Below header

ବସନ୍ତ ପଞ୍ଚମୀରେ ଜାଣନ୍ତୁ ମା ସରସ୍ୱତୀଙ୍କ ଜନ୍ମ ବୃତ୍ତାନ୍ତ

ଆଜି ଶ୍ରୀପଞ୍ଚମୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ସ୍ୱତନ୍ତ୍ର ପୂଜାର ଦିନ । ପୌରାଣିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀ ପ୍ରକଟ ହୋଇଥିଲେ । ତେଣୁ ଏହି ଦିନକୁ ମଧ୍ୟ ବସନ୍ତ ପଞ୍ଚମୀ କୁହାଯାଏ ।

ଆଜି ଶ୍ରୀପଞ୍ଚମୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ସ୍ୱତନ୍ତ୍ର ପୂଜାର ଦିନ । ପୌରାଣିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀ ପ୍ରକଟ ହୋଇଥିଲେ । ତେଣୁ ଏହି ଦିନକୁ ମଧ୍ୟ ବସନ୍ତ ପଞ୍ଚମୀ କୁହାଯାଏ । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ସଂଗୀତକାର ଏବଂ ଲେଖକ ଓ କବିମାନେ ଉପାସନା କରିଥାନ୍ତି । କଣ୍ଠରେ ସରସ୍ୱତୀ ବସିଲେ ଉତ୍ତମ ଗାୟକ ହୋଇ ପାରିବ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ଆଜିର ଦିନରେ ମା’ଙ୍କର ଆଶୀର୍ବାଦ ଚାହିଁଥାନ୍ତି ।

କେମିତି ହୋଇଥିଲା ମା’ଙ୍କ ଜନ୍ମ

ବ୍ରହ୍ମା ହେଉଛନ୍ତି ଏହି ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା । ସୃଷ୍ଟି ରଚନା ପରେ ସେ କିଛି ଗୋଟିଏ ଅଭାବ ରହିଯାଉଥିବା ଅନୁମାନ କଲେ । ପ୍ରକୃତ କଥା ହେଲା କାହାର ବି ବାକ୍‌ ଶକ୍ତି ନଥିଲା । ତେଣୁ ସାରା ବିଶ୍ୱ ବ୍ରହ୍ମାଣ୍ଡ ଥିଲା ନିରବ । ଅନେକ ଚିନ୍ତା କରିବା ପରେ ନିଜ କମଣ୍ଡଳୁ ଜଳ ଛିଞ୍ଚି ଜଣେ ଅତି ସୁନ୍ଦରୀ ନାରୀଙ୍କୁ ପ୍ରକଟ କରାଇଲେ । ତାଙ୍କର ଚାରିଟି ହାତ ଥିଲା । ଗୋଟିଏ ହାତରେ ବୀଣା ଓ ଆଉ ଗୋଟିଏ ହାତ ଆଶୀର୍ବାଦ ମୁଦ୍ରାରେ ରହିଥିଲା । ଅନ୍ୟ ଦୁଇଟି ହାତରେ ଥିଲା ପୁସ୍ତକ ଏବଂ ମାଳା । ଦେବୀଙ୍କୁ ବ୍ରହ୍ମା ବୀଣା ବାଦନ କରିବାକୁ କହିଲେ । ସେ ବୀଣା ବାଦନ କରିବା ମାତ୍ରେ ସମସ୍ତ ଜୀବଜନ୍ତୁ ଓ ମନୁଷ୍ୟ ବାକ୍‌ ଶକ୍ତି ବା ବାଣୀ ପ୍ରାପ୍ତ ହେଲେ । ନଦୀ, ଝରଣା ସବୁ କଳ କଳ ନାଦରେ ବହିବାକୁ ଲାଗିଲେ । ପ୍ରକୃତିର ଅପରୂପ ଶେଭାରେ ହସି ଉଠିଲା ସାରା ସଂସାର । ତେଣୁ ବ୍ରହ୍ମା ଦେବୀଙ୍କ ନାମ ଦେଲେ ସରସ୍ୱତୀ ।

ତେଣୁ ଆଜିର ଦିନ ବସନ୍ତ ପଞ୍ଚମୀରେ ଦେବୀଙ୍କ ଧରାବତରଣ ଦିବସ ଭାବେ ପାଳନ କରାଯାଏ ।

ମା’ଙ୍କ ବନ୍ଦନା

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା       ଯା ଶୁଭ୍ର ବସ୍ତ୍ରା ବୃତା
ଯା ବୀଣା ବରଦଣ୍ଡ ମଣ୍ଡିତ କରା       ଯା ଶ୍ୱେତ ପଦ୍ମାସନା । ।
ଯା ବ୍ରହ୍ମା ଅଚ୍ୟୁତ ଶଙ୍କର    ପ୍ରଭୁତିଭିଃ ଦେବୈ ସଦା ବନ୍ଦିତା
ସା ମାମ୍‌ ପାତୁ ସରସ୍ୱତୀ   ଭଗବତୀ ନିଃଶେଷ ଜାଡ୍ୟାପହା । ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.