ପୁଅର ମୋବାଇଲ ନିଶା ଛଡ଼ାଇବା ପାଇଁ ବାପା ନେଲେ ଏଭଳି ପଦକ୍ଷେପ

 

ଆଜିକା ସମୟରେ ମୋବାଇଲର ଚାହିଦା କଥା ନ କହିଲେ ଭଲ । ମୋବାଇଲ ବିନା ଆଉ କିଛି କାମ ବି ହେଇପାରୁନି । କିଛି ଲୋକଙ୍କର ମୋବାଇଲ ବିନା ଦଣ୍ଡେ ବି ବଞ୍ଚିବା ବି ଯେମିତି ମୁସ୍କିଲ ହେଇଯାଉଛି । ଖାଇବା, ପିଇବା, ଶୋଇବା, ଉଠିବା ପରି ସବୁ କାମରେ ମୋବାଇଲ ଯେମିତି ତାଙ୍କ ସାଥିରେ ହିଁ ରହୁଛି | ଏବେକା ଯୁବ ପିଢ଼ି ତ ଅଧିକ ମୋବାଇଲ ନିଶାରେ ପଡିଯାଉଛନ୍ତି । ଏମିତି ହିଁ ଜଣେ ମୋବାଇଲ ପାଗଳ ହେଉଛନ୍ତି କାନାଡ଼ା ସ୍ଥିତ କ୍ୟାଲୋରୀ ସହର ବାସିନ୍ଦା ୧୮ ବର୍ଷୀୟ ଖୋବେ । ଦିନ ଯାକର ଅଧିକ ସମୟ ଖୋବେ ବିଭିନ୍ନ ଗେମ ବା ସୋସିଆଲ ମିଡିଆରେ ହିଁ ବିତେଇଥାନ୍ତି ।

mobile nisha

ପୁଅର ଏପରି ବଦଭ୍ୟାସକୁ ଛଡ଼େଇବା ପାଇଁ ବାପା ଯେମି କ୍ଲର୍କ ଏକ ଭିନ୍ନ ଉପାୟ ଚିନ୍ତା କରିଥିଲେ । ଯେମି କ୍ଲର୍କ ନିଜ ପୁଅ ଖୋବେକୁ କାନାଡ଼ା ଠାରୁ ୮୦୦୦ କିଲୋମିଟର ଦୂରରେ ଅବସ୍ଥିତ ମଙ୍ଗୋଲିଆକୁ ନେଇଯାଇଥିଲେ । ସେହି ଠାରେ ବାପପୁଅ ଦୁହେଁ ପ୍ରାୟ ଏକ ମାସ ସମୟ କାଟିଥିଲେ । ଏହି ସମୟ ଭିତରେ ୨୨୦୦ କିଲୋମିଟର ଯାତ୍ରା କରିବା ସହ ଯେମି ନିଜ ପୁଅକୁ ଏମିତି ଜାଗାକୁ ନେଇଗଲେ ଯେଉଁଠି ଜମା ବି ଇଣ୍ଟରନେଟର ସୁବିଧା ନଥିଲା । ଏମିତିକି ସେହି ଜାଗାକୁ ବସରେ ଯିବା ଆସିବାର ବି ସୁବିଧା ନଥିଲା । ଏମିତିକି ଏହି ଜାଗାକୁ ଯିବା ଆସିବା ପାଇଁ ସେମାନେ ଘୋଡା ଓ ବାଇକର ସାହାଯ୍ୟ ନେଇଥିଲେ । ପାହାଡିଆ ଜାଗା ଗୁଡିକରେ ସେମାନେ ନିଜେ ହିଁ ଟେଣ୍ଟ ତିଆରୀ କରି ରାତି କାଟିଥିଲେ ।

mobile nisha

ଏମିତି ଦୁର୍ଗମ ଜାଗା ଗୁଡିକରେ ରାତି କାଟିବା ଓ ସେଠାକାର ଲୋକଙ୍କ ଅବସ୍ଥାକୁ ଅନୁଭବ କରିବା ପରେ ପୁଅର ମୋବାଇଲ ନିଶା ଧୀରେ ଧୀରେ ଛାଡ଼ିଯାଇଥିଲା । ଏହା ପରେ ଏକ ସାକ୍ଷାତ୍କାର ସମୟରେ ଖୋବେ କହିଥିଲେ କି ପିତାଙ୍କ ସହ ଭିନ୍ନ ଭିନ୍ନ ଜାଗା ଗୁଡିକରେ ସମୟ ବିତେଇବା ପରେ ତାଙ୍କ ଜୀବନ ଯେମିତି ଏକ ପ୍ରକାର ବଦଳି ଯାଇଛି । ସେ ଏହା ମଧ୍ୟ କହିଥିଲେ କି ଏହା ପରେ ତାଙ୍କ ମୋବାଇଲ ନିଶା ସମ୍ପୂର୍ଣ ରୂପେ ଛାଡ଼ିଯାଇଛି ଏବେ ସେ ନିଜ ପରିବାର ସହ ମଧ୍ୟ ସମୟ ବିତାଉଛନ୍ତି । ଅତି ଜରୁରୀ ନହେଲେ ସେ ମୋବାଇଲ କୁ ଧରୁ ବି ନାହାନ୍ତି | ପ୍ରକୃତରେ ଖୋବେଙ୍କ ପିତା ଯେମି କ୍ଲାର୍କ ଜଣେ ପର୍ବତାରୋହୀ ।

mobile nisha

ସେ ନିଜେ ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଦୁଇଥର ଚଢି ସାରିଛନ୍ତି । ଯେମିଙ୍କ ଅନୁଯାୟୀ ବର୍ତ୍ତମାନ ସମୟରେ ମୋବାଇଲ ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ପରିବାର ଠାରୁ ଅଲଗା କରିଦେଉଛି । ଯୁବକଙ୍କ ଏହି ବଦଭ୍ୟାସକୁ ଦୂର କରିବା ପାଇଁ ହିଁ ଏପରି ଏକ ଭିନ୍ନ ପଦକ୍ଷେପ ନେବା କଥା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.