ଭାରତର ଭୁଲ ନକ୍‌ସାକୁ ହଟାଇଲା ଟ୍ଵିଟର, ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଦେଶ ଭାବେ ଦର୍ଶାଇଥିଲା

ଜମ୍ମୁ-କଶ୍ମୀର ଓ ଲଦାଖକୁ ଭାରତରୁ ଭିନ୍ନ ଦର୍ଶାଉଥିବା ନକ୍ସାକୁ ହଟାଇଛି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର। ମାତ୍ର ନକ୍‌ସା ହଟାଇବା ନେଇ ଟ୍ଵିଟର ତରଫରୁ କୌଣସି ବୟାନ ଜାରି କରାଯାଇନାହିଁ।

ରିପୋର୍ଟ ମୁତାବକ, ଟ୍ଵିଟରର କ୍ୟାରିୟର ପେଜ୍‌ରେTweep Life ସେକ୍ସନ୍‌ରେ ଓ୍ଵାର୍ଲ୍ଡ ମ୍ୟାପ୍‌ ରହିଛି। ଏଠାରେ କମ୍ପାନୀ ଦର୍ଶାଏ ଯେ ସାରା ବିଶ୍ୱରେ ଟ୍ଵିଟରର ଟିମ୍‌ ରହିଛି। ଏହି ନକ୍‌ସାରେ ଭାରତ ମଧ୍ୟ ରହିଛି। ମାତ୍ର ଭାରତର ନକ୍‌ସାକୁ ଭୁଲ ଦର୍ଶାଯାଇଛି। ମ୍ୟାପ୍‌ରେ ଜମ୍ମୁ- କଶ୍ମୀର ଓ ଲଦାଖ ନାହିଁ। ଏଥିସହ ଲଦାଖକୁ ଚୀନ୍‌ର ଅଂଶ ବୋଲି ଦର୍ଶାଯାଇଛି। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ତେବେ ଏନେଇ ଟ୍ରୋଲ ହେବା ପରେ ଟ୍ଵିଟର ନିଜ ପେଜ୍‌ରୁ ଏହି ମ୍ୟାପ୍‌କୁ ହଟାଇଥିବା ଜଣାଯାଇଛି।

ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଟ୍ଵିଟର ଭାରତର ମ୍ୟାପ୍‌କୁ ଭୁଲ ଢଙ୍ଗରେ ଦର୍ଶାଇଥିଲା। ଏହା ପୂର୍ବରୁ ଲଦାଖ ଭାରତର ଅଂଶ ନଥିବା ଦେଖାଇଥିଲା। କିନ୍ତୁ ପରେ ସେ ନିଜ ଭୁଲ ସୁଧାରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.