Below header

ଆପଣ ଜାଣିଛନ୍ତି କି ୧କିମି ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ? ପଢନ୍ତୁ ଏହି ରିପୋର୍ଟ

ଆପଣ ଜାଣିଛନ୍ତି କି ୧ କିଲୋମିଟର ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ । ହୁଏତ ଜାଣିନଥିବେ ଏବେ ଏହାର ଉତ୍ତର ଆମେ ଆପଣଙ୍କୁ ଦେବାକୁ ଯାଉଛି। ତେବେ ଯାତାୟତରେ ଟ୍ରେନ ଆମ ଜୀବନରେ ଏକ ବଡ ଭୂମିକା ନେଇଥାଏ । ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ଏହା ସାରା ଦେଶରେ ଚଳପ୍ରଚଳ କରିଥାଏ । ତେବେ ଆପଣ କେବେ ଜାଣିଛନ୍ତି କି ୧ ଲିଟର ଡିଜେଲରେ ଟ୍ରେନ୍ କେତେ କିଲୋମିଟର ଯାଇପାରିବ। ଲାଗୁଛି ଆପଣ ଏ କଥା କେବେ ବି ଭାବି ନଥିବେ ।

trains ସୂଚନା ଅନୁସାରେ ଆଗରୁ କୋଇଲାରେ ଟ୍ରେନ୍ ଚାଲୁଥିଲା କିନ୍ତୁ ଭାରତୀୟ ରେଲୱେ ଏବେ ଡିଜେଲ୍ ଇଞ୍ଜିନ୍ ଛାଡି ବିଦ୍ୟୁତ ଇଞ୍ଜିନ୍ ଚଲେଇବା ଆରମ୍ଭ କରିଦେଲାଣି । ବଦଳୁଥିବା ସମୟ ସହ ସବୁ କିଛି ବଦଳିଥାଏ । ଆପଣ ଜାଣିରଖନ୍ତୁ ଭାରତୀୟ ରେଲୱେ ତିନିଟି ଟାଙ୍କିରେ ଚାଲିଥାଏ । ଯେଉଁଥିରେ ପ୍ରଥମରେ ୫୦୦୦ ଲିଟର ଓ ଦ୍ୱିତୀୟରେ ୫୫୦୦ ଲିଟର ଓ ତୃତୀୟରେ ୬୦୦୦ ଲିଟର ଡିଜେଲ୍ ରହିବାର କ୍ଷମତା ରହିଛି।

trains-kLmଡିଜେଲ୍ ଇଞ୍ଜିନ୍ ରେ ଲୋଡ୍ ହିସାବରେ ପ୍ରତି କିଲୋମିଟର ଆଭରେଜ୍ ଜଣାପଡିଥାଏ। ଯଦି ଗାଡି ୨୪ ଟି ଡବା ହୋଇଥାଏ ତେବେ ପ୍ରତି ୬ ଲିଟରରେ ୧ କିଲୋମିଟର ଆଭରେଜ୍ ଦେଇଥାଏ । ଯଦି ୧୨ ଟି ଡବାର ପାସେଞ୍ଜର ଗାଡି ହେଇଥିବ ତେବେ ୧ କିଲୋମିଟର ର ଆଭରେଜ୍ ୬ ଲିଟର ଡିଜେଲ୍ ହେବ । କାରଣ ପାସେଞ୍ଜର ଗାଡି ସବୁ ଷ୍ଟେସନ୍ ରେ ରହିଥାଏ । ସେଥିପାଇଁ ବ୍ରେକ୍ ଲଗାଇଲେ କିମ୍ବା ସ୍ପିଡ୍ ବଢେଇଲେ ଡିଜେଲ୍ ଖର୍ଚ୍ଚ ହେଇଥାଏ ।ସେମିତି ଏକ୍ସପ୍ରେସ୍ ଗାଡିଲେ ୪.୫ ଲିଟର ତେଲରେ ୧ କିଲୋମିଟର ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.