ମସୋରୀରେ ଫ୍ୟାମିଲି ସହ ଛୁଟି କଟାଉଥିବାର ନଜର ଆସିଲେ ମହେନ୍ଦ୍ର ସିଂ ଧୋନୀ, ସାମ୍ନାକୁ ଆସିଲା ଫଟୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀ ଉତ୍ତରାଖଣ୍ଡର ମସୋରୀରେ ଫ୍ୟାମିଲି ସହ ଛୁଟି କଟାଉଥିବାର ନଜର ଆସିଛନ୍ତି। ପତ୍ନୀ ସାକ୍ଷୀ ଧୋନୀ ଏହି ଅବସରର କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

dh2

ସାକ୍ଷୀ ଶେୟାର କରିଥିବା ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ ଫଟୋରେ ସେ ଧୋନୀଙ୍କ ସହିତ ବରଫ ସଫା କରୁଥିବାର ଦେଖାଯାଉଛି। ତେବେ ଧୋନୀଙ୍କ ପସନ୍ଦର ଜାଗା ମଧ୍ୟରୁ ମସୋରୀ ଏକ ପ୍ରମୁଖ ଜାଗା। ଏଠାକୁ ସେ ପ୍ରାୟତଃ ପରିବାର ସହ ବୁଲାବୁଲି କରିବାକୁ ଆସିଥାଆନ୍ତି। ବର୍ତ୍ତମାନ ମସୋରୀରେ ତୁଷାରପାତ ହେଉଥିବା ଏହି ଫଟୋଗୁଡ଼ିକୁ ସ୍ପଷ୍ଟ ଜଣାପଡ଼ୁଛି। ଏଥିଯୋଗୁ ସେଠାକାର ପାଗ ଆହୁରି ମନୋରମ ହୋଇଯାଇଛି।

dh6

ଏହି ଫ୍ୟାମିଲି ଟ୍ରିପ୍‌ରେ ଧୋନୀଙ୍କ ଝିଅ ଜିଭା ଖୁବ୍‌ ମସ୍ତି କରିଛନ୍ତି। ସେ ତାଙ୍କ ପାପାଙ୍କ ସହ ବରଫରେ ସ୍ନୋମ୍ୟାନ୍‌ ହୋଇଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭ୍ୟାକେଶନରେ ଧୋନୀଙ୍କ ସହିତ ତାଙ୍କ ଶାଶୁ, ଶ୍ୱଶୁର ମଧ୍ୟ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.