ଶ୍ରାବଣ ମାସରେ ରାଶି ଅନୁସାରେ ଏହି ଉପାୟରେ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

ଚଳିତ ବର୍ଷର ଶ୍ରାବଣ ମାସ ଜୁଲାଇ ୨୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ସମାପ୍ତ ହେଉଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ମାସ ହେଉଛି ବର୍ଷର ପଞ୍ଚମ ମାସ । ଆଉ ଧର୍ମ ଦୃଷ୍ଟିରୁ ଏହି ମାସର ଏକ ବିଶେଷ ମହତ୍ତ୍ୱ ରହିଛି | ଶିବ ଭକ୍ତ ମାନଙ୍କ ପାଇଁ ଏହା ହେଉଛି ବର୍ଷର ସବୁଠୁ ପବିତ୍ର ମାସ । ତେଣୁ କରି ଏହି ମାସରେ ଭଗବାନ ଶିବଙ୍କ ଉପାସନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ମହାଦେବଙ୍କ ଉପାସନାର ଏକ ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ ରହିଛିକି ଯଦି ରାଶି ଅନୁସାରେ ତାଙ୍କର ପୂଜାର୍ଚ୍ଚନା କରାଯାଏ ତେବେ ଭୋଳାବାବା ଭକ୍ତର ସମସ୍ତ ବେଦନା ଦୂର କରନ୍ତି ଆଉ ମନର ଇଚ୍ଛାକୁ ପୂରଣ କରନ୍ତି । ତେବେ ଆସନ୍ତୁ ଆଜି ସେ ଉପରେ ଏକ ନଜର ପକାଇବା ।

ମେଷ ରାଶି:

ମେଷ ରାଶିର ସ୍ୱାମୀ ମଙ୍ଗଳ ହୋଇଥିବା ବେଳେ ଏମାନଙ୍କ ପାଇଁ ଲାଲ ରଙ୍ଗ ହେଉଛି ସବୁଠୁ ଶୁଭ ରଙ୍ଗ । ଯଦି ଲାଲ ଚନ୍ଦନ କିମ୍ବା ଲାଲ ଫୁଲ ଏହି ମାସରେ ଶିବଙ୍କୁ ଚଢ଼ାଯାଏ ତେବେ ଭୋଳାବାବା ପ୍ରସନ୍ନ ହୁଅନ୍ତି । ଆଉ ପୂଜା ସମୟରେ ଓଁ ନାଗେଶ୍ବରାୟ ନମଃ ମନ୍ତ୍ର ଜପ କରନ୍ତୁ ।

ବୃଷ:

ବୃଷଭ ହେଉଛନ୍ତି ଭଗବାନ ଶିବଙ୍କ ବାହାନ । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର । ଏମାନଙ୍କ ପାଇଁ ଧଳା ରଙ୍ଗ ଓ ଚମେଲୀ ଫୁଲ ସବୁଠୁ ଶୁଭ ହୋଇଥାଏ ।

shiva

ମିଥୁନ:

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଦେବତା ହେଉଛନ୍ତି ବୁଦ୍ଧ । ଏହି ରାଶିର ଲୋକ ମାନେ ଧୁଦୁରା ଫୁଲ, ଭାଙ୍ଗ ଚଢେଇ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପିବା ଉଚିତ ।

କର୍କଟ:

ଏହି ରାଶିର ଅଧିଷ୍ଠ ଦେବତା ହେଉଛନ୍ତି ଚନ୍ଦ୍ର । ତେଣୁ ଏମାନେ ଭାଙ୍ଗ ମିଶା ଦୁଧ ଚଢେଇବା ଲାଭଦାୟୀ ।

shiva

 

ସିଂହ:

ସିଂହ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ । ଏମାନେ ଶିଵାଲୟରେ ଶ୍ରୀ ଶିବ ଚାଳିଶା ମନ୍ତ୍ର ଜପିବା ଦ୍ୱାରା ଏମାନଙ୍କୁ ଶୁଭ ଫଳ ମିଳିଥାଏ ।

କନ୍ୟା:
ବେଲପତ୍ର, ଦୁଦୁରା, ଭାଙ୍ଗ ଆଦିରେ ଏମାନେ ଶିବ ଆରାଧନା କରିବା ଉଚିତ ।

ତୁଳା:

ଏମାନଙ୍କ ସ୍ୱାମୀ ହେଉଛନ୍ତି ଶୁକ୍ର । ମିଶ୍ରି ଯୁକ୍ତ କ୍ଷୀରରେ ଏମାନେ ମହାଦେବଙ୍କ ଅଭିଷେକ କରିବା ଉଚିତ । ଏହା ସହ ଶିବ ସହସ୍ର ନାମ ଜପ କରନ୍ତୁ

shiva

ବିଛା:

ଭୋଳା ବାବାଙ୍କ ପୂଜା ଏମାନେ ଗୋଲାପ ଫୁଲ ଓ ବେଲ ପତ୍ରରେ କରିବା ଉଚିତ । ପ୍ରତିଦିନ ରୁଦ୍ରଷ୍ଟକ ପାଠ କଲେ ଏମାନଙ୍କ ଭାଗ୍ୟ ଚମକି ଉଠିଥାଏ ।

ଧନୁ:

ବୃହଷ୍ପତ୍ତି ହେଉଛନ୍ତି ଏହି ରାଶିର ସ୍ୱାମୀ । ତେଣୁ ଏମାନେ ଶ୍ରାବଣ ମାସରେ ସକାଳୁ ଉଠି ହଳଦିଆ ଫୁଲରେ ଶିବ ପୂଜା କରିବା ଉଚିତ ।

ମକର:

ମକର ହେଉଛି ଶନିଙ୍କ ରାଶି । ଏମାନେ ଦୁଦୁରା, ଭାଙ୍ଗ, ଅଷ୍ଟଗନ୍ଧ ଆଦିରେ ଶିବ ପୂଜା କରିବା ଉଚିତ ।

କୁମ୍ଭ:

ଆଖୁ ରସରେ ଏମାନେ ମହାଦେବଙ୍କୁ ପ୍ରସନ୍ନ କରିବା ଉଚିତ । ଏହା ସହ ଶିବାଷ୍ଟକ ମନ୍ତ୍ର ଜପିବା ଉଚିତ ।

ମୀନ:

ପଞ୍ଚାମୃତ, ଦହି, ଦୁଧ ଆଦିରେ ଏମାନେ ଶିବଙ୍କୁ ସନ୍ତୁଷ୍ଟ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.