Below header

ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ଫର୍ମ ପୂରଣ, ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

କଟକ(କେନ୍ଯୁଜ୍): ମାଟ୍ରିକ ରେଜଲ୍ଟ ଦ୍ୱନ୍ଦ୍ୱ ଦୂର କଲା ବୋର୍ଡ। ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ଫର୍ମ ପୂରଣ କରାଯିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ବିକଳ୍ପ ନାହିଁ। କେବଳ ଅଫ୍‌ଲାଇନ୍‌ ପରୀକ୍ଷାରେ ମାର୍କ ହିଁ ହେବ ଫାଇନାଲ୍‌। ସ୍କୁଲ ଅପଲୋଡ୍‌ କରିଥିବା ମାର୍କ ଅନୁଯାୟୀ ହୋଇଛି ମାଟ୍ରିକ ପରୀକ୍ଷା ମୂଲ୍ୟାୟନ। ନବମ, ଦଶମ ମାର୍କକୁ ନେଇ ମାର୍କ ଦିଆଯାଇଛି। ମାଟ୍ରିକ ପରୀକ୍ଷା ରେଜଲ୍ଟ ତ୍ରୁଟି ପ୍ରସଙ୍ଗରେ ବୋର୍ଡ ପକ୍ଷରୁ ପ୍ରେସମିଟ୍‌ କରାଯାଇ ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରାଯାଇଛି।

ଆମ ପାଇଁ ସବୁ ସ୍କୁଲ ସମାନ, ସରକାରୀ ବେସରକାରୀ ସ୍କୁଲ ଆମେ ଦେଖିନୁ। ଗତବର୍ଷ ୧୪% ପିଲା ୬୦ ପ୍ରତିଶତ ମାର୍କ ରଖିଥିଲେ। ଚଳିତବର୍ଷ ରେଜଲ୍ଟରେ ୩୦%ରୁ ଅଧିକ ପିଲା ୬୦ପ୍ରତିଶତ ମାର୍କ ରଖିଛନ୍ତି। ସ୍କୁଲ ପକ୍ଷରୁ ଭୁଲ ଅପଲୋଡିଂ ଥିଲେ ପରିବର୍ତ୍ତନ ହୋଇପାରେ। ଡିଇଓଙ୍କ ପରାମର୍ଶକ୍ରମେ ପରିବର୍ତ୍ତନ କରାଯିବ । ପ୍ରଥମେ ସିଲାବସ୍‌କୁ କମାଇ ପାଠପଢା ଆରମ୍ଭ ହୋଇଥିଲା। ୧୦୦ ଦିନର କ୍ଲାସ ପରେ ପରୀକ୍ଷା କରିବାର ଯୋଜନା ଥିଲା। କରୋନା ସଂକ୍ରମଣ ବଢିବା ଯୋଗୁ ଅଧାରୁ କ୍ଲାସ ବନ୍ଦ କରାଯାଇଥିଲା।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦକୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବରିଷ୍ଠ ଶିକ୍ଷାବିତଙ୍କ ସହ ଆଲୋଚନା କରିଥିଲା ବୋର୍ଡ। ୩୦ଟି ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ହୋଇଥିଲା ଆଲୋଚନା। ମେ’ ୭ରେ ବୋର୍ଡ ଗାଇଡଲାଇନ ଜାରି କରିଥିଲେ। ସ୍କୁଲ ଗୁଡିକ ମାର୍କ ଅପଲୋଡ଼ କରିଥିଲେ। ଅପଲୋଡ଼ ମାର୍କ ଅନୁଯାୟୀ ମୂଲ୍ୟାୟନ କରାଯାଇଥିବା ବୋର୍ଡ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

ମେଣ୍ଟର ସ୍କୁଲଗୁଡିକ ମାର୍କ ଅପଲୋଡ କରିଥିଲେ। ସ୍କୁଲଗୁଡିକ ଯେଉଁ ମାର୍କ ପଠାଇଥିଲେ ସେହି ଅନୁସାରେ ମୂଲ୍ୟାୟନ କରାଯାଇଛି। ଆମେ ଛାତ୍ରଛାତ୍ରୀଙ୍କ ଭଲ ପାଇଁ ଚିନ୍ତା କରିଛୁ। ୪ ବର୍ଷର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ହୋଇଛି ମୂଲ୍ୟାୟନ। ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନା ତର୍ଜମା କରାଯାଇଛି। ଏହାସହ CBSE ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.