ପରିବାର ଏହି କାର୍ଡ ବନାଇପାରିବେ। ଏହି କାର୍ଡରେ ସବସିଡିଯୁକ୍ତ ଖାଦ୍ୟ ସାମଗ୍ରୀ ମିଳେ। ଏହି କାର୍ଡରେ ମୁଖିଆଙ୍କ ଫଟୋ ଲାଗିଥାଏ।

ଧଳା ରାସନ କାର୍ଡର ଲାଭ

ଏହି କାର୍ଡ ସେହି ପରିବାରଙ୍କୁ ଜାରି କରାଯାଏ, ଯେଉଁମାନେ ଆର୍ଥିକ ରୂପରେ ସମୃଦ୍ଧ। ଏମିତି ପରିବାରକୁ ସବସିଡିଯୁକ୍ତ ଖାଦ୍ୟ ଶଷ୍ୟ ଦେବାର ଆବଶ୍ୟକ ନଥାଏ। ଏହି କାର୍ଡର ବ୍ୟବହାର ଅଧିକାଂଶ ଭାବରେ ପରିଚୟ ଏବଂ ଆଡ୍ରେସ ପ୍ରମାଣ ପତ୍ର ଭାବରେ କରାଯାଏ।

ଅନ୍ତୋଦୟ ଅନ୍ନ ଯୋଜନା କାର୍ଡ

ଏହି ରାସନ କାର୍ଡ ସବୁଠାରୁ ଗରିବ ପରିବାରଙ୍କୁ ଜାରି କରାଯାଇଥାଏ। ଏମିତି ପରିବାରର ଆୟରେ କୌଣସି ନିୟମିତ ସ୍ରୋତ ରହିନଥାଏ। କେବେ ତାଙ୍କର ରୋଜଗାର ହୁଏ ତ ଆଉ କେବେ ଆଦୌ ହୁଏନାହିଁ। ଏହି ଶ୍ରେଣୀରେ ଦିନ ମଜୁରିଆ, ବୟଷ୍କ ଏବଂ ବେରୋଜଗାରମାନେ ଆସିଥାନ୍ତି। ଏହି କାର୍ଡରେ ମଧ୍ୟ ସବସିଡିଯୁକ୍ତ ଖାଦ୍ୟ ଶଷ୍ୟ ମିଳିଥାଏ। କେବଳ ପାର୍ଥକ୍ୟ ଏତିକି ଯେ ସବୁ ରାଜ୍ୟର ଶାଦ୍ୟ ଶଷ୍ୟର ମାତ୍ରା ଭିନ୍ନ ଭିନ୍ନ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.