ଦିଲ୍ଲୀରେ ସପ୍ତାହେ ଯାଏଁ ସ୍କୁଲ ବନ୍ଦ, ନିର୍ମାଣ କାର୍ଯ୍ୟକୁ କରାଯାଇଛି ବାରଣ

ମାତ୍ରାଧିକ ପ୍ରଦୂଷଣକୁ ଆଖି ଆଗରେ ରଖୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ଆସନ୍ତା ସୋମବାର ଠାରୁ ୭ ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯେବେକି ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବେସରକାରୀ କର୍ମଚାରୀ ମାନଙ୍କ ପାଇଁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ ସରକାର । ରାଜ୍ୟରେ ପ୍ରଦୂଷଣର ମାତ୍ରା ଅତ୍ୟଧିକ ବଢ଼ିଥିବାରୁ ଏନେଇ ପଦକ୍ଷେପ ନିଆଯାଇଥିବା ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଏହି ସମୟରେ ପିଲାମାନଙ୍କର ଅନଲାଇନ ମାଧ୍ୟମରେ କ୍ଳାସ ନିଆଯିବ । ଆସନ୍ତା ୧୪ ରୁ ୧୭ ତାରିଖ ଭିତରେ ପବନର ଗତିପଥକୁ ନଜରରେ ରଖି ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଦିଲ୍ଲୀ ବାସିନ୍ଦା ମାନେ କିପରି ଏହି ପ୍ରଦୂଷଣରୁ ମୁକ୍ତି ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଏ ନିଷ୍ପତ୍ତି ନେଇ ସମସ୍ତ ବିଭାଗ ସହିତ ଆଲୋଚନା ସରିଛି । କେଜ୍ରିୱାଲ ଏହା ମଧ୍ୟ କହିଛନ୍ତିକି ଏମିତି ଏକ ସମୟରେ ପରସ୍ପର ପରସ୍ପରକୁ ଆଙ୍ଗୁଠି ଉଠେଇବା ବଦଳରେ ପ୍ରଦୂଷଣ କମ କରିବା ନେଇ ପ୍ରୟାସ ଜାରି ରଖିବା ଉଚିତ । ସୂଚନା ଦେଉଛୁକି ଆଜି ମଧ୍ୟାହ୍ନରେ ସୁପ୍ରିମ କୋର୍ଟ ଦିଲ୍ଲୀ ତଥା ଏହାର ଆଖପାଖ ଅଂଚଳରେ ଦିନ କୁ ଦିନ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ଅଶାନ୍ତି ଜାହିର କରିଛନ୍ତି ।

ପ୍ରଦୂଷଣ କମ କରିବା ପାଇଁ ଲକଡାଉନ କରିବାକୁ ପରାମର୍ଶ ଦେଇଥିଲେ । ୨ ରୁ ୩ ଦିନ ଭିତରେ କିଛି ଜରୁରୀ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହା ଉପରେ କେଜ୍ରିୱାଲ କହିଛନ୍ତିକି ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ସେ ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର ସରକାର ତଥା ଅନ୍ୟ ଏଜେନ୍ସି ମାନଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ । ଆଗକୁ ଯଦି ଘଟଣା ଅଧିକ ଜଟିଳ ହୁଏ ତେବେ ସମସ୍ତ ବେସରକାରୀ ଯାନବାହନ, ନିର୍ମାଣାଧୀନ କାର୍ଯ୍ୟ, ଯାନବାହାନ ଚଳାଚଳ, କଳକାରଖାନା କାମ ଆଦିକୁ ବନ୍ଦ ରଖାଯିବାର ମଧ୍ୟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.