Below header

ଜାଣନ୍ତୁ ଆପଣଙ୍କ ଜନ୍ମ ତାରିଖରୁ ଆପଣଙ୍କ ଲକି ନମ୍ବର ଓ ଆପଣଙ୍କ ବ୍ୟକ୍ତିତ୍ୱ

ଜ୍ୟୋତିଷ ଶାସ୍ତ୍ରରେ ନ୍ୟୁମରଲୋଜି ବା ଅଙ୍କ ଜ୍ୟୋତିଷକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହା ମାଧ୍ୟମରେ ନା ଆପଣ କେବଳ ଆପଣଙ୍କ ସ୍ୱଭାବ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ ଲଗାଇ ପାରିବେ । ଆସନ୍ତୁ ଜାଣିବା ଆପଣଙ୍କ ଶୁଭ ଅଙ୍କ ରୁ ଆପଣ କେମିତି ।

ଯେଉଁ ଦିନ ଆପଣ ଜନ୍ମ ହୋଇଛନ୍ତି ସେହି ତାରିଖ, ମାସ ଓ ବର୍ଷର ସମସ୍ତ ତାରିଖକୁ ମିଶାଇ ଦିଅନ୍ତୁ । ଯେଉଁ ସଂଖ୍ୟା ମିଳିବ ତାହା ହିଁ ହେବ ଆପଣଙ୍କ ଲକି ନମ୍ବର ।

ଉଦାହରଣ ସ୍ୱରୁପ – ଧରି ନିଅନ୍ତୁ ଆପଣଙ୍କ ଜନ୍ମ ୧୨ ନଭେମ୍ବର ୧୯୭୫ । ଅର୍ଥାତ : ୧୨-୧୧-୧୯୭୫ ତେବେ ଆପଣଙ୍କ ଲକି ନମ୍ବର ହେବ ୧+୨+୧+୧+୧+୯+୭+୫=୨୭ ବା ୨+୭ = ୯

ଅର୍ଥାତ  ଉପରୋକ୍ତ ଜନ୍ମ ତାରିଖ ଅନୁଯାୟୀ ଆପଣଙ୍କ ଲକି ନମ୍ବର –୯

ଏହିପରି ଆପଣଙ୍କ ଜନ୍ମ ତାରିଖ (ଡେଟ ଅଫ୍‌ ବାର୍ଥ), ମାସ ଓ ବର୍ଷର ଫଳକୁ ମିଶାଇ ଆପଣଙ୍କ ଲକି ନମ୍ବର ଜାଣିପାରିବେ ।

no 9-
p.c : kismet connection

ଆସନ୍ତୁ ଜାଣିବା ଅଙ୍କ ଅନୁଯାୟୀ, ଆପଣଙ୍କ ସ୍ୱଭାବ,ଶୁଭ ରଂଗ ଓ ଶୁଭ ତିଥି :

 

ଅଙ୍କ ୯ :

ଏହି ରହସ୍ୟମୟୀ ଅଂକରେ ଜନ୍ମିତ ବ୍ୟକ୍ତି ନୂଆ ବିଚାରକୁ ମାନିଥାନ୍ତି । ଏମାନେ ଏକ ସଂଗରେ କ୍ରୋଧ ଓ ହସମୁଖ ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଦୟା ଓ ସଂଘର୍ଷର ଅଦ୍ଭୁତ ମିଳନ ହୋଇଥାଏ । ମିଶ୍ରିତ ଗୁଣ ବାଲା ଏହି ଲୋକ ନିଜର ସାହସ ଯୋଗୁ ଜବନରେ ଦୁଃଖ ସହିକରି ଜୀବନରେ ସଫଳତା ପାଇଥାନ୍ତି । ରଚନାତ୍ମକ କାର୍ଯ୍ୟ ଯେମିତି ଅଭିନୟ, ଲେଖିବା ଛଡ଼ା ସେନା ଆଦିରେ ନିଜ ବ୍ୟକ୍ତିତ୍ୱରେ ସଫଳ ପରିଚୟ ଦେଇଥାନ୍ତି । ପାରିବାରିକ ଜୀବନ ସାଧାରଣ ହୋଇଥାଏ । ଅଂକ ୧ ଓ ୩ ବାଲା ଙ୍କ ସହ ଏମାନଙ୍କର ପଟିଥାଏ ।

 

ଶୁଭ ରଂଗ- ସନ୍ତରା, ଶୁଭ ତିଥି- ୫ ଓ ୯

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.