Below header

ବୈବାହିକ ଜୀବନରେ ଚାହୁଁଛନ୍ତି ଯଦି ସୁଖ-ସମୃଦ୍ଧି, ତ ବେଡ୍‌ରୁମରେ ଆଦୌ କରନ୍ତୁ ନାହିଁ ଏ ସବୁ ଭୁଲ୍‌

ହିନ୍ଦୁ ଧର୍ମରେ ବାସ୍ତୁର ଖାସ୍‌ ମହତ୍ତ୍ୱ ରହିଛି। ଘରର ଜିନିଷଗୁଡ଼ିକୁ ବାସ୍ତୁ ଅନୁସାରେ ରଖିବା ଦ୍ୱାରା ବ୍ୟକ୍ତିର ଜୀବନରେ ସୁଖ ଓ ସମୃଦ୍ଧି ଆସିଥାଏ। ବାସ୍ତୁ ଶାସ୍ତ୍ରରେ ସମସ୍ତ ଜିନିଷ ବିଷୟରେ କୁହାଯାଇଛି। ଏଥିରେ ଦାମ୍ପତ୍ୟ ଜୀବନ ବିଷୟରେ ମଧ୍ୟ କେତେକ କଥା ଉଲ୍ଲେଖ ରହିଛି। ବାସ୍ତୁ ମୁତାବକ, ଦାମ୍ପତ୍ୟ ଜୀବନରେ ଶୟନକକ୍ଷର ବହୁତ ଗୁରୁତ୍ୱ ରହିଛି। ଆଜି ଆମେ ଆପଣଙ୍କୁ ବେଡ୍‌ରୁମ ସହ ଜଡ଼ିତ କିଛି ଜରୁରୀ କଥା ବିଷୟରେ କହିବାକୁ ଯାଉଛୁ।

-ପଲଙ୍କ ଉପରେ ମୁଣ୍ଡ ସବୁବେଳେ ଦକ୍ଷିଣ ଦିଗକୁ ଏବଂ ଗୋଡ଼ ସବୁବେଳେ ଉତ୍ତର ଦିଗକୁ ରଖି ଶୋଇବା ଠିକ୍‌ ହୋଇଥାଏ।

-ଦାମ୍ପତ୍ୟ ଜୀବନର ପ୍ରାରମ୍ଭ ଅର୍ଥାତ୍‌ ଆପଣଙ୍କ ବିବାହର ଫଟୋ ବେଡ୍‌ରୁମରେ ରଖିବା ଦ୍ୱାରା ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ି ଚାଲିଥାଏ।

-ବେଡ୍‌ରୁମରେ ଆଲୋକ ସବୁବେଳେ ପଛ ନଚେତ୍‌ ବାମ ଆଡ଼ୁ ଆସୁଥିବା ଦରକାର।

-ଶୟନକକ୍ଷ କବାଟର ଏକଦମ୍‌ ପାଖାପାଖି ଖଟ ରଖିବା ଅନୁଚିତ। ଯଦି ଏମିତି ରହିବ, ତେବେ ମନ ଭିତରେ ସବୁବେଳେ ଅଶାନ୍ତି ଲାଗି ରହିବ।

-ବେଡ୍‌ରୁମରେ ଝାଡ଼ୁ, ମଇଳା କପଡ଼ା, ଜୋତା ଭଳି ଜିନିଷ କଦାପି ରଖିବା ଉଚିତ ନୁହେଁ। ଏଗୁଡ଼ିକୁ ଷ୍ଟୋର୍‌ ରୁମ୍‌ରେ ରଖିବା ଉଚିତ ହୋଇଥାଏ।

-ବେଡ୍‌ରୁମରେ ଆଇନା ବା ଦର୍ପଣ ରଖିବା ଉଚିତ ନୁହେଁ। ଯଦି ବା ଆପଣ ଏହାକୁ ରଖିଛନ୍ତି, ତ ଶୋଇବା ସମୟରେ ଏହାକୁ ଢ଼ାଙ୍କି ଦେବା ଉଚିତ।

-ପଲଙ୍କ ବା ଖଟ ତଳେ ଆବର୍ଜନା ଜିନିଷ ଏବଂ ଜୋତା, ଚପଲ ଆଦି ରଖିବା ଆଦୌ ଉଚିତ ନୁହେଁ।

-ବେଡ୍‌ରୁମରେ ଭୁଲ୍‌ରେ ବି ଅଶାନ୍ତି ଦର୍ଶାଉଥିବା ଫଟୋ କିମ୍ବା ଚିତ୍ର ଲଗାନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.