Below header

ଆଜି ଭାରତରେ ଲଞ୍ଚ୍‌ ହେବ Realme 5i , ମିଳିବ ଦମ୍‌ଦାର ଫିଚର ସହ ଉନ୍ନତ କ୍ୟାମେରା

ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ରିୟଲମି ୫ ସିରିଜ୍‌ର ୫ ଆଇ(Realme 5i)କୁ ଆଜି ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ପୂର୍ବରୁ କମ୍ପାନୀ ରିୟଲମି ୫ ଫୋନ୍‌କୁ ବଜାର ପ୍ରବେଶ କରିଥିଲା। ୟୁଜରଙ୍କୁ ଏହି ସ୍ମାର୍ଟଫୋନ୍‌ର ଦମଦାର କ୍ୟାମେରା ଓ ପ୍ରୋସେସର ଖୁବ୍‌ ପସନ୍ଦ ଆସିଥିଲା। ଆସନ୍ତୁ ଜାଣିବା ରିୟଲମି ୫ ଆଇର ମୂଲ୍ୟ ଓ ଫିଚର ସମ୍ପର୍କରେ…

Realme 5i ର ଦାମ୍‌:

ଭିଏତନାମରେ Realme 5i ର ୩ ଜିବି ଓ ୩୨ ଜିବି ଷ୍ଟୋରେଜ୍‌ ଭାରିଏଣ୍ଟ ଦାମ୍‌ VND ୩୬,୯୦,୦୦୦ ଅର୍ଥାତ୍‌ ୧୧,୫୦୦ ଟଙ୍କା ଓ ୪ ଜିବି ରାମ୍‌ ସହ ୬୪ ଜିବି ଷ୍ଟୋରେଜ୍‌ ଭାରିଏଣ୍ଟର ଦାମ୍‌ VND ୪୨,୯୦,୦୦୦ ଅର୍ଥାତ୍‌ ୧୩,୫୦୦ ଟଙ୍କା ରହିଛି। Realme 5i ବ୍ଲୁ ଓ ଗ୍ରୀନ୍‌ ରଙ୍ଗରେ ଉପଲବ୍ଧ ହେବ।

ଫୋନ୍‌ର ଫିଚର:

Realme 5i ରେ ୬.୫ ଇଞ୍ଚ୍‌ର ମିନି ଡ୍ରପ୍‌ ଫୁଲ୍‌ ସ୍କ୍ରିନ୍‌ ଦିଆଯାଇଛି। ଏହି ଫୋନ୍‌କୁ ପାଓ୍ଵାରଫୁଲ ସ୍ନାପଡ୍ରାଗନ୍‌ ପ୍ରୋସେସର ସହ ଲଞ୍ଚ୍‌ କରାଯିବ। ଫ୍ଲିପ୍‌କାର୍ଟରେ ଦିଆଯାଇଥିବା ଫୋନ୍‌ର ମାଇକ୍ରୋ ପୋଜ୍‌ରୁ ଏହାର ବିଶେଷତ୍ୱ ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ବୋଲି ଜଣାଯାଇଛି।

କ୍ୟାମେରା:

ଏହି ଫୋନ୍‌ରେ AI କ୍ୱାର୍ଡ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହାର ଗୋଟିଏ କ୍ୟାମେରା ଅଲଟ୍ରା ଓ୍ଵାଇଡ୍‌ ଆଙ୍ଗଲ ଲେନ୍ସ, ଦ୍ୱିତୀୟଟି ପ୍ରାଇମେରୀ ଲେନ୍ସ ଓ ମାଇକ୍ରୋ ଲେନ୍ସ ସହ ଉପଲବ୍ଧ ରହିଛି। ତେବେ ଏହି ଫୋନ୍‌ କମ୍‌ ମୂଲ୍ୟରେ ଉପଲବ୍ଧ ହେବ ବୋଲି ଜଣାଯାଇଛି। ଏହି ଫୋନ୍‌ ପାଇଁ ରିୟଲମି ‘‘The Stylish Powerhouse’’ ଟ୍ୟାଗ୍‌ଲାଇନ୍‌ ବ୍ୟବହାର କରିଛି। ଏଥିରୁ ଫୋନ୍‌ର ବ୍ୟାଟେରୀ ଦମ୍‌ଦାର ଥିବ ବୋଲି ଜଣାପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.